ଅନ୍ତଜାର୍ତୀୟ ମହିଳା ଦିବସ ପୂର୍ବରୁ ମହିଳା କାର ରାଲି

ଭୁବନେଶ୍ୱର: ଆସନ୍ତାକାଲି ଅନ୍ତଜାର୍ତୀୟ ମହିଳା ଦିବସ । ଏହା ପୂର୍ବରୁ ସେବା ପ୍ରୟାସ ଫାଉଣ୍ଡେସନ ଆୟୋଜନ କରିଛି ମହିଳା କାର ରାଲି । ଚଳିତ ବର୍ଷ ଥିମ୍ ରହିଛି ଚୁଜ୍ ଚ୍ୟାଲେଞ୍ଜ୍ । ମହିଳା କାର ରାଲିଟି ୧୫ କିଲୋମିଟର ପର୍ଯ୍ୟନ୍ତ ହେବ । ଜନତା ମଇଦାନରୁ ବାହାରି କଳ୍ପନା ଛକରେ ଥିବା ଏକ ମଲ ନିକଟରେ ରାଲି ଶେଷ ହେବ ।

ମହିଳା କାର ରାଲିରେ ଯୋଗ ଦେବାକୁ ଆସିଥିବା ମହିଳା ମାନେ ନିଜ ନିଜ କାରକୁ ଫୁଲରେ ସଜେଇ ଆଣିଛନ୍ତି । ଏହି ଇଭେଣ୍ଟରେ ୭ଟି ଭିନ୍ନ ବର୍ଗର ସଫଳତା ପାଇଥିବା ମହିଳାଙ୍କୁ କଳିଙ୍ଗ ବିରଙ୍ଗନା ସମ୍ମାନରେ ସମ୍ମାନିତ କରାଯିବ । ରାଲି ପାଇଁ ପଞ୍ଜୀକୃତ ଟଙ୍କାକୁ ପାଇଲଟ ପ୍ରୋଜେକ୍ଟ ଭାବରେ ନୟାଗଡ ଜିଲ୍ଲାରେ ଅନଲାଇନ ଅଧ୍ୟୟନ କରିବା ପାଇଁ ମୋବାଇଲ କିମ୍ବା ଲାପଟପ ସୁବିଧା ନଥିବା ୨ଟି ଗାଁରେ ସୁବିଧା ଯୋଗାଇ ଦିଆଯିବାର କାର୍ଯ୍ୟକ୍ରମ ରହିଛି ।

Leave a Reply