ବଞ୍ଚିଛନ୍ତି ସୁମିତ୍ରା, ମାରିଦେଲେ ଶଶୀ !

1 min read

ନୂଆଦିଲ୍ଲୀ: ବଞ୍ଚି ଥାଉ ଥାଉ ମାରିଦେଲେ ଶଶୀ ଥରୁର  । ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନଙ୍କ ପରଲୋକ ନେଇ ଖବର ପ୍ରକାଶ ପାଇବା ପରେ ଶ୍ରଦ୍ଧାଞ୍ଜଳି ଜଣାଇବାରେ ବିଳମ୍ୱ କରିନଥିଲେ ଲୋକେ  । ଆଶ୍ଟର୍ଯ୍ୟ ହେଲେ ବି ଖବରକୁ ମାନିନେବାକୁ ସମସ୍ତେ ବାଧ୍ୟ ଥିଲେ  । ଯେହେତୁ କିଛି ଦିନ ତଳେ ତାଙ୍କ ଠାରେ କୋଭିଡ ରିପୋର୍ଟ ପଡିଟିଭ ଆସିଥିଲା । ସେପଟେ ବର୍ତ୍ତମାନ ତାଙ୍କ ଦେହ ସୁସ୍ଥ ରହିଛି ଏବଂ କରୋନା ରିପୋର୍ଟ ନେଗେଟିଭ ମଧ୍ୟ ରହିଥିବା କହିଛନ୍ତି ସଂପର୍କୀୟ  । କଂଗ୍ରେସ ନେତା ଶଶୀ ଥରୁର ଟ୍ବିଟରରେ ପ୍ରଥମେ ମହାଜନଙ୍କ ପରଲୋକ ହୋଇଥିବା ନେଇ ପ୍ରଥମେ ଜଣାନ୍ତି । ଏହାପରେ ଭାଇରାଲ ହୁଏ ଖବର  ।

କରୋନା ସଂକ୍ରମିତ ଥିବା ସୁମିତ୍ରା ମହାଜନ ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ନେଇ ଖବର ଭାଇରାଲ ହୁଏ। ପରେ ଏନେଇ ଟ୍ବିଟରରେ ସୁମିତ୍ରା ମହାଜନଙ୍କ ସମ୍ପର୍କୀୟ ସ୍ପଷ୍ଟ କରନ୍ତି  । ସେ ବର୍ତ୍ତମାନ ସୁସ୍ଥ ରହିଛନ୍ତି  । ଆଜି ତାଙ୍କର କୋଭିଡ ରିପୋର୍ଟ ନେଗେଟିଭ ଆସିଛି  । ଏବଂ ସେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ସଂପୂର୍ଣ୍ଣ ସୁସ୍ଥ ହେବେ ବୋଲି ଉଲ୍ଲେଖ କରିଛନ୍ତି ସଂପର୍କୀୟ  । ସେପଟେ ମିଥ୍ୟ ଖବର ପ୍ରକାଶ କରିଥିବା କଂଗ୍ରେସ ନେତା ଶଶୀ ଥରୁରଙ୍କୁ ଟ୍ରୋଲ କରିଛନ୍ତି ବିଜେପି ନେତା  ।

Leave a Reply