୧୯ ଘଣ୍ଟାର ଅପରେସନ ପରେ ମିଳିଲା ନିଖୋଜ ନାବାଳକଙ୍କ ମୃତ ଦେହ, ଭାସି ଯାଇଥିଲେ ୩ କି.ମି

ଭୁବନେଶ୍ୱର: ପାଖାପାଖି ୨୦ ଘଣ୍ଟାର ଅପରେସନ ପରେ ମିଳିଲା ନିଖୋଜ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ  । ଗତକାଲି ଟ୍ୟୁସନ ଯାଇ ଫେରିନଥିବା ଜ୍ୟୋତି ପ୍ରକାଶ ବେହେରାଙ୍କ ମୃତ ଶରରୀକୁ ପଞ୍ଚଶଖା ନଗରର ଡ୍ରେନରୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ  । ଅପରାହ୍ନରୁ ଡ୍ରେନ ପାଣିରେ ଭାସିଯାଇଥିଲେ  । ଖବର ପାଇବା ପରେ ଅଗ୍ନିଶମ ବିଭାଗର ୬ ଜଣିଆ ଟିମ ସର୍ଚ୍ଚ ଉପରେସନରେ ନିୟୋଜିତ ଥିଲେ  ।  ଦୀର୍ଘ ୧୯ ଘଣ୍ଟାରୁ ଅଧିକ ସମୟ ଧରି ଖୋଜିବା ପରେ ଆଜି ପଞ୍ଚଶଖା ନଗର ଡ୍ରେନରୁ ନିଖୋଜ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରାଙ୍କ ମୃତ ଶରୀରକୁ ପାଇବାରେ ସଫଳ ହୋଇଛି ଅଗ୍ନିଶମ ବାହିନୀ  ।

ଗତକାଲି ଟ୍ୟୁସନ ଯାଉଥିବା ବେଳେ ପାଣି ସୁଅରେ ସାଇକେଲ୍ ସହ ନାଳରେ ପଡିଯାଇଥିଲେ ଜ୍ୟୋତି । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନକୁ ଜୋରଦାର କରିଥିଲେ । ବିଳମ୍ବିତ ରାତି ଯାଏ ଚାଲିଥିଲା ସର୍ଚ୍ଚ ଅପରେସନ । ଆଜି ଜ୍ୟୋତିପ୍ରକାଶଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ପୋଲିସ ଓ ଅଗ୍ନିଶମ ବାହିନୀ । ହେଲେ ମିଳିନଥିଲା ଜ୍ୟୋତି ପ୍ରକାଶଙ୍କ ଖୋଜ ଖବର । ଟ୍ୟୁସନ୍ ଯାଉଥିବା ବେଳେ ଶତାବ୍ଦୀ ନଗର ମୁଖ୍ୟ ଡ୍ରେନର ପାଣିରେ ଭାସିଯାଇଥିଲେ ଜ୍ୟୋତି ।

Leave a Reply