ପଶ୍ଚିମବଙ୍ଗରୁ ଫେରିଲେ ୧୪ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ

1 min read

ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା । ଏଣିକି ପଶ୍ଚିମବଙ୍ଗରୁ ଆସିଲେ ଓଡିଶାରେ କ୍ବାରେଣ୍ଡାଇନ ବାଧ୍ୟତାମୂଳକ । ବିଧାନସଭା ନିର୍ବାଚନ ନେଇ ଏବେ ପଶ୍ଚିମବଙ୍ଗରେ ସଭାସମିତି, ପ୍ରଚାର ରାଲି ଜୋର ଜାରି ରହିଛି । ସେଠାରେ ସଂକ୍ରମଣ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିଛି । ଦୈନିକ ସଂକ୍ରମଣ ୧୦ ହଜାର ପରେ ଚିହ୍ନଟ ହେଉଛନ୍ତି । ଏପରି ସ୍ଥଳେ ରାଜ୍ୟ ସରକାର ସୁରକ୍ଷା ଦୃଷ୍ଟିରୁ କଟକଣା ଲଗାଇଛନ୍ତି ।

ସେହିପରି ୪୮ଘଣ୍ଟିଆ RTPCR ନେଗେଟିଭ୍ ଥିଲେ ହୋମ୍ କ୍ୱାରେଣ୍ଟାଇନ୍ ଅନୁମତି ମିଳିବ । ଏଭଳି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ୨ଟି କୋଭିଡ୍ ଡୋଜର ପ୍ରମାଣପତ୍ର ଥିଲେ ହୋମ୍ କ୍ୱାରେଣ୍ଟାଇନ୍ ଅନୁମତି ମିଳିବ । ଏଥିସହ ହୋଟେଲ୍ ଓ ଲଜିଂରେ ହୋଇଥିବା କ୍ୱାରେଣ୍ଟାଇନରେ ରହିବେ । ଚେକପୋଷ୍ଟ କରିବାକୁ ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପଶ୍ଚିମବଙ୍ଗରୁ ଆସୁଥିବା ଲୋକଙ୍କ ଶତ ପ୍ରତିଶତ ଚେକିଂ ହେବ । ଆସନ୍ତାକାଲି ଅର୍ଥାତ ୨୩ ଏପ୍ରିଲ ଠାରୁ ପଶ୍ଚିମବଙ୍ଗ ସୀମାନ୍ତ ସବୁ ରାସ୍ତାରେ ଚେକିଂ ହେବ । ମାଇକ୍ ଯୋଗେ ଲୋକମାନଙ୍କୁ ସଚେତନ କରାଯିବ । କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରାଯିବା ସହ ପଶ୍ଚିମବଙ୍ଗ ପେରନ୍ତାଙ୍କ ଉପରେ ବିଶେଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ  ।

Leave a Reply