spot_img

Latest Posts

ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ କୋଭିସିଲ୍‌ଡ ଟିକା, ଆସୁଛି ୪୦ ହଜାର ୮ଶହ ଡୋଜ୍‌‌

ଭୁବନେଶ୍ୱର: ବହୁ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। କରୋନାକୁ ମାତ ଦେବା ପାଇଁ ଆଉ ମାତ୍ର କିଛି ଘଣ୍ଟା ପରେ ଓଡ଼ିଶାରେ ପହଞ୍ଚିବ ଟିକା। ପୁଣେରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଅପରାହଣ ୪ଟା ୨୫ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ପ୍ରଥମ ପର୍ଯ୍ୟାୟରେ ଟିକାକରଣ ପାଇଁ ଭୁବନେଶ୍ୱରର୨୧ ହଜାର ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ତାଲିକା ପ୍ରଦାନ କରାଯାଇଛି। ଆଜି ସଂଧ୍ୟା ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ୍ ଓପନ୍ ଅଛି।

ସମୁଦାୟ ୨୭ଟି ସରକାରୀ ହସ୍ପିଟାଲ ଏବଂ ୧୮ଟି ପ୍ରାଇଭେଟ୍ ହସ୍ପିଟାଲରେ ଭ୍ୟାକସିନେସନ୍ ସେଣ୍ଟର ଖୋଲିଛି। ବିଏମସି ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ସରିଛି ବୋଲି ବିଏମ୍‌ସି କମିଶନର କହିଛନ୍ତି। ୧୬ ତାରିଖରେ ଭୁବନେଶ୍ୱରର ୫ଟି ଲୋକେସନରେ କୋଭିଡ୍- ୧୯ ଭ୍ୟାକସିନ୍ ଲଞ୍ଚ କରାଯିବ। କ୍ୟାପିଟାଲ ହସ୍ପିଟାଲ, ୟୁନିଟ୍ ୪ ସରକାରୀ ହସ୍ପିଟାଲ, ବିଏମସି ହସ୍ପିଟାଲ, ସମ୍ ହସ୍ପିଟାଲ ଏବଂ କିମ୍‌ସ ହସ୍ପିଟାଲରେ ହେବ କୋଭିଡ ଟିକାକରଣ।

Latest Posts

Don't Miss