‘ଆର୍ଯ୍ୟା ସମ୍ମାନ’ ଉତ୍ସବ; ଭାଷା ଓ ସାହିତ୍ୟ ପାଇଁ ଗାୟତ୍ରୀବାଳା ପଣ୍ଡା ପୁରସ୍କୃତ

1 min read

ଭୁବନେଶ୍ବର: କଳା ସଂସ୍କୃତିକୁ ସୁଦୂର ପ୍ରସାରୀ କରିବା ପାଇଁ ପରିଚୟ ଫାଉଣ୍ଡେସନ ପକ୍ଷରୁ ‘ଆର୍ଯ୍ୟା ସମ୍ମାନ’ ଉତ୍ସବର ନବମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହାକୁ ଉଦଘାଟନ କରିଛନ୍ତି । ସମ୍ମାନୀୟ ଅତିଥି ଭାବେ କଥକ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ଶୋଭନା ନାରାୟଣ ଯୋଗଦେଇଥିଲେ । ସେହିପରି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ବିଜେଡି ଉପସଭାପତି ପ୍ରସନ୍ନ ପାଟଶାଣୀ, ରାଜ୍ୟ ହାଉସିଂ ବୋର୍ଡ ଅଧକ୍ଷ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ ପ୍ରମୁଖ ଉପସ୍ଥିତ ଥିଲେ ।

ଭାଷା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡା ଗାୟତ୍ରୀବାଳା ପଣ୍ଡାଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ପଦ୍ମଶ୍ରୀ କୁମକୁମ ମହାନ୍ତିଙ୍କୁ ଆଜୀବନ ସଫଳତା ପୁରସ୍କାର ,କଳା ଓ ସଂସ୍କୃତି କ୍ଷେତ୍ରରେ ବିଜୟା ଆମୁଜୁରେ, ସମାଜସେବା କ୍ଷେତ୍ରରେ ଗୀତାଞ୍ଜଳି ରାଉତ ଓ ବିଜେତା ରଣାଙ୍କୁ ସମ୍ମାନିତ କରାଯାଇଛି । ଉଦ୍ୟୋଗତା କ୍ଷେତ୍ରରେ ତନୟା ପଟ୍ଟନାୟକ, ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଡା ସୁଚେତା ପ୍ରିୟ ବାଦିନୀଙ୍କୁ ସମ୍ମାନିତ କରାଯାଇଥିଲା ।

ସେହିପରି ସଙ୍ଗୀତ କ୍ଷେତ୍ରରେ ଲୋପିତା ମିଶ୍ର, ନାଜିଆ ଆଲାମ ଏବଂ ସ୍ୱତନ୍ତ୍ର ଆବୃତି କ୍ଷେତ୍ରରେ ଭାଗ୍ୟଶ୍ରୀ ସାହୁ ଏବଂ ଅମିତା ସିଂ ଙ୍କୁ ଆର୍ଯ୍ୟା ସମ୍ମାନରେ ସମ୍ମାନିତ କରାଯାଇଛି । ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ରୋଜାଲିନ ପାଟଶାଣୀ ସଭା ପରିଚାଳନା କରିଥିଲେ ।

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner