ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ

ଖୋର୍ଦ୍ଧା: କ୍ରୋଧରେ ନୃଶଂସ ହେଲା ସ୍ୱାମୀ । ଆଉ କ୍ରୋଧର ଶୀକାର ହେଲା ସ୍ତ୍ରୀ । ସବୁ ପରିସ୍ଥିତିକୁ ନିଜ ଭିତରେ ସମାଧାନ କରିବା ପରିବର୍ତ୍ତେ ସ୍ତ୍ରୀର ରକ୍ତମୁଖା ହୋଇଗଲା ନୃଶଂସ ସ୍ୱାମୀ । ଆଉ ଅକାରଣରେ ଚାଲିଗଲା ସ୍ତ୍ରୀର ଜୀବନ । ଖୋର୍ଦ୍ଧା ଜିଲ୍ଲାର ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ପି.ଏନ.କଲେଜ ରୋଡ଼ ପାଖରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ପାରିବାରିକ କଳହରୁ ନୃଶଂସ ସ୍ୱାମୀ ନିଜ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଥିବା ହୋଇଛି ଅଭିଯୋଗ ।

ମୃତକ ହେଉଛନ୍ତି ୨୮ ବର୍ଷୀୟ ସସ୍ମିତା ବେହେରା। ବିବାହ ପରେ ସ୍ୱାମୀ ସ୍ତ୍ରୀ ଏକାଠି ରହୁଥିବା ବେଳେ କିଛିଦିନ ହେବ ସ୍ତ୍ରୀ ସସ୍ମିତା ବେହେରା ନିଜ ବାପଘରେ ଆସି ରହୁଥିଲେ । ତେବେ ସ୍ୱାମୀ ହରେକୃଷ୍ଣ ବେହେରା ବେଳବେଳେ ସସ୍ମିତାଙ୍କ ପାଖକୁ ଆସି ଗଣ୍ଡଗୋଳ କରୁଥିବା ଅଭିଯୋଗ କରାଯାଇଛି । 

ସୂଚନା ଅନୁସାରେ, ପୂର୍ବ ରାତିରେ ପାରିବାରିକ କଳହକୁ ନେଇ ସ୍ୱାମୀ ହରେକୃଷ୍ଣ ବେହେରାଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ରାଗିଯାଇ ସ୍ୱାମୀ ପତ୍ନୀ ସସ୍ମିତାଙ୍କୁ ହତ୍ୟା କରି ଫେରାର ହୋଇଯାଇଛି  । ସସ୍ମିତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଲିଛି । ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ, ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ ଚଳାଇଛନ୍ତି।

Leave a Reply