କୁକୁର ଭୁକିବାରୁ ମହିଳା କଲେ ଆତ୍ମହତ୍ୟା, ଛାଡି ଦେଇଗଲେ ଏମିତି ଚିଠି

1 min read

ତାମିଲନାଡ଼ୁ: ଆପଣ ପ୍ରେମ ପାଇଁ ଆତ୍ମହତ୍ୟା କରିଥିବା ଶୁଣିଥିବେ… । ଆପଣ ଘରେ କିମ୍ବା ବାହାରେ କୌଣସି ମାନସିକ ଚାପ ପାଇଁ ଆତ୍ମ ହତ୍ୟା କଥା ଶୁଣିଥିବେ… । କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଏକ ଆତ୍ମହତ୍ୟା ବିଷୟରେ କହିବୁ ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏ ଆତ୍ମହତ୍ୟା ମଣିଷ ମଣିଷ ପାଇଁ କରିନି  । ଆତ୍ମହତ୍ୟା ଜଣେ ମଣିଷ ଗୋଟିଏ ପଶୁ ପାଇଁ କରିଛି ।

ହଁ ଆଜ୍ଞା ଆଶ୍ଚର୍ଯ୍ୟ ଲାଗୁଥିଲେବି ସତ…।  କୁକୁର ପାଇଁ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର କୋଏମ୍ବଟୁରରେ । ୨୪ ବର୍ଷୀୟ ମହିଳା କବିତା ନିଜ ଘରେ ପାଳିତ କୁକୁର ପାଇଁ ଆତ୍ମହତ୍ୟା କରିଥିବା କଥା ଏବେ ଆଲୋଡ଼ନ ସୃଷ୍ଟି କରିଛି ।

ପୋଲିସର ସୂଚନା ଅନୁଯାୟୀ, କବିତା ୨ ବର୍ଷ ହେଲା ନିଜ ପାଖରେ ଏକ କୁକୁର ରଖିଥିଲେ । ଯାହାକୁ ସେ ବହୁତ ଯତ୍ନରେ ନିଜ ରକ୍ତ ଠାରୁବି ଅଧିକ ଭଲ ପାଉଥିଲେ । କିନ୍ତୁ, ବୁଧବାର ରାତିରେ କୁକୁରଟି ବର୍ଷା ଏବଂ ଘଡ଼ଘଡ଼ି କାରଣରୁ ବହୁତ ଯୋରରେ ଭୁକିବାକୁ ଲାଗିଥିଲା  । ଯାହା ପାଇଁ ପାଖ ପଡ଼ିଶା କବିତାଙ୍କ ବାପାଙ୍କୁ ବହୁ କିଛି ଶୁଣାଇଥିଲେ । ଏଥିରେ ଅତିଷ୍ଠ କବିତାଙ୍କ ବାପା କୁକୁରଟିକୁ ଅନ୍ୟତ୍ର ଛାଡିଦେବା ପାଇଁ କହିଥିଲେ । କିନ୍ତୁ, କବିତା କୁକୁଟଠାରୁ ଅଲଗା ହୋଇ ରହିବା କଥା ସହିନପାରି ଗୁରୁବାର ଦିନ ନିଜ ରୁମରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ  ।

ପୋଲିସ ଘଟଣା ମୃତଦେହକୁ ଉଦ୍ଧାର କରିଥିଲା  । ମୃତଦେହ ପାଖରୁ କବିତାଙ୍କ ଏକ ହାତଲେଖା ଚିଠି ମିଳିଛି । ଯେଉଁଥିରେ ଏସବୁ ଲେଖା ହେବା ସହ ବାପା,ମା, ଜେଜେମା, ଭାଇକୁ କୁକୁରର ଯତ୍ନ ନେବା ପାଇଁ ନେହୁରା ହୋଇଥିଲେ । ଖାଲିସେତିକି ନୁହେଁ ପୋଲିସର କହିବା ଅନୁସାରେ କବିତା କୁକୁର ପାଇଁ ସମସ୍ତଙ୍କୁ କ୍ଷମା ମାଗିଛନ୍ତି ।

 

 

 

  ')}

Leave a Reply