୮ ବର୍ଷ ବୟସ୍କ ବାଳକ ମୁହଁରେ ବିଶ୍ୱର ଜିଓଗ୍ରାଫି

Worlds Geography In 8 Years Old Odia Boy Pratyus Mind

ଭୁବନେଶ୍ୱର: ଓଡ଼ିଶାର ବିସ୍ମୟ ବାଳକ । ପାଟିରେ ରହିଛି ପୃଥିବୀର ଭୂଗୋଳ । ପଚାରିଲେ ଅନର୍ଗଳ ବାହାରୁଛି ଦେଶ ବିଦେଶର ସୂଚନା । ଲକ୍‌ଡାଉନ୍‌ରେ ମୁଣ୍ଡରେ ସେଟ୍ ହୋଇଯାଇଛି ରାଜ୍ୟ, ଦେଶ ଏବଂ ବିଦେଶର ଠିକଣା । ଏଭଳି ଜଣେ ବ୍ରିଲିଆଣ୍ଟ ବୟ ହେଉଛନ୍ତି ପ୍ରତ୍ୟୁଷରାଜ ସ୍ବାଇଁ ।

Worlds Geography In 8 Years Old Odia Boy Pratyus Mind

ସାରା ବିଶ୍ବ ସମ୍ପର୍କରେ ସହପାଠୀର ଘନଘନ ପ୍ରଶ୍ନବାଣ ପ୍ରତ୍ୟୁଷରାଜ ସ୍ବାଇଁଙ୍କର ରାତିର ନିଦକୁ ଉଡ଼ାଇ ନେଇଥିଲା । ଫୋନ୍‌ରେ ସହପାଠୀ ପଚାରୁଥିବା ପ୍ରଶ୍ନରେ ବିଚଳିତ ହୋଇପଡୁଥିଲେ ପ୍ରତ୍ୟୁଷ । ରାତିରେ ଦେହ ସିନା ଶୋଇଯାଏ କିନ୍ତୁ ମନ ହଜିଯାଏ ବିଦେଶ ମାଟିର ଭୂଗୋଳରେ । କିଛି ସମୟ ପାଇଁ ବାପା ଦେଉଥିବା ମୋବାଇଲରୁ ଆରମ୍ଭ ହେଉଥିଲା ସର୍ଚ୍ଚ । ଗେମ୍ ନୁହେଁ କି କାର୍ଟୁନ୍ ନଥିଲା ସର୍ଚ୍ଚ ଇଞ୍ଜିନ ସାଇଟରେ । ଛୋଟ ବୁଦ୍ଧି ଖୋଜୁଥିଲା ରାଜ୍ୟ, ଦେଶ ଏବଂ ବିଦେଶର ସ୍ଥିତି, ଅବସ୍ଥିତି ଏବଂ ପରିସ୍ଥିତି ସମ୍ପର୍କରେ । ଦିନ ସିନା ସରିଯାଏ ହେଲେ ଦିମାକ ଚାଲିଯାଇଥିଲା ଦୁନିଆର ଭୂଗୋଳ ମାପିବାକୁ ।

Worlds Geography In 8 Years Old Odia Boy Pratyus Mind

ସଫ୍ଟୱୟାର ଇଂଜିନିୟର ପ୍ରଶାନ୍ତ କୁମାର ସ୍ବାଇଁଙ୍କ ବଡ଼ ପୁଅ ପ୍ରତ୍ୟୁଷ । ବୟସ ମାତ୍ର ୮ ବର୍ଷ । ଷ୍ଟାଣ୍ଡାର୍ଡ ଥ୍ରୀରେ ପଢୁଥିବା ଏହି ବାଳକ ବାପା ମାଆଙ୍କ ସହ ଚେନ୍ନାଇରେ ରୁହନ୍ତି । ଲକଡାଉନ୍ ପାଇଁ ଭୁବନେଶ୍ବର ନିଜ ଘରକୁ ଆସିଥିଲେ । କିନ୍ତୁ ଘରେ ରହିବା ଭିତରେ ପ୍ରତ୍ୟୁଷ ଯେ ଏତେ କଥା ଶିଖିଯାଇଛନ୍ତି ତାହା ବାପାମାଙ୍କୁ ଜଣା ନଥିଲା ।

Worlds Geography In 8 Years Old Odia Boy Pratyus Mind

ବୟସ କମ୍ ହେଲେ ମଧ୍ୟ ଦେଶ ବିଦେଶ ସମ୍ପର୍କରେ ଏତେ ମନେ ରଖିବା ସହଜ ନୁହେଁ । କେତେ ବଡ଼ ଏଇ ପୃଥିବୀ ? କେଉଁ ଦେଶ କେତେ ଧନୀ ? କେଉଁ ଦେଶରେ କେତେ ଲୋକ ଅଛନ୍ତି ? ସାରା ପୃଥିବୀରେ କେତୋଟି ଦେଶ ରହିଛି ? କେଉଁ ଦେଶର କରେନ୍ସି କଣ ? ଏସବୁର ଉତ୍ତର ତୁଣ୍ଡରେ ତୁଣ୍ଡରେ ମନେ ରଖି ବିସ୍ମୟ ବାଳକ ପ୍ରତ୍ୟୁଷ ।

Leave a Reply