କାଲିଠୁ ୪ ଦିନ ଯାଏଁ ବର୍ଷା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

1 min read

ଭୁବନେଶ୍ୱର: ପୁଣି ରାଜ୍ୟକୁ ଭିଜାଇବ ଲଘୁଚାପ ବର୍ଷା । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଆଉ ଏକ ଲଘୁଚାପ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । କାଲିଠୁ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିଭଳି ଦକ୍ଷିଣ ଓଡ଼ିଶାରେ ମଧ୍ୟ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ବାଲେଶ୍ୱର ଓ ଭଦ୍ରକ, କନ୍ଧମାଳ, ଯାଜପୁର ଓ ଢେଙ୍କାନାଳରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ତେବେ, ଖୋର୍ଦ୍ଧା ଓ ବାଲେଶ୍ୱର ଜିଲାରେ ବର୍ଷା ସ୍ୱାଭାବିକ ଠାରୁ କମ୍ ହୋଇଥିବା ପାଣିପାଗ ବିଭାଗ କହିଛି । ବର୍ଷାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜଳ ସମ୍ପଦ ବିଭାଗର ଯନ୍ତ୍ରୀମାନେ ସଜାଗ ରହିବା ସହ ଡ୍ରେନେଜ୍ ଗୁଡ଼ିକ ଉପରେ ନଜର ରଖିବା ପାଇଁ ନିର୍ଦେଶ ରହିଥିବା କହିଛନ୍ତି SRC ପ୍ରଦୀପ ଜେନା ।

Leave a Reply