ବିଶ୍ଵ ଟେଲିଭିଜନ ଦିବସ ୨୦୨୦: କରୋନା-୧୯ ଭଳି ମାରାତ୍ମକ ସମୟରେ ଦୃଶ୍ୟମାନ ମାଧ୍ୟମର ଗୁରୁତ୍ଵ

1 min read

ଭୁବନେଶ୍ୱର: ପ୍ରତେକ ବର୍ଷ ନଭେମ୍ବର ୨୧ ତାରିକରେ ଦୂରଦର୍ଶନର ଗୁରୁତ୍ଵ କୁ ମନେପକାଇବା ପାଇଁ ବିଶ୍ଵ ଟେଲିଭିଜନ ଦିବସ ପାଳନ କରାଯାଏ । ୧୯୨୪ ମସିହାରେ ଜନ ଲୋଜି ବେୟର୍ଡଙ୍କ ଦ୍ଵାରା ଟେଲିଭିଜନର ଉଦ୍ଭାବନା ହୋଇଥିଲା । ତାପରେ ଏହାର ବହୁ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା । କଳାଧଳା ଟିଭିରୁ ରଙ୍ଗିନ,ପୁଣି ରଙ୍ଗିନ ଟିଭିରୁ ଏବେ ସ୍ମାର୍ଟ ଟିଭି । ଯାହାକୁ ଦିନେ ଇଡିଅଟ୍ ବକ୍ସ କୁହାଯାଉଥିଲା ଏବେ ତାହା ପୁରାପୁରି ସ୍ମାର୍ଟ୍ ।

୧୯୯୬ ମସିହା ନଭେମ୍ବର ୨୧ ତାରିଖ ଦିନ, ବିଶ୍ଵ ର ପ୍ରଥମ ଟିଭି ଫୋରାମ ପାଳନ କରଯାଇଥିଲା । ଯାହାକୁ ପରବର୍ତ୍ତୀ ସମୟରେ ବିଶ୍ଵ ଟେଲିଭିଜନ୍ ଦିବସ ନାମରେ ନାମିତ କରାଗଲା ।
ଟେଲିଭିଜନ ଓ ଏହାର ପ୍ରଭାବ :-

ଟିଭି ସବୁ ବର୍ଗର ଲୋକଙ୍କ ଉପରେ ଅନେକ ପ୍ରଭାବ ପକାଇଛି । ଯାହା ଫଳରେ ଲୋକେ ଘରେ ବସି ବିଭିନ୍ନ ଚ୍ଯାନେଲ ମାଧ୍ୟମରେ ବାହାର ଦୁନିଆ ରେ ଘଟୁଥିବା ସମସ୍ତ ଛୋଟ ବଡ ଖବର କୁ ଘରେ ବସି ଅବଗତ ହେବା ହୁଅନ୍ତି । କେବଳ ଏତିକି ନୁହେଁ , ଟିଭି ଯେତେବେଳେ ପ୍ରଥମକରି ଭାରତ ଭଳି ଦେଶକୁ ଆସିଥିଲା,ସେତେବେଳେ ଗୋଟିଏ ଟିଭି ସାମ୍ନାରେ ଅନେକ ଲୋକ ଏକାଠି ହେଉଥିଲେ । ଫଳରେ ଏହା ସାମାଜିକ ସଦଭାବନା ବୃଦ୍ଧିରେ ସହାୟକ ହୋଇଥିଲା ।

ଦୂରଦର୍ଶନ ଓ କୋରୋନା ସମୟରେ ଏହାର ପ୍ରଭାବ :-
ଯେତେବେଳେ ଦୁନିଆରେ କୋରୋନା ଭଳି ମାରାତ୍ମକ ରୋଗ ର ବ୍ୟାପକ ପ୍ରସାରିତ ହେଉଥିଲା , ସେହି ସମୟରେ ଦୂରଦର୍ଶନ ଏକ ବରିଷ୍ଠ ମାଧ୍ୟମ ଭାବରେ ନିଜକୁ ଲୋକଙ୍କ ଗହଣରେ ପହଞ୍ଚାଇ ପାରିଥିଲା । ଯାହା ଫଳରେ କି, ଲୋକେ ଘରେ ଏକତ୍ର ରହି ସାମାଜିକ ଦୂରତାକୁ ଅବଲମ୍ବନ/ରକ୍ଷା କରିବା ସହିତ ଦୂରଦର୍ଶନ ଜରିଆରେ ବାହାର ଦୁନିଆ ଛୋଟ ବଡ ଖବର ସହିତ ଅବଗତ ହେଇପାରୁଥିଲେ । ବହୁ ଦିନ ପରେ ରାମାୟଣ ଓ ମହାଭାରତ ଭଳି ପୌରଣିକଗାତା ଦୂରଦର୍ଶନ ମାଧ୍ୟମରେ ପ୍ରସାରଣ କରାଯାଇଥିଲା । ଯାହା ଫଳରେ କି ଛୋଟୋ ରୁ ବଡ ପିଲା ଯାଏଁ ସମସ୍ତ ଶ୍ରେଣୀର ଲୋକେ ଆଧାତ୍ମିକ ଏବଂ ପୌରଣିକ ଗାଥା ପ୍ରତି ଆକୃଷ୍ଠ ହେବା ସହିତ ଆବଦ୍ଧ ଗୃହରେ ରହିଥିବାର କଷ୍ଟ କୁ ହୃଦୟଙ୍ଗମ କରିପାରିନଥିଲେ । ଏହା ସହିତ ଲୋକଙ୍କ ମଧ୍ୟରେ କୋରୋନା ପ୍ରତି ଥିବା ଭୟ କୁ ଦୂରଦର୍ଶନ ରେ ବିଭିନ୍ନ ଚିତ୍ତବିନୋଦନ ମାଧ୍ୟମରେ ଚିତ୍ତ ବିକ୍ଷେପ କରାଯାଇଥିଲା । କରୋନ ର ବ୍ୟାପକତା କୁ ନେଇ ବିଭିନ୍ନ ସିନେମା ହଲ କୁ ବନ୍ଦ କରାଯାଇଥିଲା । ସେହି ସମୟରେ ଟେଲିଭିଜନ ହିଁ ଏକ ଏଭଳି ମାଧ୍ୟମ ଥିଲା ଯାହା ଲୋକଙ୍କ ମନୋରଂଜନ କରିପାରିଥିଲା ।

କେବଳ ଏତିକି ନୁହେଁ , ଦୂରଦର୍ଶନ ନିଜର ଅକ୍ଲାନ୍ତ ଉଦ୍ୟମ ରେ ୨୪ ଘଣ୍ଟା ଅନବରତ କାର୍ଯ୍ୟ କରି ଲୋକଙ୍କୁ ଏହି କରୋନା – ୧୯ ମହାମାରୀ ସମୟରେ ନ୍ୟୁଜ୍ ବୁଲେଟିନ , ପ୍ରାଇମ ଟାଇମ ଜରିଆରେ ଅବଗତ କରିବା ସହିତ , ଏକ ସୁସ୍ଥ ଜୀବନ ଅତିବାହିତ କରିବାରେ ସହାୟକ ହୋଇପାରିଥିଲା ।

Leave a Reply