spot_img

Latest Posts

ମୁହାଁ ମୁହିଁ ଧକ୍କା ଫଳରେ ପୋଲ ତଳକୁ ଖସିପଡ଼ିଲା ୨ଟି ବାଇକ୍‌, ଜଣେ ମୃତ ୨ ଗୁରୁତର

ନୀଳଗିରି: ନୀଳଗିରି ସନ୍ତରାଗଡ଼ିଆ ରାସ୍ତାର ଜୁରିଆପାଟଣା ଛକ ନିକଟରେ ପୋଲ ତଳକୁ ଖସିଗଲା ୨ ବାଇକ୍।  ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି।  ମୃତକ ଜଣଙ୍କ  ନୀଳଗିରି ଅଞ୍ଚଳର ବୋଲି ଜଣାପଡ଼ିଛି। ଅନ୍ୟ ଦୁଇଜଣ ଗୁରୁତରଙ୍କୁ ନୀଳଗିରି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଦୁଇଟି ଭାଇକ ମୁହାଁ ମୁହିଁ ଧକ୍କା ଫଳରେ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି। ଦୁର୍ଘ  ଟଣା ପରେ ଗାଁଲୋକେ ଆମ୍ବୁଲାନ୍ସ ଖବର ଦେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ  ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୨ଟି ବାଇକ୍‌ରେ ୩ ଜଣ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ମୁହାଁମୁହିଁ ଧକ୍କା ହେବା ପରେ ବାଇକ୍‌ ୨ଟି ପୋଲ ତଳକୁ ଖସି ପଡ଼ିଥିଲା। ଏହାପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରି ନିଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ।

ସେମାନଙ୍କ ମଧ୍ୟରୁ ଅଭିଷେକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ସେଠାରୁ କଟକ ନିଆଯାଉଥିବା ବେଳେ ବାଟରେ ତାଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ ସହ ତଦନ୍ତ ଆରମ୍ଭ କରିଛି।

Latest Posts

Don't Miss