ସୂଚନା ଫଳକକୁ ନେଇ ଆଇନ ମନ୍ତ୍ରୀଙ୍କ ଗାଁରେ ବିଜେଡି-ବିଜେପି ମୁହାଁମୁହିଁ

1 min read

ନନ୍ଦିଘୋଷ ବ୍ୟୁରୋ: ସୂଚନା ଫଳକକୁ ନେଇ ଆଇନ ମନ୍ତ୍ରୀଙ୍କ ଗାଁରେ ବିଜେଡି-ବିଜେପି ମୁହିଁମୁହିଁ । ଏକ ସହାୟକ ସୂଚନା ଫଳକ ବୋର୍ଡକୁ କାଢ଼ିଦେବା ନେଇ ଖୋର୍ଦ୍ଧା ବାଣପୁର ଗମ୍ଭାରୀମୁଣ୍ଡା ପଞ୍ଚାୟତର ଗୋଡିଝର ଗାଁରେ ଦେଖାଦେଇଛି ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ବିବାଦ । ଗୋଡିଝରର ଏହି ମନ୍ଦିରଟି ଦୀର୍ଘ ବର୍ଷ ଧରି ଉନ୍ନତି ହୋଇ ପାରିନଥିଲା । ମନ୍ଦିରର ଉନ୍ନତି ନେଇ କିଛି ବିଜେଡି କର୍ମୀ ପୂର୍ବତନ ସରକାରଙ୍କ ସମୟରେ ଆର୍ଥିକ ସହାୟତା ନିମନ୍ତେ ଦରଖାସ୍ତ କରିବା ପରେ ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିର ମରାମତି, ନବୀକରଣ ଓ ରୂପାନ୍ତରୀକରଣ ନିମନ୍ତେ ୪ଲକ୍ଷ ଟଙ୍କା ମଂଜୁର କରିଥଲେ । ଯାହାର ଏକ ଏକ ସୂଚନା ଫଳକ ମନ୍ଦିର ପରିସରରେ ଲଗାଯାଇଥିଲା । ସେଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଫଟୋ ମଧ୍ୟ ରହିଥଲା । HAT ମନ୍ଦିର ବେଢାରୁ ସେହି ସହାୟକ ସୂଚନା ଫଳକଟିକୁ କିଛି ବିଜେପି କର୍ମୀ କାଢିନେଇ ଯାଇଥିବା ବେଳେ ଏହାକୁ ନେଇ ବିଜେଡି ଓ ବିଜେପି କର୍ମୀଙ୍କ ମଧରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରେ ବିଜେଡି କର୍ମୀମାନେ ଏହାକୁ ପୁଣି ଆଣି ଲଗାଇଥିଲେ । ତଥାପି ଉତ୍ତେଜନା ପ୍ରଶମିତ ନହେବାରୁ ଶେଷରେ ପୋଲିସ ଉପସ୍ଥିତିରେ ବାଣପୁର ବ୍ଳକ ପ୍ରଶାସନ ଆଜି ଅପରାହ୍ନରେ ସେହି ସୂଚନା ବୋର୍ଡଟିକୁ କାଢିନେଇଛି ।