ମିଶନ ଶକ୍ତି ମହିଳାଙ୍କୁ କରାଇଛି ରୋଜଗାରକ୍ଷମ, ଛତୁ ଚାଷ ମହିଳାଙ୍କୁ କରିଛି ସ୍ୱାବଲମ୍ବୀ

ଯାଜପୁର: ଛତୁ ଚାଷ ମହିଳାଙ୍କୁ କରିଛି ସ୍ୱାବଲମ୍ବୀ । ମିଶନ ଶକ୍ତି ମାଧ୍ୟମରେ ତାଲିମ ନେଇ ନିଜେ ଛତୁ ଚାଷ କରିବା ସହିତ ଅନ୍ୟମାନଙ୍କୁ ତାଲିମ ଦେଉଛନ୍ତି ସୌଦାମିନି ସାହୁ । ଏଥିପାଇଁ ନାବାର୍ଡ ଓ ଜିଲ୍ଲାପ୍ରଶାସନ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଜଣେ ସଫଳ ଛତୁ ଚାଷୀ ଭାବେ ସ୍ଥାନୀୟ ଅଞ୍ଚଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ନାଇଡିପୁରର ସୌଦାମିନୀ ସାହୁ । ନିଜର ଅସୀମ ଇଚ୍ଛାଶକ୍ତି ତାଙ୍କୁ ଆଜି ଜଣେ ସଫଳ ଛତୁ ଚାଷୀର ପରିଚୟ ପ୍ରଦାନ କରିଛି । ପରିବାର ଆର୍ଥିକ ସ୍ଥିତି ସୁଧାରିବାକୁ ଯାଇ ସୌଦାମିନି ପ୍ରଥମେ ଛତୁ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ପରେ ମିଶନ ଶକ୍ତି ମାଧ୍ୟମରେ ତାଲିମ ନେଇ ଛତୁ ଚାଷ କରୁଛନ୍ତି । ତାଙ୍କ ଉତ୍ପାଦିତ ଛତୁ ଜିଲ୍ଲା ତଥା ଜିଲ୍ଲା ବାହାରେ ବେଶ ଚାହିଦା ରହିଥିବା ବେଳେ ବିକ୍ରି କରି ଭଲ ଦିପଇସା ରୋଜଗାର କରୁଛନ୍ତି ।

ଖାଲି ଏତିକି ନୁହେଁ ଛତୁ ଚାଷ ପାଇଁ ସ୍ଥାନୀୟ ମହିଳାଙ୍କୁ ମଧ୍ୟ ତାଲିମ ଦେଉଛନ୍ତି ସୌଦାମିନୀ । ଖମଣ, ବୟୁଣ୍ଡାଇ, ଜହ୍ନା, ଧନେଶ୍ୱର ଓ ମୁକୁନ୍ଦପୁର ଆଦି ୭ଟି ପଞ୍ଚାୟତର ୩୦ରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ତାଲିମ ନେଇ ସ୍ୱାବଲମ୍ବୀ ହେଉଛନ୍ତି । ଏଥିପାଇଁ ୨୦୧୯ରେ ନାବାର୍ଡ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଛି ।

Leave a Reply