ଆଇଏଏସ୍ ହୁଅନ୍ତୁ ଅବା ତଳିଆ କର୍ମଚାରୀ: ଦୁର୍ନୀତି କଲେ ନିସ୍ତାର ନାହିଁ

ଭୁବନେଶ୍ୱର: କାହାରିକୁ ଛାଡ ନାହିଁ  । ଆଇଏଏସ ହୁଅନ୍ତୁ ଅବା ତଳିଆ କର୍ମଚାରୀ  । ଆକ୍ସନ ମୋଡ୍‌ରେ ରାଜ୍ୟ ସରକାର । ଦୁର୍ନୀତି ଓ ଅପରାଗ ଅଭିଯୋଗରେ ସରକାର ବର୍ଷ ଶେଷରେ ନେଇଛନ୍ତି ବଡ଼ କାର୍ଯ୍ୟାନୁଷ୍ଠାନ  । ଆଜି ବିଦା ହୋଇଛନ୍ତି ଆଉ ୬ ବାବୁ ଓ କର୍ମଚାରୀ  । ଏହାକୁ ମିଶାଇ ଏବେ ସୁଦ୍ଧା ୯୭ ଜଣଙ୍କୁ ସିଆରଏସ ଦିଆଯାଇଥିବାବେଳେ ୬୦ ଜଣଙ୍କ ପେନସନ ରଦ୍ଦ କରାଗଲାଣି  । ଏପରିକି ଚଳିତ ବର୍ଷ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ଆସିଥିବା ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ କେନ୍ଦ୍ରକୁ ସୁପାରିସ କରିଛନ୍ତି ରାଜ୍ୟ ସରକାର ।

Administration Given Gift Of Corrupt Officer In Fatehpur - भ्रष्टाचार करने वाले अधिकारी को योगी राज मे फिर मिल गया मलाईदार पद, जानिए कौन है धर्मकीर्ति | Patrika News

ଆୟୁଷ ନିର୍ଦ୍ଦେଶକ ବିଭୂପ୍ରସାଦ ଷଡ଼ଙ୍ଗୀ, ରାୟଗଡ଼ା ଡିଏଫଓ ହୁଅନ୍ତୁ ଅବା କେନ୍ଦୁଝର ଆରଡବ୍ଲୁ ଡିଭିଜନର ଉପନିର୍ବାହୀ ଯନ୍ତ୍ରୀ  । ଦୁର୍ନୀତିରେ ଲିପ୍ତ ଥିବାରୁ ରାଜ୍ୟ ସରକାର ପ୍ରଶାସନିକ କ୍ଷେତ୍ର ଏହି ବଡ଼ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି  ।  ଏହାସହ ଦୁର୍ନୀତି ପାଇଁ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ସିଆରଏସ ଦେବାକୁ କେନ୍ଦ୍ରକୁ ସୁପାରିସ କରିଛି ରାଜ୍ୟ  । ପୁଣି ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ରାଜ୍ୟର ଆଉ ୬ ବାବୁ ଓ କର୍ମଚାରୀ  । ତେଣୁ ଦୁର୍ନୀତି କଲେ ଆଉ ବରଦାସ୍ତ କରାଯିବ ନାହିଁ  । ସରକାରଙ୍କ ଏହି ଆକ୍ସନ ସୂଚାଇ ଦେଉଛି  । ସେ ଆଇଏଏସ କି ଆଇପିଏସ ହୁଅନ୍ତୁ ଅବା ତଳିଆ କର୍ମଚାରୀ କାହାକୁ ନାହିଁ ମାଫ  । ଏପରିକି ମନ୍ତ୍ରୀ ବିଧାୟକଙ୍କୁ ମଧ୍ୟ କ୍ଷମା ନାହିଁ  । ପ୍ରଶାସନିକ କ୍ଷେତ୍ରରେ ସ୍ୱଚ୍ଛତା ଓ ରାଜ୍ୟକୁ ଦୁର୍ନୀତିମୁକ୍ତ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଏପରି ବଡ଼ ଅଭିଯାନ  ।

