spot_img

Latest Posts

ଆସନ୍ତାକାଲିଠାରୁ ରାଜ୍ୟରେ ଟିକାକରଣ, ଭୁବନେଶ୍ୱରରେ ୯ ହଜାର ଲୋକଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ୱର: ଅପେକ୍ଷାର ଅନ୍ତ ଘଟିଛି, ଓଡ଼ିଶାରେ ପହଞ୍ଚିଛି କରୋନା ସଞ୍ଜୀବନି। ଆସନ୍ତାକାଲିଠାରୁ ରାଜ୍ୟରେ ଆରମ୍ଭ ହେବ କରୋନା ଟିକାକରଣ। ରାଜ୍ୟରେ ୩ ଲକ୍ଷ ୩୮ ହଜାର ସ୍ୱାସ୍ଥ୍ୟକର୍ମୀ ତାଙ୍କ ଟିକା ପାଇ ନାମ ପଞ୍ଜୀକୃତ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ଦଫାରେ ୧ଲକ୍ଷ ୯୨ ହଜାର ଜଣଙ୍କୁ ଟିକା ଦିଆଯିବ ବୋଲି ସୂଚନା ମିଳିଛି। ତେବେ ଟିକାକରଣ ପାଇଁ ସବୁ ଜିଲ୍ଲା ଓ କୋଲଡ୍ ଚେନ୍ ପଏଣ୍ଟରେ ଟିକା ପହଞ୍ଚି ସାରିଛି। ସେପଟେ ଭୁବନେଶ୍ୱରରେ କେବଳ କୋଭାକ୍ସିନ୍ ଟିକା ଦିଆଯିବ।

ଭୁବନେଶ୍ୱରରେ ପୂର୍ବରୁ ୫ଟି କେନ୍ଦ୍ର କରାଯାଇଥିବା ବେଳେ ଏବେ ଏମ୍‌ସ ହସ୍ପିଟାଲ ସାମିଲ ପରେ ଟିକାକେନ୍ଦ୍ର ସଂଖ୍ୟ ୬କୁ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଗୋଟିଏ କେନ୍ଦ୍ରରେ ଦୈନିକ ଶହେ ଜଣଙ୍କୁ ଟିକା ଦିଆଯିବ। ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟରେ ଟିକାକରଣ ପାଇଁ ମୋଟ ୨୬ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପଞ୍ଜିକୃତ କରାଯାଇଛି। ଟିକାକରଣ ସକାଳ ୯ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିବ। ଭ୍ୟାକସିନ୍ ସିସି ଖୋଲାଯିବାର ୪ ଘଣ୍ଟା ଭିତରେ ତାକୁ ବ୍ୟବହାର କରିନେବାକୁ ପରାମର୍ଶ ଦିଆଯାଇଛି।

ବିଏମ୍‌ସି ପ୍ରଥମ ପର୍ଯ୍ୟାୟରେ ଯେତିକି ଭ୍ୟାକ୍ସିନ ପାଇଛି ସେଥିରେ ଭୁବନେଶ୍ୱରର ମୋଟ ୯ ହଜାର ଲୋକଙ୍କୁ ଟିକା ଦିଆଯିବ ବୋଲି କହିଛନ୍ତି ବିଏମସି କମିଶନର। ୨୮ଦିନ ପରେ ସେମାନଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ୍‌ ଟିକା। ଟିକାକରଣ ପୂର୍ବରୁ ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ ବିଏମ୍‌ସି ହସପିଟାଲ ଓ କ୍ୟାପିଟାଲ ହସପିଟାଲ ବୁଲି ଦେଖିଛନ୍ତି ।.

Latest Posts

Don't Miss