ଅନଲକ୍ ୨.୦ ପାଇଁ ପ୍ରସ୍ତୁତ ହେଉଛି ଦେଶ,ସ୍କୁଲ,ମେଟ୍ରୋ ଓ ବିମାନ ସେବା ପାଇଁ କେଉଁଭଳି ନିଷ୍ପତ୍ତି ନେବେ ସରକାର ? ଜାଣନ୍ତୁ..

କରୋନା ଭାଇରସ ସଂକ୍ରମଣ କାରଣରୁ ଦେଶ ଲକଡାଉନ୍ ଭିତରେ ଥିଲା । ଯାହା ସବୁ ବନ୍ଦ ଥିଲା ତାକୁ ଖୋଲିବା ପାଇଁ ଆରମ୍ଭ ହୋଇଥିଲା ଅନଲକ୍ ପ୍ରକ୍ରିୟା । ଅନଲକ୍ ୧.୦ ପରେ ଏବେ ଦେଶରେ ଆରମ୍ଭ ହେବ ଅନଲକ୍ ୨.୦ । କିନ୍ତୁ ଯେପରି ଭାବେ କରୋନା ମାମଲା ବଢିବାରେ ଲାଗିଛି ତାହାଭିତରେ ସ୍କୁଲ,କଲେଜ୍ ଖୋଲିବା ମୁସ୍କିଲ ଲାଗୁଛି । ମେଟ୍ରୋରେ ଯାତ୍ରା ପାଇଁ ଆପଣଙ୍କୁ ଆହୁରି କିଛି ସମୟ ଅପେକ୍ଷା କରିବାକୁ ପଡିବ ।

ସ୍କଲ,କଲେଜ

ସ୍କୁଲ,କଲେଜ୍ ନିକଟ ଭବିଷ୍ୟତରେ ଖୋଲିବ ବୋଲି ଯଦି ଭାବୁଛନ୍ତି ତେବେ ଭୁଲିଯାନ୍ତୁ । ଅନେକ ରାଜ୍ୟ ସ୍କୁଲ,କଲେଜ୍ ପରିକ୍ଷାକୁ ବାତିଲ କରିସାରିଛନ୍ତି । ସିବିଏସଇ ହେଉ କିମ୍ବ ଆଇସିଏସଇ ବୋର୍ଡ,ଉଭୟ ନିଜ ପରିକ୍ଷା ବାତିଲ କରିଛନ୍ତି । ଅନଲକ୍ ୧.୦ ଗାଇଡ୍ ଲାଇନରେ ସ୍କୁଲ କଲେଜ୍ ଖୋଲିବା ନିଷ୍ପତ୍ତି ରାଜ୍ୟଙ୍କ ଉପରେ ଛଡା ଯାଇଥିଲା । ଅନଲକ୍ ୨.୦ରେ ମଧ୍ୟ କେନ୍ଦ୍ର ସେହି ଏକା ଆଦେଶ ଜାରି କରିବ । ରାଜ୍ୟ ଗୁଡିକ ଏବେ ସ୍କୁଲ ଖୋଲିବାର ରିସ୍କ୍ ସମ୍ଭବତଃ ନେବେ ନାହିଁ ।

ଟ୍ରେନ୍,ମେଟ୍ରୋ

train

ଅଗଷ୍ଟ ୧୨ ପର୍ଯ୍ୟନ୍ତ ଭାରତୀୟ ରେଳ ସ୍ପେଶାଲ ଟ୍ରେନକୁ ଛାଡି ଅନ୍ୟ କୌଣସି ଟ୍ରେନ୍ ଚଳାଇବ ନାହିଁ ବୋଲି ଘୋଷଣା କରିଛି ।  ତେଣୁ ସବୁ ରୁଟରେ ପୂର୍ବଭଳି ଟ୍ରେନ୍ ଚାଲିବ ବୋଲି ଆଶା କରନ୍ତୁ ନାହିଁ । ମୁମ୍ବାଇ,ଦିଲ୍ଲୀ ଓ କୋଲକୋତା ଭଳି ମହାନଗରରେ ମେଟ୍ରୋ ସେବା ପାଖାପାଖି ୩ ମାସ ହେବ ବନ୍ଦ ଅଛି । ଏହି ତିନୋଟି ମହାନଗରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ।କେବଳ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦ ହଜାର ପାର କଲାଣି । ଏମିତିରେ ନିକଟରେ ମେଟ୍ରୋ ଚାଲିବ ବୋଲି ଭୁଲି ଯାନ୍ତୁ ।

ବିଦେଶକୁ ବିମାନସେବା

flight

ଏବେ ଦେଶ ଭିତରେ ଘରୋଇ ଉଡାଣକୁ ଅନୁମତି ମିଳି ସାରିଛି । ଆଗକୁ ଅନଲକ୍ ୨.୦ରେ କିଛି ବିଦେଶୀ ଫ୍ଲାଇଟକୁ ଉଡାଣ ପାଇଁ ଅନୁମତି ମିଳିପାରେ । ବଡକଥା ହେଲା,ଆମେରିକା ଭାରତର ବନ୍ଦେ ଭାରତ ମିଶନ ଉପରେ ଆପତ୍ତି କରୁଛି । ଆମେରିକାର କହିବା ହେଉଛି ଆମେ ଭାରତୀୟ ବିମାନକୁ ଆମେରିକାରେ ଲ୍ୟାଣ୍ଡ୍ କରିବାକୁ ଅନୁମତି ଦେଉଛୁ କିନ୍ତୁ ଭାରତ ଆମେରିକୀୟ ବିମାନଙ୍କୁ ନିଜ ଦେଶରେ ଓହ୍ଲାଇବାକୁ ଅନୁମତି ଦେଉନି । ୟୁଏଇ ମଧ୍ୟ ସେହି ଏକାକଥା କହୁଛି । କେରଳ ମୁଖ୍ୟମନ୍ତ୍ରୀ ମଧ୍ୟ କେନ୍ଦ୍ର ସରକାରଙ୍କୁ ଦୁବାଇ ଓ ଅନ୍ୟ ଉପସାଗରୀୟ ଦେଶ ମଧ୍ୟର ବିମାନ ଚଳାଚଳକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି ।

ରୋଜଗାର ଉପରେ ଜୋର

labour

ଲକଡାଉନ୍ କାରଣରୁ ଲୋକଙ୍କ ରୋଜଗାର ପ୍ରଭାବିତ ହୋଇଛି । ସରକାର ରୋଜଗାର ବଢାଇବାକୁ ଅନଲକ୍ ୨.୦ କ୍ରମରେ ନୂଆ ପଦକ୍ଷେପ ଉଠାଇ ପାରନ୍ତି ।ସ୍କିଲ ମ୍ୟାପିଂ ଉପରେ କାମ ହୋଇପାରେ । ଏହି ସମୟରେ ଶିଳ୍ପ ଯେମିତି ଆତ୍ମନିର୍ଭର ହେବ ତାହା ଉପରେ ସରକାର ଜୋର ଦେବାର ସମ୍ଭାବନା ରହିଛି । ଶିଳ୍ପପତୀଙ୍କୁ କୁହାଯିବ ଯେ, ଯେତେ ହୋଇପାରେ ସ୍ଥାନୀୟ ଶ୍ରମିକଙ୍କୁ କାମରେ ରଖ ।

 

Leave a Reply