ବାରବାଟୀ ଦିନିକିଆ ପାଇଁ ଟିକେଟ୍ ନାହିଁ, ମାତ୍ର ୩୦ ମିନିଟରେ ସରିଗଲା ଗ୍ୟାଲେରି ଟିକେଟ୍

1 min read

ଭୁବନେଶ୍ୱର : ମାତ୍ର ୩୦ ମିନିଟରେ ବିକ୍ରୀ ହୋଇଗଲା ୬ ହଜାରରୁ ଅଧିକ ଟିକେଟ୍ । ବାରବାଟୀ ଦିନିକିଆଇ ପାଇଁ ଅନଲାଇନ୍ ଟିକେଟ୍ ବିକ୍ରୀର ମାତ୍ର କେଇ କ୍ଷଣରେ ସରିଗଲା ଟିକେଟ୍ ।

ସନ୍ଧ୍ୟା ୫ଟା ବେଳକୁ www.paytm.com ସାଇଟରେ ଅନଲାଇନ୍‌ ଟିକେଟ୍‌ ବିକ୍ରି ଆରମ୍ଭ ହୋଇସାରିଥିଲା । ପାଖାପାଖି ୯ ହଜାର ଟିକେଟ୍‌ ବିକ୍ରି ପାଇଁ ଧାର୍ଯ୍ୟ ହୋଇଥିଲା। ୪୦୦ ଟଙ୍କାରୁ ଆରମ୍ଭ କରି ୫୯୦୦ ଟଙ୍କା ପର୍ଯ୍ୟନ୍ତ ଟିକେଟ୍‌ ଏହି ସାଇଟରେ ଉପଲବ୍ଧ ଥିଲା । ସମସ୍ତେ ଧଡାଧଡ୍ ଲଗଇନ୍ କରି ଟିକେଟ୍ ବୁକିଂ କରୁଥିଲେ । ସାଇଟ୍ ଫୁଲ୍ ଜାମ୍ ରହିଥିଲା । 

୬ ନମ୍ବର ଗ୍ୟାଲେରୀ ପାଇଁ ଟିକେଟ୍‌ ମୂଲ୍ୟ ୪୦୦ ଟଙ୍କା ରହିଥିବା ବେଳେ, ୪ ଓ ୨ ନମ୍ବର ଗ୍ୟାଲେରୀ ପାଇଁ ଟିକେଟ୍‌ ମୂଲ୍ୟ ୫୯୦ ଟଙ୍କା ରହିିଥିଲା । ସ୍ପେସାଲ୍ ଏନକ୍ଲୋଜର ବକ୍ସ ପାଇଁ ୩୫୪୦ ଓ ଏସି ବକ୍ସ ପାଇଁ ୫୯୦୦ ଟଙ୍କା ଟିକେଟ୍‌ ମୂଲ୍ୟ ରହିଥିଲା। ଯଦି ଜଣେ ବ୍ୟକ୍ତି ୫୯୦ ଟଙ୍କିଆ ୩ଟି ଟିକେଟ୍‌ କିଣିବ ତେବେ ତାଙ୍କୁ ଟ୍ୟାକ୍ସ ମିଶାଇ ୧୮୯୫ ଟଙ୍କା ଦେବାରୁ ପଡ଼ୁଥିଲା । ମାତ୍ର କେଇ ମିନିଟରେ  ଟିକେଟ୍ ସରିଯିବାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ସମସ୍ତେ ଆଶା କରିଥିଲେ ବହୁଦିନ ପରେ ବାରବାଟୀରେ ମ୍ୟାଚ୍ ହେଉଛି, ଦେଖିବାକୁ ଯିବେ । କିନ୍ତୁ କେଇ ମିନିଟରେ ସରିଗଲା ଗ୍ୟାଲେରି ଟିକେଟ୍ ।  

Leave a Reply