ଏହି ସବୁ ଜିନିଷ ଦ୍ୱାରା ଆପଣଙ୍କ ଘରକୁ ଆସିପାରେ କରୋନା

ଭୁବନେଶ୍ୱର: ଆପଣ ଏବେ ଘରେ ନିଜକୁ ବନ୍ଦ କରି ରଖିଛନ୍ତି । କରୋନାଠୁ ବଞ୍ଚିବା ପାଇଁ ଘରୁ ବାହାରକୁ ବାହାରୁ ନାହାନ୍ତି । କିନ୍ତୁ ଏହା କଣ ଯଥେଷ୍ଟ କରୋନାଠୁ ଦୂରରେ ରହିବା ପାଇଁ । ଅନ୍ୟ ବାହାକ ଦ୍ୱାରା ମଧ୍ୟ କରୋନା ଭାଇରସ୍‌ ଆପଣଙ୍କ ଘରକୁ ପ୍ରବେଶ କରିପାରେ । ଏହା ପରେ ଆପଣ ମଧ୍ୟ କରୋନା ଭାଇରସ୍‌ର ଶିକାର ହୋଇପାରନ୍ତି । କରୋନାଠୁ ବଞ୍ଚିବା ପାଇଁ ହେଲେ ଆମକୁ ଫୋମାଇଟ୍ସଠୁ ଦୁରରେ ରହିବାକୁ ପଡ଼ିବ ।

ଫୋମାଇଟ୍ସ(ବାହକ) ମାନେ ହେଉଛି ଯେଉଁ ବସ୍ତୁ ସଂସ୍ପର୍ଶରେ ଅତି ସହଜରେ ଭାଇରସ୍‌ ଆସିଯାଇପାରେ । ଏବଂ ସେହି ବସ୍ତୁ ସାହାଯ୍ୟରେ ଆପଣଙ୍କ ଘରେ ପ୍ରବେଶ କରିପାରେ କରୋନା । ତେବେ କେଉଁ କେଉଁ ବସ୍ତୁ ଦ୍ୱାରା ଆମ ଘର ଭିତରୁ ଭାଇରସ୍‌ ପ୍ରବେଶ କରିପାରିବ । ଯଦି ଆମେ ଦେଖିବା ନ୍ୟୁଜ ପେପର ଏବଂ ଖିର ହେଉଛି ଗୋଟେ ବାହକ(ଫୋମାଇଟ୍ସ) । ବାହାରୁ ଏହି ସବୁ ଜିନିଶ ଦ୍ୱାରା ଘରକୁ ଭାଇରସ୍‌ ଆସିଥାଏ । ତେବେ ସବୁଠାରୁ ବଡ଼କଥା ହେଉଛି ଆମେ ଏସବୁଠାରୁ କେମିତି ସୁରକ୍ଷିତ ରହିବା ।

ବଜାରରେ ହ୍ୟାଣ୍ଡ ସାନିଟାଇଜର ଏବଂ ମାସ୍କର ମୂଲ୍ୟ ସ୍ଥିର କଲେ କେନ୍ଦ୍ର ସରକାର

ଯଦି ଆପଣ କ୍ଷିର ପ୍ୟାକେଟ୍‌ ବାହାରୁ ଆଣୁଛନ୍ତି ତେଳେ ତାକୁ ପ୍ରଥମେ ସର୍ଫ ପାଣିରେ ଭଲସେ ଧୋଇ ତାକୁ ବ୍ୟବହାର କରନ୍ତୁ  । ବାହାର ମାର୍କେଟରୁ କିଛି ଯଦି ଅର୍ଡର କରୁଛନ୍ତି ତେବେ ତାକୁ ପ୍ରଥମେ ବାହାରେ ୧୨ରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ରଖୁନ୍ତୁ ତାପରେ ଯାଇ ଘରଭିରକୁ ଆଣନ୍ତୁ । ଏହାଦ୍ୱାରେ ଆମେ ଭାଇରସ୍‌ ଠାରୁ ଦୂରରେ ରହିପାରିବା । କିଛି ଜରୁରି କାର୍ଯ୍ୟ ନଥିଲେ ଆପଣ ୧୫ ଦିନ ପର୍ଯ୍ୟନ ବାହାରକୁ ବାହାରନ୍ତୁନି । ଏହା ଆପଣ ମାନଙ୍କୁ ମାନିବାକୁ ପଡ଼ିବ । କିନ୍ତୁ ଯଦି କିଛି ଜରୁରୀ କାମ ରହିଛି ତେବେ ଘରକୁ ଆସିବା ପରେ କୌଣସି ଜିନିଷକୁ ନଛୁଇଁ ପ୍ରଥମେ ନିଜ ଡ୍ରେସକୁ ଭଲସେ ସଫା କରନ୍ତୁ ଏବଂ ଭଲସେ ଗାଧାନ୍ତୁ ।

Leave a Reply