spot_img

Latest Posts

ଶ୍ରୀଜଗନ୍ନାଥ ମନ୍ଦିରର ସେବକଙ୍କୁ କୋଭିଡ୍ ଟିକା ପ୍ରଦାନ ଲାଗି ଅନୁରୋଧ

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସେବକ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ କୋଭିଡ୍ ଟିକା ପ୍ରଦାନ କରାଯିବା ନେଇ ଅନୁରୋଧ କରାଯାଇଛି । ଏସମ୍ପର୍କରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ।

ଏପରିକି ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ପ୍ରସ୍ତାବ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସୂଚନା ଅନୁଯାୟୀ, କୋଭିଡ୍ ନେଗେଟିଭ୍ ପ୍ରମାଣ ବିନା ଏବେ ଭକ୍ତମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିଛି । ଏଥିପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିବେ।

 

ଭକ୍ତଙ୍କ ସମ୍ପର୍କରେ ଆସୁଥିବା ମହାପ୍ରଭୁଙ୍କ ସେବକମାନେ କରୋନାର ଶିକାର ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ନୀତିକାନ୍ତି ପ୍ରଭାବିତ ବି ହୋଇପାରେ। ଯେଉଁଥିପାଇଁ ସେବକ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ କୋଭିଡ୍ ଟିକା ପ୍ରଦାନ କରାଯାଉ ବୋଲି ସରକାରଙ୍କୁ ନିବେଦନ କରାଯାଇଛି ।

ସୂଚନାଯୋଗ୍ୟ, ଶ୍ରୀଜିଉଙ୍କୁ ଦେଖିବା ପାଇଁ ଆଉ ଦରକାର ନାହିଁ କୋଭିଡ ନେଗେଟିଭ୍‌ ରିପୋର୍ଟ । କେବଳ କୋଭିଡ ଗାଇଡ୍‌ଲାଇନରେ ଭକ୍ତ କରୁଛନ୍ତି ଜଗା ଦର୍ଶନ । ୨୬ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ ଜଣ ଅତିରିକ୍ତ ଏସପି, ୭ ଜଣ ଡିଏସପି, ସମସ୍ତ ଥାନାର ଅଧିକାରୀ ନିୟୋଜିତ ହୋଇଛନ୍ତି । ଏଥସହିତ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପ୍ରସ୍ତୁତ ଏସଓପିକୁ କଡାକଡି ପାଳନ କରିବା ପାଇଁ ନିଷ୍ପତି ନିଆଯାଇଛି। ପୁରୀ ବାସୀଙ୍କ ପାଇଁ ସକାଳ ୬ଟାରୁ ୭ଟା ଓ ଅନ୍ୟ ଦର୍ଶନାର୍ଥୀଙ୍କ ପାଇଁ ୭ଟାରୁ ରାତ୍ର ପହୁଡ ପର୍ଯ୍ୟନ୍ତ କୋଭିଡ କଟକଣା ମଧ୍ୟରେ ଦର୍ଶନ ଜାରି ରହିବ ।

ଏଥିସହ ପଢନ୍ତୁ- ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆଉ ଦରକାର ନାହିଁ କୋଭିଡ ନେଗେଟିଭ୍‌ ରିପୋର୍ଟ

Latest Posts

Don't Miss