ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶାର ମହିଳା ସାରା ଦେଶ ପାଇଁ ଆଦର୍ଶ: ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ମହିଳାସଶକ୍ତି କରଣ କ୍ଷେତ୍ରରେ ଓଡ଼ିଶା ଆଗୁଆ ରାଜ୍ୟ । ବିକାଶର ସବୁ କ୍ଷେତ୍ରରେ ମା’ ମାନେ ଆଗରେ । ମା’ ମାନଙ୍କ ସଂଗ୍ରାମ, ଆତ୍ମବିଶ୍ୱାସ ଓ ସଫଳତା ଆମକୁ ମନ୍ତ୍ରମୁଗ୍ଧ କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ତର୍ଜାତୀୟ ମହିଳା ଦିବସର ରାଜ୍ୟସ୍ତରୀୟ ସମାରୋହ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ସେ ଆହୁରି କହିଛନ୍ତି, ୭୦ ଲକ୍ଷ ମହିଳାଙ୍କୁ ନେଇ ମିଶନଶକ୍ତି, ମମତା କାର୍ଯ୍ୟକ୍ରମ, ପଞ୍ଚାୟତିରାଜରେ ୫୦% ସଂରକ୍ଷଣ ମହିଳାମାନଙ୍କ ପାଇଁ ସାମାଜିକ ଆର୍ଥିକ କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ କରିପାରିଛି । କ୍ରୀଡ଼ାଠାରୁ ଆରମ୍ଭ କରି ଏଣ୍ଟରପ୍ରେନରସିପ୍ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମା’ ମାନଙ୍କ ସଫଳତା ବେଶ ପ୍ରେରଣାଦାୟୀ । ଓଡ଼ିଶା ସରକାର ସବୁବେଳେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇଆସିଛନ୍ତି ।ଚଳିତ ବର୍ଷ ସ୍ୱତନ୍ତ୍ର ନ୍ୟୁଟ୍ରିସିଆନ୍ ବଜେଟ୍‌ ଅଣାଯାଇଛି । ମା’ ଓ ଶିଶୁଙ୍କ ନ୍ୟୁଟ୍ରିସିଅନ୍‌ କ୍ଷେତ୍ରରେ ଏହା ଫୋକସ୍‌ କରିବ । ଓଡ଼ିଶାର ମା’ ଓ ଝିଆ ମାନେ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି  । ଦୂତି ଚାନ୍ଦ, ପ୍ରତିଭା ରୟ, ନନ୍ଦିତା ଦାସ ଭଳି ମହିଳାମାନେ ଦେଶ ବିଦେଶରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ଏମାନେ ସାରା ଦେଶରେ ମହିଳାମାନଙ୍କ ପାଇଁ ଆଦର୍ଶ ।ମା’ ମାନଙ୍କ ଅଧିକାର ଓ କଲ୍ୟାଣ ମୋ ସରକାର ପ୍ରତିଶ୍ରୁତିବଦ୍ଧତାର ସହ କାମ କରୁଛି ଓ କରିବ। ଓଡ଼ିଶା ପ୍ରଥମ ରାଜ୍ୟ ଯେଉଁଠାରେ SHG ପାଇଁ ସ୍ୱତନ୍ତ୍ର ବିଭାଗ ରହିଛି । ଯାହାର ନାମ ’ମିଶନ ଶକ୍ତି’ ବିଭାଗ  । ଏହା ରାଜ୍ୟର ସମସ୍ତ ମହିଳାଙ୍କ ସମର୍ପିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply