spot_img

Latest Posts

ରାମଦେବଙ୍କ କରୋନା ରାମବାଣ କରୋନିଲକୁ ଆଉ ଏକ ଝଟକା

ବାବା ରାମଦେବଙ୍କ କୋରୋଲିନକୁ ନେଇ ବିବାଦ କ୍ରମାଗତ ଭାବେ ବଢିବାରେ ଲାଗିଛି । ମଙ୍ଗଳବାର ସନ୍ଧ୍ୟାରେ ରାମଦେବ କରୋନା ଭୂତାଣୁ ସଂକ୍ରମଣକୁ ସମୂଳେ ନାଶ କରିବା ପାଇଁ କୋରୋନିଲ ନାମକ ଏକ ଔଷଧକୁ ଲଂଚ୍ କରିବା ପରେ ଭାରତ ସରକାରଙ୍କର ଆୟୁଷ ମନ୍ତ୍ରାଳୟ ଔଷଧର ପ୍ରଚାର ପ୍ରସାରକୁ ରୋକିଥିଲେ । ତେବେ ଏହି କ୍ରମରେ ବୁଧବାର ରାମବାବାଙ୍କ କରୋନା ରାମବାଣ କରୋଲିନକୁ ଆଉ ଏକ ବଡ ଝଟକା ଲାଗିଛି ।

 

କେନ୍ଦ୍ର ସରକାରଙ୍କ ପରେ ଏବେ ଉତ୍ତରାଖଣ୍ଡ ସରକାରଙ୍କର ଆର୍ୟୁବେଦ ଔଷଧ ଅଧିକାରୀ କର୍ତ୍ତୃପକ୍ଷ ରାମଦେବ ବାବାଙ୍କ କୋରୋନିଲ ଉପରେ ପ୍ରଶ୍ନ ଉଠାଇଛି । କର୍ତ୍ତୃପକ୍ଷର ଯିତେନ୍ଦ୍ର ସିଂ ରାଓ୍ୱତ କହିଛନ୍ତି ଯେ, କରୋନା ଔଷଧ ପ୍ରସ୍ତୁତ କରିବାକୁ ନୁହେଁ ବରଂ ରୋଗପ୍ରତିରୋଧକ ଶକ୍ତି ବଢାଇବା ଓ ଥଣ୍ଡାରୁ ରକ୍ଷା ପାଇବା ଭଳି ଔଷଧ ପ୍ରସ୍ତୁତ କରିବା ପାଇଁ ପତଞ୍ଜଳୀକୁ ଅନୁମତି ଦିଆଯାଇଥିଲା । ଗଣମାଧ୍ୟମ ମାଧ୍ୟମରେ ହିଁ ମୋତେ ବାବା ରାମଦେବ କରୋନାର ସମାଧାନ ବାହାର କରିଥିବା ଭଳି ଖବର ଶୁଣିବାକୁ ମିଳିଥିଲା

 

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, କୌଣସି କମ୍ପାନୀ ଏସମୟରେ କରୋନା ସଂକ୍ରମକଙ୍କୁ ସୁସ୍ଥ କରିବା ପାଇଁ ଦାବି କରି ପ୍ରଚାର ପ୍ରସାର କରି ପାରିବ ନାହିଁ । ଯେପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ବିଦ୍ଧିବଦ୍ଧ ଅନୁମତି ନମିଳିଛି ସେଯାଁଏ ଏପରି କରିବା ସମ୍ଭବ ନୁହେଁ । ସେହିଭଳି ସରକାରଙ୍କ ତରଫରୁ ଏବେ ପତଞ୍ଜଳୀ କମ୍ପାନୀକୁ ନୋଟିସ କରି ସଫେଇ ମଗାଯାଇଛି ବୋଲି ସେ କହିଥିଲେ । ଅନ୍ୟପକ୍ଷରେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ କୁହାଯାଇଛି ଯେ ମନ୍ତ୍ରାଳୟଠାରୁ ସ୍ପଷ୍ଟ ଭାବେ ଅନୁମତି ନନେଇ ପତଞ୍ଜଳୀ କମ୍ପାନୀ କୋରୋଲିନର ଏଭଳି ପ୍ରଚାର ପ୍ରସାର କରିବା ଉଚିତ୍ ନଥିଲା ।

Latest Posts

Don't Miss