୧୪୩ ଜଣଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କଲେ ୨୫ ବର୍ଷୀୟ ଯୁବତୀ

1 min read

ହାଇଦ୍ରାବାଦ: ତେଲଙ୍ଗାନା ପଞ୍ଜାଗୁଟାରୁ ସାମ୍ନାକୁ ଆସିଛି ଏକ ସମ୍ବେଦନଶୀଳ ଘଟଣା । ଜଣେ ୨୫ ବର୍ଷୀୟ ଯୁବତୀଙ୍କୁ ବିଭିନ୍ନ ବର୍ଗର ୧୪୩ ଜଣ ଲୋକ ଦୁଷ୍କର୍ମ କରିଥିବା ପଞ୍ଜାଗୁଟା ପୋଲିସ ନିକଟରେ ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ପୋଲିସ ୪୨ ପୃଷ୍ଠାର FIR ରେଜିଷ୍ଟର କରିଛି । ଏହି FIRରେ ୧୪୩ ଜଣ ଦୁଷ୍କର୍ମକାରୀଙ୍କ ବିବରଣୀ ରହିଛି । ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ପଚାରଉଚରା କରିବ ।

ତେବେ, ଆଶ୍ଚର୍ଯ୍ୟକର କଥା ହେଉଛି ସମସ୍ତ ଅଭିଯୁଙ୍କଙ୍କ ମଧ୍ୟରେ ମହିଳାଙ୍କ ନାଁ ମଧ୍ୟ ରହିଛି । ପୋଲିସ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା ପାଇଁ ମେଡିକାଲ ନେଇଛି । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ ଗତ କିଛି ବର୍ଷ ହେଲା ଯୌନ ନିର୍ଯାତନା ଦିଆଯାଇ ଆସୁଥିଲା । କିନ୍ତୁ ସେ ପ୍ରଥମଥର ପାଇଁ ପୋଲିସରେ ଅଭିଯୋଗ କରିଛନ୍ତି । ପୀଡ଼ିତା ନିଜ ସମ୍ପର୍କୀୟଙ୍କ ସହ ରାଜନେତା, ଛାତ୍ର ରାଜନେତା, ସାମ୍ବାଦିକ, ଚଳଚ୍ଚିତ୍ର ସହ ଜଡ଼ିତ ଲୋକଙ୍କ ନାଁରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପରେ ବିବାହ ପରେ ସ୍ୱାମୀ ଶ୍ୱଶୁର ଘର ଲୋକ ମାଡ଼ ମାରିବା ସହ ଯୌନ ନିର୍ଯାତନା ଦେଇଥିଲେ । ତାପରେ ସେ ତଲାକ ନେଇ କଲେଜ୍ ପଢ଼ିବାକୁ ଯାଇଥିଲେ । ସେଠାରେ ବି ତାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ପୁଞ୍ଜାଗୁଟା ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି । ଅଭିଯୁକ୍ତଙ୍କ ବିରୋଧରେ ଜୀବନରୁ ମାରି ଦେବାକୁ ଧମକ ଦେବା ଓ ଅନଲାଇନ୍ ସେକ୍ସ ରାକେଟ ଚଳାଇବା ଭଳି ଅଭିଯୋଗ କରିଛନ୍ତି ପୀଡ଼ିତା ।

Leave a Reply