ଉପନିର୍ବାଚନ ପୂର୍ବରୁ ଆହୁରି ସଶକ୍ତ ହେଉଛି ବିଜେଡି

ବରଗଡ଼: ପଦମପୁର ଉପନିର୍ବାଚନ ପୂର୍ବରୁ ଆହୁରି ସଶକ୍ତ ହେଉଛି ବିଜେଡି । ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ଝାରବନ୍ଧ ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା କଂଗ୍ରେସ ନେତା ନରେନ୍ଦ୍ର ପ୍ରଧାନ । ନରେନ୍ଦ୍ର ନେତୃତ୍ବରେ ଲଉଡିଦର୍ହା , ଚଣ୍ଡିଭଟା , କୁର୍ଲୁପାଲି , ଗୁଠଗୁଡା , ଓ ଅନ୍ୟାନ୍ୟ ପଞ୍ଚାୟତରୁ ପ୍ରାୟ ଚାରି ଶହରୁ ଅଧିକ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ପୂର୍ବତନ ସାଂସଦ ସଞ୍ଜୟ ଭୋଇଙ୍କର ପ୍ରତିନିଧି ଥିଲେ ନରେନ୍ଦ୍ର । ଏହା ସହ ଦୁଇ ଥର ସମିତି ସଭ୍ୟ ଥରେ ସରପଞ୍ଚ ଭାବରେ ସଫଳତାର ସହିତ ଦାୟିତ୍ବ ନିର୍ବାହ କରିଛନ୍ତି ନରେନ୍ଦ୍ର ।

ସେ ଦୀର୍ଘଦିନ ପର୍ଯ୍ୟନ୍ତ ଯୁବ କଂଗ୍ରେସ ଓ ବ୍ଲକ କଂଗ୍ରେସର ସଭାପତି ଦାଇତ୍ଵ ମଧ୍ୟ ତୁଳାଇଛନ୍ତି । ଝାରବନ୍ଧ ଠାରେ ଆୟୋଜିତ ଏକ କର୍ମୀ ସମ୍ମିଳନୀରେ ସମସ୍ତେ ବିଜେଡିରେ ସମିଲ ହୋଇଛନ୍ତି । ନିର୍ବାଚନ ମଣ୍ଡଳୀର ଝାରବନ୍ଧ ବ୍ଲକ ଦାଇତ୍ୱରେ ଥିବା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଓ ପୁଷ୍ପେନ୍ଦ୍ର ସିଂ ଦେଓ, ବିଧାୟକ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ର ଓ ବିଜେଡି ବ୍ଲକ ସଭାପତି ଯତୀନ ହାତୀ ଙ୍କର ଉପସ୍ଥିତରେ ସମସ୍ତେ ବିଜେଡିର ଯୋଗଦେଇଛନ୍ତି ।