୧୦୦ ଦିନ ଯାଏଁ ଗୋଟିଏ ଡ୍ରେସ ପିନ୍ଧି ରେକର୍ଡ ସୃଷ୍ଟି କଲେ ମହିଳା, ମିଳିଲା ଏମିତି ପୁରସ୍କାର

ନୂଆଦିଲ୍ଲୀ: ପ୍ରତିଦିନ ସମସ୍ତେ ଭଳିକି ଭଳି ଡ୍ରେସ ପିନ୍ଧିବାକୁ ପସନ୍ଦ କରନ୍ତି । ବିଶେଷ କରି ମହିଳାମାନେ ପ୍ରତିଦିନ ସୁନ୍ଦର ଓ ଷ୍ଟାଇଲିସ ଡ୍ରେସ ପିନ୍ଧିବାକୁ ଭଲପା’ନ୍ତି । କିନ୍ତୁ ଆପଣଙ୍କୁ ଯଦି ଶହେ ଦିନ ପାଇଁ ଗୋଟିଏ ଡ୍ରେସକୁ ପିନ୍ଧି ରହିବାକୁ କୁହାଯାଏ ତେବେ ଆପଣ ଗୋଟିଏ ଡ୍ରେସ ପିନ୍ଧି ରହିପାରିବେ କି ? ଏ ପ୍ରଶ୍ନର ଉତ୍ତରରେ ଅଧିକାଂଶ ନା’ ଶୁଣିବାକୁ ମିଳିବ। କିନ୍ତୁ ନିକଟରେ ଏଭଳି ଜଣେ ମହିଳାଙ୍କୁ ଦେଖିବାକୁ ମିଳିଛି ଯିଏକି ଶହେ ଦିନ ପର୍ଯ୍ୟନ୍ତ ଗୋଟିଏ ଡ୍ରେସ ପିନ୍ଧି ବିତାଇଛନ୍ତି । କଥାଟା ବିଶ୍ୱାସ ହେଉନଥିଲେ ମଧ୍ୟ ସତ ।

ଦ ମିରର୍‌ର ରିପୋର୍ଟ ମୁତାବକ, ସାରା ଗତ ୧୬ ସେପ୍ଟେମ୍ବର୨୦୨୦ରେ ଶହେ ଦିନର ଡ୍ରେସ ଚ୍ୟାଲେଞ୍ଜରେ ଭାଗ ନେଇଥିଲେ। ସେହି ଗୋଟିଏ ଡ୍ରେସକୁ ଶହେ ଦିନ ଯାଏଁ ପିନ୍ଧି ସାରା ନିଜର ସମସ୍ତ କାମ କରିଥିଲେ, ଏପରିକି ଅନେକ ଗୁଡିଏ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ। ସାରା ଡ୍ରେସକୁ ଭିନ୍ନ ଭିନ୍ନ ପ୍ରକାର ଷ୍ଟାଇଲ କରି ପିନ୍ଧିଥିଲେ । ସେ ସେହି ଟପକୁ କେତେବେଳେ ସ୍କଟ ସହ ତ ପୁଣି କେତେବେଳେ ପ୍ୟାଣ୍ଟ ସହ ପିନ୍ଧୁଥିଲେ ।

ସାରା କହିଛନ୍ତି ଯେ, ଏମିତି କରିବା ଦ୍ୱାରା ମୋତେ ଆଗକୁ ବଢିବାର ପ୍ରେରଣା ମିଳିବ । ୨୦୨୧ ଜାନୁଆରୀ ୧ରୁ ୨୦୨୨ ଜାନୁଆରୀ ୧ ତାରିଖ ମଧ୍ୟରେ ଡ୍ରେସ୍ କିମ୍ବା କୌଣସି ଜିନିଷ କିଣିବି ନାହିଁ ବୋଲି ସାରା କହିଛନ୍ତି । ‘ମୋ ବୟସ ହିସାବରେ ମୋ ପାଖରେ ଅଲଗା ଅଲଗା କାର୍ଯ୍ୟକ୍ରମକୁ ଯିବା ପାଇଁ ଡ୍ରେସ୍ ଆଲମିରାରେ ରହିଛି । ମୁଁ ମୋ ଆଲମିରାକୁ ସଫା କରିବାକୁ ଘୋଷଣା କରୁଛି । ମୁଁ ଅପେକ୍ଷା କରିବି ଆଉ ଦେଖିବି ଯେ ଆଗାମୀ ବର୍ଷ ମୁଁ କଣ ପିନ୍ଧୁଛି ।’

ଗତ ବର୍ଷ ସେପ୍ଟେମ୍ବର ୧୬ ତାରିଖରେ ଶହେ ଦିନର ଡ୍ରେସ ଚ୍ୟାଲେଞ୍ଜକୁ କପଡା କମ୍ପାନୀ ବ୍ରାଣ୍ଡ ବୁଲ ଆଣ୍ଡ ଆରମ୍ଭ କରିଥିଲା। ଡ୍ରେସ୍ ଅଧିକ ଧୋଇଲେ ପୃଥିବୀକୁ ହେବାକୁ ଥିବା କ୍ଷତିରୁ ରକ୍ଷା କରିବା, ଏହି ଚ୍ୟାଲେଞ୍ଜର ଉଦ୍ଧେଶ୍ୟ ଥିଲା।। ଏହି ଡ୍ରେସ୍ ଚ୍ୟାଲେଞ୍ଜରେ ଯେଉଁମାନେ ଭାଗ ନେଇଥିଲେ ସେମାନଙ୍କୁ ବିଜୟୀ ହେବା ପରେ ଡ୍ରେସ୍ କିଣିବାକୁ ୧୦୦ ଆମେରିକୀୟ ଡଲାରର ଭାଉଚର ମିଳିଛି । କେବଳ ଗୋଟିଏ ଡ୍ରେସ ପିନ୍ଧି ରହିବା ଏହି ଚ୍ୟାଲେଞ୍ଜର ଉଦ୍ଦେଶ୍ୟ ନଥିଲା ବରଂ, ଏହାଦ୍ୱାରା ପୋଷାକ ପସ୍ତୁତିର ମୂଲ୍ୟ ହ୍ରାସ କରିବା ସହ ଏହାକୁ ଧୋଇବା ଖର୍ଚ୍ଚ ମଧ୍ୟ ହ୍ରାସ କରି ଥିଲା ।

Leave a Reply