ଆଇଏଏସ ଅଦଳବଦଳ: ନିକୁଞ୍ଜଙ୍କୁ ଅବକାରୀ, ଶୁଭାଙ୍କୁ ମହିଳା ଓ ଶିଶୁ କଲ୍ୟାଣ

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଇଏସସ୍ତରରେ ଏକ ଅଦଳବଦଳ କରିଛନ୍ତି ।  ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା  ଶାଳିନୀ ପଣ୍ଡିତଙ୍କୁ ସରକାର ସ୍ବାସ୍ଥ୍ୟ ସଚିବ ଭାବେ ଦେଇଛନ୍ତି ଗୁରୁ ଦାୟିତ୍ବ । ଶକ୍ତି ସଚିବ ନିକୁଞ୍ଜ ଧଳଙ୍କୁ ଅବକାରୀ ବିଭାଗ ଅତିରିକ୍ତ ଦାୟିତ୍ବ ମିଳିଛି । ସେ ଗ୍ରୀଡକୋ ଅଧ୍ୟକ୍ଷ ପଦ ମଧ୍ୟ ସମ୍ଭାଳିବେ । କୃଷି ସଚିବ ଅରବିନ୍ଦ ପାଢ଼ୀ ବୟନ ଓ ହସ୍ତତନ୍ତ ବିଭାଗର ଅତିରିକ୍ତ ଦାୟିତ୍ବ ତୁଲାଇବେ । ଶୁଭା ଶର୍ମାଙ୍କୁ  ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ ଭାବେ ଅବସ୍ଥାପିତ କରାଯାଇଥିଲା ବେଳେ ସୁରେଶ ବଶିଷ୍ଠଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ସଚିବ ଦାୟିତ୍ବ ମିଳିଛି । ସାମାଜିକ ନିରାପତ୍ତା ଓ ସଶକ୍ତିକରଣ ସଚିବ ଭାସ୍କର ଜ୍ୟୋତିଶର୍ମା ବିଜ୍ଞାନ ଓ କାରିଗରୀ ବିଭାଗର ଅତିରିକ୍ତ ଦାୟିତ୍ବ ସମ୍ଭାଳିବେ ।  ଓରମାସ୍ ସିଇଓ ଗୁହା ପୁନମ ତାପସ କୁମାର ହେଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ । ଡି. ବୃନ୍ଦାଙ୍କୁ ସରକାର ଏନଏଚଏମର ମିଶନ ଡାଇରେକ୍ଟର ଭାବେ ନିଯୁକ୍ତି ଦେଇଛନ୍ତି । ସେହିଭଳି ସଂଜୟ କୁମାର ମିଶ୍ରଙ୍କୁ ଓପିଟିସିଏଲର ଏମଡି ଓ ସରୋଜ କୁମାର ମିଶ୍ରଙ୍କୁ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଦାୟିତ୍ବ ମିଳିଛି ।