ଅନଲାଇନ ଗେମ୍ ପାଇଁ ବାପା-ଭଉଣୀକୁ ହତ୍ୟା କଲା ପୁଅ…
ନନ୍ଦିଘୋଷ ବ୍ୟୁରୋ : ଅନଲାଇନ ଗେମ ନେଲା ଜୀବନ ! ମୋବାଇଲ ଗେମ୍ ନିଶାରେ ପୁଅ ଭୁଲିଗଲା ହିତାହୀତ ଜ୍ଞାନ । ଗେମ୍ ଖେଳିବାକୁ ପଇସା ନ ଦେବାକୁ ବାପା-ଭଉଣୀକୁ କଲା ହତ୍ୟା। କର୍ଣ୍ଣାଟକର କୋପ୍ପାଲ ଜିଲ୍ଲାରୁ ଏକ ଭୟଙ୍କର ଘଟଣା ସମ୍ନାକୁ ଆସିଛି । ମୋବାଇଲରେ ଗେମ୍ ଖେଳିବା ନିଶା ଗୋଟିଏ ପରିବାରକୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଦେଇଛି । ଗଙ୍ଗାବତୀ ତାଲୁକର ଅଯୋଧ୍ୟା ଗାଁରେ ଜଣେ ୧୭ ବର୍ଷୀୟ ପୁଅ ତାଙ୍କ ବାପା ଓ ଭଉଣୀକୁ ଛୁରୀ ଭୁସି ହତ୍ୟା କରିଛି । ମାଆ ମଧ୍ୟ ଗୁରୁତର ଆହତ ହୋଇ ମେଡିକାଲା ଚିକିତ୍ସୀତ ହେଉଛନ୍ତି । ଘଟଣା ପରେ ଅଭିଯୁକ୍ତ ଅନ୍ୟ ଏକ ପୀଡିତାଙ୍କୁ ଆକ୍ରମଣ କରି ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା । ଏହି ଘଟଣା ଜିଲ୍ଲାର ଗଙ୍ଗାବତୀ ଗାଁର ପୋଲିସ ଷ୍ଟେସନରେ ହୋଇଛି ।
ପୋଲିସ ଅନୁସାରେ ଏହି ଘଟଣାଟି ଶନିବାର ଦିନ ରାତି ପ୍ରାୟ ସାଢ଼େ ୧୦ଟାରେ ହୋଇଥିଲା । ମୃତକ ହେଲେ ଭେଙ୍କଟ ନାଇଡୁ ବୟସ ୪୫ ଏବଂ ତାଙ୍କ ୧୯ ବର୍ଷୀୟ ଝିଅ ପ୍ରଗତି। ଭେଙ୍କଟ ନାଇଡୁ ଏକ ଘରୋଇ ସ୍କୁଲରେ ସୁପରଭାଇଜର ଭାବେ କାମ କରୁଥିଲେ । ସେଠାରେ ତାଙ୍କ ପତ୍ନୀ ସୌଜନ୍ୟା ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସୀତ ହେଉଛନ୍ତି । ମୃତ ଭେଙ୍କଟ ନାଇଡୁଙ୍କ ବାପା ଥାଟ୍ଟା ରାଓଙ୍କ ଅଭିଯୋଗ କ୍ରମେ ଘଟଣାଟି ରୁଜୁ କରି ପୋଲିସ ତଦନ୍ତ କରୁଛି ।
ଘଟଣାର ତଦନ୍ତ ଅନୁସାରେ ରାତି ପ୍ରାୟ ୯ଟାରେ ପୁରା ପରିବାର ଏକାଠି ମିଶି ଭୋଜନ କରିଥିଲେ । ତା’ପରେ ରାତି ପ୍ରାୟ ୧୦.୩୦ ସମୟରେ ଏକ କଠୋରୀ ଭିତରୁ ଜୋର ଶବ୍ଦ ଶୁଭିଲା । ଯେତେବେଳେ ପରିବାରର ଅନ୍ୟ ସଦସ୍ୟ ସେଠାରେ ଆସି ପହଞ୍ଚିଲେ ତ ଭିତରପଟୁ ଘର କବାଟ ବନ୍ଦ ଥିଲା, ପରିବାର ଲୋକେ ପୋଡ଼ଶୀଙ୍କ ସାହାର୍ଯ୍ୟ ନେଇ କବାଟ ଭାଙ୍ଗି ଘର ଭିତରକୁ ଯାଇଥିଲେ ।ସେଠାରେ ଯାହା ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ । ଚାରିଜଣ ଲୋକ କୋଠରୀରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ ।
ପୋଲିସ କହିବା ଅନୁସାରେ ପ୍ରଥମ ତଦନ୍ତରୁ ଜଣାପଡିଛି ଯେ ପୁଅଟି ମୋବାଇଲ ଗେମ ଖେଳିବା ନିଶାରେ ଥିଲା । ସେ ଖେଳିବା ସମୟରେ ତାକୁ କେହି ବାଧା ଦେଉଥିଲେ କିମ୍ୱା କଥା ହେଉଥିଲେ ରାଗି ଯାଉଥିଲା । ତଦନ୍ତ ପରେ ଏହା ମଧ୍ୟ ଜଣା ପଡିଲା ଯେ ସେ ତାଙ୍କ ବାପାଙ୍କୁ ପଇସା ମାଗିଥିଲେ,ହେଲେ ବାପା ତାଙ୍କୁ ମନା କରିଥିଲେ । ଏହି କାରଣକୁ ବିବାଦ ବଢ଼ିବା ପରେ ହତ୍ୟା ସନ୍ଦେହ ଉଠୁଛି । ପୋଲିସର କହିବା ଅନୁସାରେ ଘଟଣାର ସମସ୍ତ ଦିଗକୁ ଯାଞ୍ଚ କରାଯାଉଛି । ଅଭିଯୁକ୍ତ କିଶୋର ଏବଂ ଆହତ ମାଆଙ୍କ ବୟାନ ରେକର୍ଡ ହେବା ପରେ ଘଟଣାର ସତ୍ୟତା ଜଣାପଡ଼ିବ ।

