ଭୁବନେଶ୍ୱର: ବରିଷ୍ଠ ଆଇଏଏସ ଓ ଆଇପିଏସ ଅଫିସରଙ୍କ ପରେ ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀଙ୍କୁ ଜିଲ୍ଲା ଦାୟିତ୍ବ ଦିଆଯାଇଛି । ବାତ୍ୟା ୟାସ ମୁକାବିଲା ପାଇଁ ରାଜ୍ୟ ସରକାର ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି । ବାଲେଶ୍ବର ଜିଲ୍ଲା ଦାୟିତ୍ବ ମୁଖ୍ୟ ଯନ୍ତ୍ରୀ ଅନୀଲକାନ୍ତ ତ୍ରିପାଠୀଙ୍କୁ ଦିଆଯାଇଛି । ସେହିପରି ହାଉସିଂ ବୋର୍ଡର ମୁଖ୍ୟ ଯନ୍ତ୍ରୀ ପ୍ରଦୀପ କୁମାର ସାମଲଙ୍କୁ ଭଦ୍ରକ, ଇପ୍ରୋକ୍ୟୁରମେଣ୍ଟର ମୁଖ୍ୟଯନ୍ତ୍ରୀ ଗୌରାଙ୍ଗ ଚରଣ ସାହୁଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।
ସେହିପରି ଗ୍ରାମ୍ୟ ଉନ୍ନୟନ୍ନ ବିଭାଗର ମୁଖ୍ୟଯନ୍ତ୍ରୀ ଜୀବନାନନ୍ଦ ନାୟକଙ୍କୁ କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜାତୀୟ ରାଜପଥ ସର୍କଲର ଅଧିକ୍ଷଣ ଯନ୍ତ୍ରୀ ବିଭୂଦେନ୍ଦ୍ର ମେହେରଙ୍କୁ ମୟୂରଭଞ୍ଜ ଜିଲ୍ଲା ଦାୟିତ୍ବ ଦିଆଯାଇଛି । ବାତ୍ୟାର ପ୍ରାକ୍ ପ୍ରସଦ୍ତୁତି ଓ ପରବର୍ତ୍ତି ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରିବେ । ଆଜି ଅପରାହ୍ନ ସୁଦ୍ଧା ନିର୍ଦ୍ଦାରିତ ଜିଲ୍ଲାରେ ପହଞ୍ଚିବାକୁ ଦିଆଯାଇଛି ନିର୍ଦ୍ଦେଶ ।

