spot_img

Latest Posts

ନଦୀ କୂଳରୁ ଉଦ୍ଧାର ହେଲା ପୋତା ଯାଇଥିବା ମୁଣ୍ଡ ବିହୀନ ଶରୀର

କାଲିମେଳା: ଗୁଣି ଗାରେଡ଼ି ସନ୍ଦେହରେ ଗଳାକାଟି ବିଭତ୍ସ ହତ୍ୟା । ମାଲକାନାଗିରି ଜିଲ୍ଲା ପଡ଼ିଆ ବ୍ଳକ ନନ୍ଦାଗୁଡା ଗାଁରେ ହତ୍ୟାକାଣ୍ଡ ଘଟିଛି । ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ଯା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରାଯାଇଛି । ମୃତ ବ୍ୟକ୍ତିଙ୍କ ମୁଣ୍ଡକୁ ପୋଡ଼ି ଦିଆଯାଇଥିବା ବେଳେ ଶରୀରର ଅବଶିଷ୍ଟ ଅଂଶକୁ ଶାବେରୀ ନଦୀ କୂଳରେ ପୋତି ଦେଇଥିବା ଜଣାପଡ଼ିଛି ।

Malkangiri Padia Police Rescued Body With Out Head From River Bank

ସୂଚନା ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ନନ୍ଦାଗୁଡା ଗାଁର କିଛି ଲୋକ କାରାମ କାନାଙ୍କୁ ଘରୁ ଡାକି ଆଣି ଘର ଏକ ଦାଆ ସାହାଯ୍ୟରେ ଗଳା କାଟି ହତ୍ୟା କରିଥିଲେ । ଏହା ପରେ ପ୍ରମାଣ ନଷ୍ଟ ପାଇଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଠାରୁ ବୋହି ୨ କିଲୋମିଟର ଦୂରରେ ଥିବା ଶାବେରୀ ନଦୀ କୂଳରେ ମୁଣ୍ଡକୁ ଶରୀରରୁ ଅଲଗା କରି ପୋଡ଼ି ଦେଇଥିଲେ । ମୃତଦେହର ଅବଶିଷ୍ଟ ଅଂଶକୁ ନଦୀ କୂଳରେ ଥିବା ବାଲିପଠାରେ ପୋତି ଦେଇଥିଲେ ।

Malkangiri Padia Police Rescued Body With Out Head From River Bank

ସକାଳେ ମୃତକଙ୍କ ସ୍ତ୍ରୀ କାରାମ ଭିମେ ପଡିଆ ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀଙ୍କ ନେତୃତ୍ୱରେ ପୋଲିସ୍ ଛାନଭିନ୍ ଆରମ୍ଭ କରିଥିଲା । ପୋତା ଯାଇଥିବା ଶରୀରର ଅବଶିଷ୍ଟକୁ ସାଇଣ୍ଟିଫିକ୍ ଟିମ୍ ଏକଜୁକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ନଦୀପଠାରୁ ବାଲି ଖୋଳି ଉଦ୍ଧାର କରାଯାଇଛି । ହତ୍ୟାରେ ସମ୍ପୃକ୍ତ ସନ୍ଦେହ କରି ଗାଁର କିଛି ଲୋକଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ପୋଲିସ ।

Latest Posts

Don't Miss