ଏବେ ପ୍ରତିଦିନ ବହୁ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହେଉଛନ୍ତି  । ରାଜ୍ୟରେ  ଚାଲିଛି ମାରାଥନ ରେଡ  । ଅନେକଙ୍କ ମଧ୍ୟରେ ମାମଲା ମଧ୍ୟ ଚାଲିଛି  । ଆଜି ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ବଳି ପଡିଛନ୍ତି, କେନ୍ଦୁଝର ଆରଡବ୍ଳ୍ୟୁ ଡିଭିଜନର ଉପନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ଦେବତା । କଟକ ଆର ଆଣ୍ଡ ବି ଡିଜିଭନ୍‌ର ଜିତେନ୍ଦ୍ର କୁମାର ଦଳାଇ । ମୟୂରଭଞ୍ଜ କରଞ୍ଜିଆର ଆରଡବ୍ଲୁ ସେକ୍ସନ୍‌ ଓ୍ବାନ୍‌ର ସହକାରୀ ଯନ୍ତ୍ରୀ ବିଜୟ ପରିଡ଼ା ।ଭୁବନେଶ୍ବର ଆର ଆଣ୍ଡ ବି ଡିଭିଜନ୍‌ର ସହକାରୀ ଯନ୍ତ୍ରୀ ଗଣେଶ୍ୱର ସେଠୀଙ୍କୁ ମିଳିଛି ସିଆରଏସ  । ଏମାନଙ୍କ ବିରୋଧରେ ଏକାଧିକ ଭିଜିଲାନ୍‌ସ ମାମଲା ରହିଛି ।

ସେହିପରି ସମ୍ବଲପୁର ଓଡ଼ଶା ପାନୀୟ ନିଗମ ଡିପୋର ଶାଖା ପରିଚାଳକ ଭାବେ କାର୍ଯ୍ୟରତ ଉପ ଅବକାରୀ ଅଧୀକ୍ଷକ ଜୟଦୀପ ପଟ୍ଟନାୟକଙ୍କୁ ଚାକିରିରୁନ ବିଦା କରାଯାଇଛି  । ସୁନ୍ଦରଗଡ଼ରେ କାର୍ଯ୍ୟରତ ଅବକାରୀ ନିରୀକ୍ଷକ ରିହାଜ ଅହମ୍ମଦ ବେଗ୍‌ଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏମାନଙ୍କ ବିରୋଧରେ ଅଫିସ କୁପରିଚାଳନା, ମଦ୍ୟପାନ ଏବଂ ଦୁର୍ବ୍ୟବହାର ପରି ଅଭିଯୋଗ ଆସିଛି ।

ମୋ ସରକାର ଓ ଫାଇଭ ଟି ଛାଟ ଏବେ ଦୁର୍ନୀତିଖୋର ଅଫିସରଙ୍କ ନିଦ ହଜାଇଛି  । ଦୁର୍ନୀତିରେ ସଂପୃକ୍ତ ଅଧିକାରୀ ଓ ଜନସେବାରେ ଅବହେଳା କରୁଥିବା ବ୍ୟକ୍ତି ବିଶେଷଙ୍କୁ ଏପରି କାର୍ଯ୍ୟାନୁଷ୍ଠାନ ଏକ ସତର୍କଘଣ୍ଟି  । ଆକସନ ମୋଡରେ ରାଜ୍ୟ ସରକାର  । ବିଜେଡି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ଘୋଷଣା କରିଥିଲେ  । ଏଯାଏ ମୋଟ ୯୧ ଜଣ ଦୁର୍ନୀତିଖୋର ବାବୁ ଓ କର୍ମଚାରୀଙ୍କୁ ବିଦା କରାଯାଇଥିବା ଏହି ସଂଖ୍ୟା ଆଜି ୯୭କୁ ବୃଦ୍ଧି ପାଇଛି  । ଏବଂ ୬୦ ଜଣଙ୍କ ପେନସନ ରଦ୍ଦ କରାଯାଇଛି  ।

ଏଥିସହିତ ପଢ଼ନ୍ତୁୁ: ୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ସେଥିପାଇଁ ୨୦୧୯ ଅଗଷ୍ଟରେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ନେଇ ସଂଶୋଧିତ ଗାଇଡଲାଇନ ଆଣିଥିଲେ  । ୨୦୨୦ ଡିସେମ୍ବର ୩୧ ସୁଦ୍ଧା ସବୁ ବିଭାଗ ଯେଉଁମାନେ ଦୁର୍ନୀତି ଓ ଅପରାଗ ଏବଂ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବେ ସେମାନଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା  । ସେହି ଆଧାରରେ ଏବେ ଜଣକ ପରେ ଜଣେ ଦୁର୍ନୀତିଖୋରଙ୍କ ଅସଲ ମୁଖା ସାମ୍ନାକୁ ଆସୁଛି  ।

Leave a Reply