spot_img

Latest Posts

ଦୁଇ ଦିନରେ କରୋନାର ୧ ଲକ୍ଷ ମାମଲା, Unlock 3.0ରେ ମଧ୍ୟ ଖୋଲିବନି ସ୍କୁଲ, କଲେଜ ଓ ମେଟ୍ରୋ !

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡାଉନ ଶେଷ ହେବାର ପ୍ରାୟ ଦୁଇମାସ ବିତିଗଲାଣି ତଥାପି ପରିସ୍ଥିତି ଏପରି ହେଲାଣି ଯେ କରୋନା ସଂକ୍ରମଣ ହେତୁ ଅନେକ ରାଜ୍ୟକୁ ପୁନର୍ବାର ଲକଡାଉନ କରିବାକୁ ପଡିଲା । ବିହାର ଏବଂ ମଧ୍ୟପ୍ରଦେଶରେ ପୁଣି ଥରେ ଲକଡାଉନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏଭଳି ପରିସ୍ଥିତିରେ ସ୍କୁଲ, କଲେଜ, ଜିମ୍ ଏବଂ ମେଟ୍ରୋ ଟ୍ରେନ୍ ବର୍ତ୍ତମାନ ଖୋଲିପାରିବ କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି? ଅଧିକାରୀ ଏବଂ ବିଶେଷଜ୍ଞଙ୍କ ଅନୁଯାୟୀ ବର୍ତ୍ତମାନ ଏହା ବହୁତ କଷ୍ଟସାଧ୍ୟ । କରୋନା ମାମଲା ଏପର୍ଯ୍ୟନ୍ତ ହ୍ରାସ ହେବାର ନାମ ନେଉନାହିଁ | ତେବେ ପୁନରୁଦ୍ଧାର ହାର ୬୩.୪୫ କୁ ବୃଦ୍ଧି ପାଇଛି ଏବଂ କରୋନାରୁ ମୃତ୍ୟୁ ହାର ଅନ୍ୟ ଦେଶ ତୁଳନାରେ ବହୁତ କମ୍ ରହିଛି ।

ଏନେଇ ଅଧିକାରୀ ମାନେ କହିଛନ୍ତି ଯେ, ମେଟ୍ରୋ ସେବା ଏବେ ଆରମ୍ଭ କରିବା ସମ୍ଭବପର ନୁହେଁ । ମାର୍ଚ୍ଚ ମାସରୁ କରୋନା କାରଣରୁ ସମସ୍ତ ସ୍କୁଲ, କଲେଜ ବନ୍ଦ ହୋଇରହିଛି । ଏନେଇ ମାନବ ସଂସାଧନ ବିକାଶ ମନ୍ତ୍ରାଳୟ ହେଇ ସମ୍ବନ୍ଧରେ ଆଲୋଚନା କରୁଛନ୍ତି । ସୂଚନା ଅନୁଯାୟୀ ଅଧିକାଂଶ ରାଜ୍ୟ ବିଦ୍ୟାଳୟ-କଲେଜ ଖୋଲିବାକୁ ଏପର୍ଯ୍ୟନ୍ତ ସହମତ ନୁହଁନ୍ତି। ଏହି ବୈଠକରେ ବରିଷ୍ଠ ଅଧିକାରୀମାନେ ଶିଶୁଙ୍କ ସ୍ୱାସ୍ଥ୍ୟକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଜୁନ୍ ମାସରେ ଏଚଆରଡି ମନ୍ତ୍ରୀ ରମେଶ ପୋଖରିଆଲ ମଧ୍ୟ କହିଥିଲେ ଯେ ସ୍କୁଲ ଏବଂ କଲେଜ ଖୋଲିବା ବିଷୟରେ ପିତାମାତାଙ୍କ ସହ ମଧ୍ୟ ଆଲୋଚନା କରାଯିବ।

ଭୟଭୀତ ପିତାମାତା

ପିତାମାତା କରୋନାକୁ ନେଇ ଭୟରେ ଅଛନ୍ତି ଏବଂ ଅଧିକାଂଶ ଲୋକ ଏପର୍ଯ୍ୟନ୍ତ ନିଜ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବା ସପକ୍ଷରେ ନାହାଁନ୍ତି । ଏଭଳି ପରିସ୍ଥିତିରେ ଆସନ୍ତା ସପ୍ତାହରେ ବିଦ୍ୟାଳୟ ଓ କଲେଜ ଖୋଲିବା ବିଷୟରେ କୌଣସି ନିଷ୍ପତ୍ତି ନେବା ଅସମ୍ଭବ ମନେହୁଏ । ମନ୍ତ୍ରଣାଳୟ ମଧ୍ୟ କେନ୍ଦ୍ରକୁ ସୂଚନା ଦେଇଛି ଯେ ଅନେକ ଅଭିଭାବକ ବିଦ୍ୟାଳୟ ଓ କଲେଜ ଖୋଲିବା ସପକ୍ଷରେ ନାହାଁନ୍ତି। ଅନେକ ଲୋକ କୁହନ୍ତି ଯେ ଟିକା ଦିଆଯିବା ପରେ ସ୍କୁଲ ଏବଂ କଲେଜ ଖୋଲିବା ଉଚିତ୍ ।

ମେଟ୍ରୋ ଖୋଲିବାରେ ଅସୁବିଧା

ଲୋକମାନେ ମେଟ୍ରୋ ରେଳ ସେବାକୁ ଅପେକ୍ଷା କରିଛନ୍ତି କିନ୍ତୁ ଏହା ଖୋଲିବାରେ ବିପଦ ମଧ୍ୟ ରହିଛି । ଦିଲ୍ଲୀ, ମୁମ୍ବାଇ ଭଳି ସହରରେ କରୋନା ମାମଲା ବହୁତ ଅଧିକ ରହିଛି । ବର୍ତ୍ତମାନ ଦିଲ୍ଲୀରେ କରୋନା ମାମଲାରେ ଉଲ୍ଲେଖନୀୟ ହ୍ରାସ ଘଟିଛି କିନ୍ତୁ ଏହି ମାମଲା ପୁଣି ଥରେ ବଢ଼ୁ ବୋଲି ସରକାର ଚାହୁଁନାହାଁନ୍ତି। ଗତକାଲି ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ଦିଲ୍ଲୀରେ ସଂକ୍ରମଣ ହାର ଯଥେଷ୍ଟ ହ୍ରାସ ପାଇଛି କିନ୍ତୁ ବର୍ତ୍ତମାନ ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି ଏବଂ ଅବହେଳା ପୁଣି ମାମଲା ବଢ଼ାଇପାରେ। ଗୃହ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟ ତଥା ସରକାରୀ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦେଇଛି ଯେ ଏଥର ସ୍ୱାଧୀନତା ଦିବସକୁ ସୀମିତ ତଥା ସାମାଜିକ ଦୂରତା ସହ ପାଳନ କରାଯିବା ଉଚିତ। ଏଭଳି ପରିସ୍ଥିତିରେ ମେଟ୍ରୋ ସେବା ବର୍ତ୍ତମାନ ଆରମ୍ଭ ହେବାକୁ ଯାଉଛି ବୋଲି କହିବା ଅତ୍ୟନ୍ତ କଷ୍ଟକର।

 

Latest Posts

Don't Miss