ଯୁବରାଜ ମନେ ପକାଇଲେ ପୁରୁଣା ଦିନର କଥା,ଯେତେବେଳେ ମୋବାଇଲ ନଥିଲା…

1 min read

ନୂଆଦିଲ୍ଲୀ: କ୍ରିକେଟରୁ ସେ ସନ୍ୟାସ ନେଇଯାଇଛନ୍ତି ସତ କିନ୍ତୁ ଏବେ ବି ତାଙ୍କ ପ୍ରଶଂସକ ତାଙ୍କୁ ଦେଖିବାକୁ ଚାହିଁ ବସିଛନ୍ତି ଆମେ କହୁଛୁ ଅଲରାଉଣ୍ଡର ଯୁବରାଜ ସିଂଙ୍କ କଥା । କେବେ ଇଣ୍ଡିଆ ଟିମର ଅଲରାଉଣ୍ଡର ଥିବା ଯୁବରାଜ ସିଂ ଏବେ ତାଙ୍କ ପୁରୁଣା ସ୍ମୃତିକୁ ମନେପକାଇଛନ୍ତି ।  ଏବଂ ଏନେଇ ସେ ସୋସିଆଲ ମିଡ଼ିଆରେ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଫଟୋରେ ଯୁବରାଜ ସିଂଙ୍କ ସହ ଆଶିଷ ନେହରା,ବିରେନ୍ଦ୍ର ସହବାଗ ଏବଂ ଭିଭିଏସ ଲକ୍ଷ୍ମଣ ଏକାସାଙ୍ଗରେ ଛିଡ଼ା ହୋଇଥିବାର ଦେଖାଯାଇଛି ।

ଏହି ଫଟୋରେ ଆଶିସ ନେହରା, ବିରେନ୍ଦ୍ର ସେହବାଗ, ଭିଭିଏସ ଲକ୍ଷ୍ମଣ ଏବଂ ଯୁବରାଜ ସିଂ ପବ୍ଲିକ ଟେଲିଫୋନ ବୁଥରୁ ଫୋନ କରୁଥିବାର ନଜର ଆସିଛନ୍ତି । କହି ରଖୁଛୁ ଯେ, ଏହି ସମୟରେ ବହୁତ ଲୋକଙ୍କ ପାଖରେ ମୋବାଇଲ ଫୋନର ସୁବାଧା ନଥିଲା । ତେଣୁ ଟେଲିଫୋନ ବୁଥରେ ଲୋକଙ୍କ ଭିଡ଼ ଲାଗିଯାଇଥାଏ ।

https://twitter.com/YUVSTRONG12/status/1264596856996233216

ଯୁବରାଜ ସିଂ ନିଜର ଏହି ଫଟୋକୁ ସେୟାର କରିବା ସମୟରେ କ୍ୟାପସନରେ ଲେଖିଛନ୍ତି ଯେ,ଆପଣଙ୍କ ଅଭିଭାବକମାନେ ଯେତେବେଳେ ଆପଣଙ୍କର ଖରାପ ପଦର୍ଶନ ପରେ ଆପଣଙ୍କ ମୋବାଇଲରେ ବିଲ ଦେବାକୁ ମନା କରିଦିଅନ୍ତି  । ଯଦି ଆପଣ ସେହି ପୁରୁଣା ଦିନକୁ ମନେପକାଇବେ ଯେଉଁସମୟରେ ଲୋକଙ୍କ ପାଖରେ ମୋବାଇଲ ଫୋନ ରହୁନଥିଲା । ଏହି ପୋଷ୍ଟରେ ସେ ଆଶିଷ ନେହରା,ବିରେନ୍ଦ୍ର ସେହବାଗ ଏବଂ ଭିଭିଏସ ଲକ୍ଷ୍ମଣଙ୍କୁ ଟ୍ୟାଗ କରିଛନ୍ତି ।

ଯୁବରାଜ ସିଂଙ୍କ ଏହି ପୋଷ୍ଟରେ କମେଣ୍ଟ କରି ହରବଚନ ସିଂ ପଚାରିଲେ ଫ୍ରି କଲ ? ଏବଂ ଉତ୍ତରରେ ଯୁବରାଜ ଲେଖିଲେ ‘ ଇଣ୍ଡିଆରୁ ଶ୍ରୀଲଙ୍କା ପହଞ୍ଚିବା ପରେ, ହଁ ମମି ଜୀ ମୁଁ ପହଞ୍ଚିଗଲି ଏବଂ ଅଶୁ (ନେହେରା) ବୋଧହୁଏ କହୁଥିଲେ, ଆବେ ଶୁଣ, ଯୁବରାଜ ଆସିଗଲାଣି ମୁଁ ତତେ ମ୍ୟାଚ୍ ପରେ ଫୋନ କରିବି, ରଖ । ଆପଣଙ୍କୁ କହି ରଖୁଛୁ ଯେ, ଯୁବରାଜ ସିଂ କିଛି ଦିନ ତଳେ ବାପା ହେବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡ଼ିଆରେ ଖବର ଦେଇଥିଲେ ।

Leave a Reply