spot_img

Latest Posts

ରାଜ୍ୟରେ ପୁଣି ୧୭୨ ସ୍ଥାନୀୟ ଲୋକ ଆକ୍ରାନ୍ତ; ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର: ରାଜ୍ୟରେ ପୁଣି ୪୯୪ ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ । ବଢ଼ିବାରେ ଲାଗିଛି ସଂକ୍ରମଣ । ଏହି ୪୯୪ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ୧୫ ହଜାର ୩୯୨ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୩୨୨ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୭୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳର ଜଣେ ରହିଥିବା ବେଳେ ବାଲେଶ୍ୱରରୁ ୨୧ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକରୁ ୦୭ ଜଣ, ବଲାଙ୍ଗିରରୁ ୩ ଜଣ, ବୌଦ୍ଧରୁ ଦୁଇ ଜଣ, କଟକରୁ ୩୮ ଜଣ ଚିହ୍ନଟ ହୋଇଛନ୍ତି । ତେବେ ପୁଣିଥରେ ଗଞ୍ଜାମରୁ ସର୍ବାଧିକ ୨୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଜଗତସିଂହପୁରରୁ ଜଣେ, ଯାଜପୁରରୁ ୧୫ ଜଣ, କଳାହାଣ୍ଡିରୁ ଦୁଇ ଜଣ, କେନ୍ଦ୍ରାପଡ଼ାରୁ ୧୧ ଜଣ, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ୬୪, କୋରାପୁଟରୁ ୪, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୧୪, ନବରଙ୍ଗପୁରରୁ ୦୪, ନୟାଗଡ଼ରୁ ୧୬, ନୂଆପଡ଼ାରୁ ୦୯, ପୁରୀରୁ ୭, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୪ ଓ ସୁନ୍ଦରଗଡ଼ରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁଯାୟୀ ରାଜ୍ୟରେ ଏବେ ସୁଦ୍ଧା ୩ ଲକ୍ଷ ୬୧ ହଜାର ୯୨୦ ଟେଷ୍ଟିଂ ହୋଇସାରିଛି । ସେଥିମଧ୍ୟରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୩୯୨ ରହିଥିବା ବେଳେ ୧୦ ହଜାର ୪୭୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ୪ ହଜାର ୮୧୩ ମାମଲା ଏବେ ସକ୍ରିୟ ରହିଛି ।

Latest Posts

Don't Miss