spot_img

Latest Posts

ଓଏମ୍‌ସି ସ୍ଥାପନ କଲା କୋଭିଡ କେୟାର ହୋମସ୍‌

ଭୁବନେଶ୍ୱର:ମହାମାରୀ କୋଭିଡ-୧୯କୁ ଆଖିଆଗରେ ରଖି ଓଡ଼ିଶା ମାଇନିଂ କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ ରାଜ୍ୟରେ କୋଭିଡ କେୟାର ହୋମସ୍‌ ସ୍ଥାପନା କରାଯାଇଛି । ଭୁବନେଶ୍ୱର ସହିତ ସାଉଥ୍ କାଳିଆପାଣି, ଗନ୍ଧମାର୍ଦ୍ଦନ ଓ ଦୈତାରୀରେ କୋଭିଡ କେୟାର ସେଣ୍ଟର ସ୍ଥାପନ କରାଯାଇଛି । ପ୍ରତିଟି କୋଭିଡ କେୟାର ସେଣ୍ଟରରେ ୨୦ ଟି ଲେଖାଏଁ ବେଡ୍ ରହିଛି । ଏଠାରେ କରୋନା ସନ୍ଦିଗ୍ଧ ଏବଂ ପଜିଟିଭ୍ ଚିହ୍ନଟ ରୋଗୀଙ୍କୁ ରଖାଯାଇପାରିବ । ପରବର୍ତ୍ତୀ ପର୍ଯ୍ୟାୟରେ ଓଏମ୍‌ସି ପକ୍ଷରୁ ବଡ଼ବିଲ୍ ଏବଂ ରାୟଗଡ଼ାରେ ୨ଟି ଲେଖାଏଁ କୋଭିଡ କେୟାର ହୋମ୍‌ ଖୋଲାଯିବ । ସେଠାକାର ପ୍ରତିଟି ହୋମ୍‌ରେ ୧୦ଟି ଲେଖାଏଁ ବେଡ୍ ରହିବ ।

Odisha: 7,000 unemployed health workers to be engaged at Covid ...

ସୂଚନା ଯୋଗ୍ୟ ଯେ, ପୂର୍ବରୁ ଦାୟିତ୍ୱବାନ ଶିଳ୍ପ ସଂସ୍ଥା ଭାବେ କରୋନା ମୁକାବିଲା ନେଇ ଓଏମ୍‌ସି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୫୦୦ କୋଟି ଟଙ୍କା ଏବଂ ୨୦୧୯-୨୦ ଆର୍ଥିକବର୍ଷରେ ମଧ୍ୟବର୍ତ୍ତୀ ଲାଭାଂଶ ଭାବରେ ୨୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏଥିସହିତ ଗତ ୨୬ ମାର୍ଚ୍ଚରେ କିମ୍ସ ହସ୍ପିଟାଲରେ ୫ଶହ ସଂଖ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତିବଦ୍ଧ ହୋଇଥିବା ଏବଂ ହସ୍ପିଟାଲ ନିର୍ମାଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ସଂସ୍ଥା ପକ୍ଷରୁ ରାଜ୍ୟର ୮ ଜିଲ୍ଲାରେ ଏକାକୀ କୋଭିଡ ହସ୍ପିଟାଲ ନିର୍ମାର ପାଇଁ ଆର୍ଥିକ ସହଯୋଗ ଯୋଗାଇଦେଇଥିଲା ।

ରାଜଧାନୀରୁ ଆଉ ୧୨୬ କରୋନା ରୋଗୀ ଚିହ୍ନଟ: ସୁସ୍ଥ ହେଲେ ୧୩୩ ସଂକ୍ରମିତ

Latest Posts

Don't Miss