ମାସ୍କ କାହିଁକି ପିନ୍ଧିନ ପଚାରିବାରୁ ପୋଲିସ ଉପରକୁ ଆକ୍ରମଣ କଲା ବୁଲା ବିକାଳୀ

1 min read

ଭୁବନେଶ୍ୱର: ସଟଡାଉନ ସମୟରେ ବିନା ମାସ୍କରେ କାହିଁକି ବଜାରରେ ବୁଲୁଛୁ ପଚାରିବାରୁ ଆକ୍ରମଣର ଶିକାର ହେଲେ ପୋଲିସ କର୍ମଚାରୀ ।ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବଳଙ୍ଗା ବଜାରରେ ।  ସୂଚନା ଅନୁଯାୟୀ ରବିବାର ସକାଳ ସମୟରେ ବଳଙ୍ଗା ପୋଲିସ ପକ୍ଷରୁ ବଳଙ୍ଗା ବଜାର ପ୍ରବେଶ ପଥ ଠାରେ ମାସ୍କ ଚେକିଂ ସହ ସଟଡାଉନ ପାଇଁ କଡାକଡ଼ି ଚେକିଂ ଚାଲିଥିଲା ।

ସେହି ସମୟରେ ବଳଙ୍ଗା ବଜାରର ଅଜୟ ପ୍ରଧାନ ନାମକ ଜଣେ ଯୁବକ ସାଇକେଲରେ ଏକ କଦଳୀ କାନ୍ଦି ଧରି ବିନା ମାସ୍କରେ ଆସୁଥିଲେ । ପୋଲିସ ତାଙ୍କୁ ଅଟକାଇ ସଟଡାଉନ ସମୟରେ କୁଆଡେ ଯାଉଛ ବୋଲି ପଚାରିବାରୁ ପୋଲିସ ସହ ଯୁକ୍ତିତର୍କ କରିବା ସହ ପାଖରେ ଥିବା ଏକ ଧାରୁଆ ଅସ୍ତ୍ରରେ ଯୁବକ ଜଣକ ପୋଲିସକୁ ଆକ୍ରମଣ କରିଥିଲା ।

ପରେ ଅନ୍ୟ ପୋଲିସ କର୍ମଚାରୀ ମିଶି ଯୁବକ ଜଣକୁ କାବୁ କରିଥିଲେ । ଏଥିରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇ ଥିବା ବେଳେ ଆକ୍ରମଣ କରିଥିବା ଯୁବକକୁ ବଳଙ୍ଗା ପୋଲିସ ଗିରଫ କରିଛି । ପୂର୍ଵରୁ ମଧ୍ୟ ୨୦୧୪ ମସିହାରେ ଯୁବକ ଜଣକ ସେହି ଥାନାର ଜଣେ ASI ଙ୍କୁ ଆକ୍ରମଣ କରିଥିବା ବଳଙ୍ଗା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply