କରୋନା ଟିକା ପାଇଁ ୮୦ ହଜାର କୋଟି ଟଙ୍କା ଅଛି କି ? ଭାରତ ସରକାରଙ୍କୁ ପଚାରିଲେ ସିରମ ସିଇଓ

1 min read
AIIMS Director Randeep Guleria On Vaccine Efficacy

ନୂଆଦିଲ୍ଲୀ: ଦେଶରେ କରୋନା ତାର କାୟା ବିସ୍ତାର କରିଛି । ଏବେ ପୁରା ଦେଶ କରୋନା କବଳରେ । କରୋନାଠୁ ମୁକୁଳିବା ପାଇଁ କେବଳ କରୋନା ପ୍ରତିଷେଧକ ଟିକାକୁ ଅପକ୍ଷା । ତେବେ ଏହି ଟିକାକୁ ତିଆରି କରିବା ପାଇଁ ବିଭିନ୍ନ ଦେଶ ଲାଗିପଡ଼ିଛନ୍ତି । ଋଷିଆ ଟିକା ତିଆରି କରି ତା ଦେଶର ଲୋକମାନଙ୍କୁ ଦେବା ଆରମ୍ଭ କଲାଣି । ତେବେ ଭାରତ ପାଇଁ ଏକ ଆହ୍ୱାନ ସାମ୍ନାକୁ ଆସିଛି । ପୁନେ ସ୍ଥିତ ଟିକା ତିଆରି କରୁଥିବା ବିଶ୍ୱର ସର୍ବବୃହତ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର୍ଶ ପୁନାୱାଲା ଏକ ବଡ଼ ଘୋଷଣା କରିଛନ୍ତି ।

ସେ କହିଛନ୍ତି ଯେ କରୋନା ଟିକାକୁ କିଣିବା ଏବଂ ସମସ୍ତ ଭାରତୀୟଙ୍କୁ ଦେବା ପାଇଁ ୮୦,୦୦୦ କୋଟି ଟଙ୍କା ଆବଶ୍ୟକ ହେବ । ସେ କରୋନା ଟିକା କିଣିବା ଏବଂ ଏହାକୁ ଭାରତୀୟଙ୍କ ନିକଟରେ ପହଞ୍ଚାଇବା ପାଇଁ ଆସନ୍ତା ବର୍ଷକ ମଧ୍ୟରେ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ ଶନିବାର ଟ୍ୱିଟ୍ କରି କହିଛନ୍ତି । ଆସନ୍ତା ଏକ ବର୍ଷ ମଧ୍ୟରେ ଟିକା ପାଇଁ ତାଙ୍କ ପାଖରେ ଏତେ ପରିମାଣର ଅର୍ଥ ଅଛି କି ନାହିଁ ସେ ଭାରତ ସରକାରଙ୍କୁ ପଚାରିଛନ୍ତି ।

ସେରମ୍ ଇନଷ୍ଟିଚ୍ୟୁଟ୍ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଏଷ୍ଟ୍ରାଜେନେକା ସହିତ କୋଭିଡ -୧୯ ଟିକା ପ୍ରସ୍ତୁତ କରିବାରେ ସହଯୋଗ କରିଛି । ଆଦର ପୁନାୱାଲା PMO ଇଣ୍ଡିଆକୁ ଟ୍ୟାଗ୍ କରି ଟ୍ୱିଟ୍ କରି କହିଛନ୍ତି । ଟୁଇଟରେ କୁଇକ ପ୍ରଶ୍ନ ଲେଖି ଏଭଳି ପ୍ରଶ୍ନ ପଚାରିଛନ୍ତି । ଆଦର ପୁନାୱାଲା କିଛି ଦିନ ପୂର୍ବରୁ କହିଥିଲେ ଯେ ଅନ୍ତତଃ ୨୦୨୪ ଶେଷ ପର୍ଯ୍ୟନ୍ତ ବିଶ୍ୱରେ କରୋନା ସମସ୍ତଙ୍କ ପାଇଁ ରହିବ ।

Leave a Reply