ଶୀତ ବସ୍ତ୍ର ବାଣ୍ଟି ପ୍ରତିଷ୍ଠା ଦିବସ ପାଳିଲେ ଯାଜପୁର ଓ ଧର୍ମଶାଳା ବିଧାୟକ

ଯାଜପୁର: ଶନିବାର ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଅବସରରେ ରାଜ୍ୟ ବିଜେଡି ମୁଖ୍ୟାଳୟ ସମେତ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ରକ୍ତ ଦାନ ଶିବିର, ଖାଦ୍ୟ ବଣ୍ଟନ, କମ୍ୱଳ ବଣ୍ଟନ ଭଳି ଅନେକ କାର୍ଯ୍ୟକ୍ରମ କରାଯାଇଥିଲା । ସେହିଭଳି ଗତକାଲି ରାତିରେ ଓଡ଼ିଆ ‘ମୋ ପରିବାର’ ପକ୍ଷରୁ ମଧ୍ୟ ଅସହାୟ ଗରିବ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି ।

ରାଜ୍ୟ ବିଜେଡି ସଂଗଠନର ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଧର୍ମଶାଳା ବ୍ଲକର ନେଉଳପୁର ଠାରେ ଅସହାୟ ଗରିବ, ନିରାଶ୍ରୟ ଲୋକଙ୍କୁ, କମ୍ବଳ ବଣ୍ଟନ କରିବା ସହ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ରାଜ୍ୟ ର ବିଭିନ୍ନ ଅଞ୍ଚଳରେ ନିରାଶୟ ଓ ଅସହାୟଙ୍କୁ ସହାୟତାର ହାତ ବଢ଼ାଇଛି ‘ଓଡ଼ିଆ ମୋ ପରିବାର’ ।

ଏଥିସହିତ ପଢ଼ନ୍ତୁ: ପ୍ରତିଷ୍ଠା ଦିବସରେ ପ୍ରଣବଙ୍କ ଆହ୍ୱାନ: ‘ନବୀନଙ୍କୁ ଭଲ ପାଉଥିବା କର୍ମୀ ଦୈନିକ ୨ରୁ ୩ ଘଣ୍ଟା ଦଳ ପାଇଁ କାମ କରନ୍ତୁ’

ଏହା ପୂର୍ବରୁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନିର୍ଦ୍ଦେଶରେ ଛାତ୍ର ବିଜେଡି ପକ୍ଷରୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀର ହରିଦାସପୁର ପଞ୍ଚାୟତ ଅନ୍ତର୍ଗତ ଭଡଙ୍ଗା ଗାଁରେ  ବିଜୁ ଛାତ୍ର ଜନତା ଦଳ ପକ୍ଷରୁ  ଆଦିବାସୀ ଲୋକ ଓ କୁନି ପିଲାମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହା ସହ ସେମାନଙ୍କର ଥିବା ମୌଳିକ ସମସ୍ୟା ସମାଧାନ କରିବା ଲାଗି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପ୍ରୟାସ କରାଯାଇଛି ।

 

Leave a Reply