ଦେଶବାସୀ ପାଇବେ ସ୍ପେସ୍ ଷ୍ଟେସନ ଦେଖିବାର ବିରଳ ସୁଯୋଗ, ଜାଣନ୍ତୁ ଓଡିଶାରେ ଦେଖାଯିବ କି ନାହିଁ……

You can spot International Space Station from Delhi, Jaipur.

ଦେଶବାସୀଙ୍କୁ ୬ମିନିଟ୍ ପାଇଁ  ସ୍ପେସ୍ ଷ୍ଟେସନ ଦେଖିବାକୁ ମିଳିବ । ସାରା ଦେଶର କେବଳ ୪ଟି ସ୍ଥାନରେ ସ୍ପେସ୍ ଷ୍ଟେସନ ଦେଖାଯିବ । ତେବେ ସ୍ପେସ୍ ଷ୍ଟେସନର ଦୃଶ୍ୟ ଅତି ଆକର୍ଷଣୀୟ ହୋଇଥିବା ହେତୁ ଏହାକୁ ଦେଖିବାର ସୁଯୋଗ କେହି ହାତଛଡା କରିବେ ନାହିଁ । ଗୁଜୁରାଟ, ରାଜକୋଟ୍, ଅହମ୍ମଦାବାଦ ଓ ଦିଲ୍ଲୀରେ ଏହି ଦୃଶ୍ୟ ଦେଖିବାକୁ ମିଳିବ । ତେବେ ରାତ୍ରି ସମୟରେ ସ୍ପେସ୍ ଷ୍ଟେସନ ଦେଖିବାର ଅନୁଭୂତି ଚମତ୍କାର ହୋଇଥିବା ବେଳେ ଏଥରର ସ୍ପେସ୍ ଷ୍ଟେସନ ରାତ୍ରିରେ ହିଁ ଦେଖାଯିବ ।

space Station

୮ଟା ୩୫ରୁ ୮ଟା ୪୦ ମଧ୍ୟରେ ୪ଟି ଯାକ ସହରରେ  ସ୍ପେସ୍ ଷ୍ଟେସନ ଦେଖିବାକୁ ମିଳିବ । ରାତ୍ରି ୮ଟା ୩୫ରେ ରାଜକୋଟ୍ ଓ ଅହମ୍ମଦାବାଦରେ ଏହା ଦେଖାଯିବ । ସେହିଭଳି ଦିଲ୍ଲୀ ଓ ଗୁଜୁରାଟରେ ୮ଟା ୩୭ରେ ଦେଖିବାକୁ ମିଳିବ ।

ଉଲ୍ଲେଖଯୋଗ୍ୟ ଯେ ମଙ୍ଗଳବାର ରାତ୍ରିରେ ଦେଖାଯିବାକୁ ଥିବା ସ୍ପେସ୍ ଷ୍ଟେସନ ଭୂପୃଷ୍ଠରୁ ୯୦ ଡିଗ୍ରୀ କୋଣ କରି ରହିବ । ଯାହା ଦ୍ୱାରା ଏକ ଉଜ୍ୱଳ ଆଲୋକ ଦେଖିବାକୁ ମିଳିବ । ଦିନକରେ ଏହା ୧୬ ଥର ପୃଥିବୀ ଚାରିପାଖରେ ପରିକ୍ରମଣ କରୁଥିବା ବେଳେ ଭୂପୃଷ୍ଠରୁ ଏହା ପ୍ରାୟ ଏକ ଉଡାଜାହାଜ ଭଳି ଦେଖାଯାଏ । ତେବେ ଓଡିଶାରେ ଏହି ସ୍ପେସ୍ ଷ୍ଟେସନ ଦେଖାଯିବ ନାହିଁ । କେବଳ ଉକ୍ତ ୪ଟି ସହରର ଲୋକେ ଦେଖିପାରିବେ ।

 

 

Leave a Reply