ଦୀପାବଳି ରାତିରେ ଯୁବକଙ୍କୁ ନିର୍ମମ ହତ୍ୟା

1 min read

ରାଜଧାନୀରେ ମର୍ଡର । ଦୀପାବଳିରେ ରକ୍ତରେ ଭିଜିଲା ରାଜଧାନୀ । ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ । ଏୟାରଫିଲ୍ଡ ଥାନା ସୁନ୍ଦରପଦା ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି । ମୃତକ ସୁନ୍ଦରପଦା ବିଡିଏ ଅଞ୍ଚଳର ଅମରେଶ ନାୟକ । ରବିବାର ବିଳମ୍ବିତ ରାତିରେ କିଛି ଯୁବକ ସଂଘବଦ୍ଧ ଭାବେ ଅମରେଶକୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ଅମରେଶର ମୃତ୍ୟୁ ହୋଇଥିଲା ।

ସୂଚନା ଅନୁଯାୟୀ, ଗତକାଲି ସୁନ୍ଦରପଦା ହାଉସିଂ ବୋର୍ଡ କଲୋନୀରେ ଗୋଟିଏ ଗୋଷ୍ଠୀ ବାଣ ଫୁଟାଇବା ସହିତ ଭୋଜି କରୁଥିଲେ । ଏହି ସମୟରେ ଅନ୍ୟ ଏକ ଗୋଷ୍ଠୀ ସେଠାରେ ପହଞ୍ଚି ଭୋଜି ନ କରିବାକୁ କହିଥିଲେ । ଏହାକୁ ନେଇ ୨ ଗୋଷ୍ଠୀ ଭିତରେ ଝଗଡ଼ା ହୋଇଥିଲା । ପରେ ଗୋଟିଏ ଗୋଷ୍ଠୀର ଜଣେ ଯୁବକ ବନ୍ଧୁକ ଦେଖାଇବାରୁ ଅନ୍ୟ ଗୋଷ୍ଠୀର ୨ ଯୁବକ ମାରଣାସ୍ତ୍ର ଧରି ମାରିବାକୁ ଗୋଡ଼ାଇଥିଲେ । ଜୀବନ ବଞ୍ଚାଇବାକୁ ଜଣେ ଯୁବକ ଅମରେଶଙ୍କ ଘରେ ପଶି ଯାଇଥିଲେ । ଅମରେଶ ଘରୁ ବାହାରି ଯିବାକୁ କହିବାରୁ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଥିବା ନେଇ ଜଣେ ଯୁବକ ପୋଲିସକୁ ସୂଚନା ଦେଇଛନ୍ତି ।

ପୋଲିସ ମୃତଦେହ ଜବତ କରିବା ସହ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ହତ୍ୟାରେ ବ୍ୟବହୃତ ଭୁଜାଲିକୁ ପୋଲିସ ଜବତ କରିଛି । ଦୋଷୀକୁ ତୁରନ୍ତ ଗିରଫ ଦାବି କରି ସ୍ଥାନୀୟ ଲୋକ ଏୟାରଫିଲ୍ଡ ଥାନା ଅଧିକାରୀଙ୍କୁ ଘେରିଛନ୍ତି । ')}

Leave a Reply