Sushant Singh Rajput case : କ’ଣ CBI ରିୟାଙ୍କୁ ଗିରଫ କରିବ ? ଜାଣନ୍ତୁ ଆଗକୁ କ’ଣ ହେବାକୁ ଯାଉଛି..

1 min read

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କରିବାକୁ ବାଟ ଫିଟି ସାରିଛି । ସିବିଆଇ ତଦନ୍ତକୁ ଚ୍ୟାଲେଂଜ୍ କରି ରିୟା ଚକ୍ରବର୍ତ୍ତି କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେବା ପରେ ଏବେ ପ୍ରଶ୍ନ ଉଠୁଛି ରିୟାଙ୍କୁ କ’ଣ ସିବିଆଇ ଗିରଫ କରିବ ? ସୂଚନାଯୋଗ୍ୟ ଯେ, ସିବିଆଇ ପ୍ରଥମରୁ ହିଁ ଏହି ମାମଲାରେ ଏତଲା ଦାଏର କରି ସାରିଛି । ସୁପ୍ରିମକୋର୍ଟ ନିଷ୍ପତ୍ତି ପରେ ଏବେ ସିବିଆଇର ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ ମୁମ୍ବାଇ ଯିବ । ସିବିଆଇ ଟିମ୍ ଏହି ମାମଲାରେ ମୁମ୍ବାଇ ପୋଲିସକୁ କେସ୍ ଡାଏରୀ ମାଗିବ । ଏହାସହ ସନ୍ଦିଗ୍ଧ-ସାକ୍ଷୀଙ୍କ ବୟାନ ନେବ । ଫୋରେନସିକ୍ ଓ ପୋଷ୍ଟମର୍ଟମ ରିପୋର୍ଟକୁ ମଧ୍ୟ ନିଜ କବଜାକୁ ନେବ ।

ସିବିଆଇ ଟିମ୍ ସୁଶାନ୍ତଙ୍କ ସେହି ଫ୍ଲାଟକୁ ମଧ୍ୟ ଯିବ ଯେଉଁଠାରେ ସେ ଆତ୍ମହତ୍ୟା କରିଥିଲେ । କ୍ରାଇମ୍ ସିନ୍ ଦେଖିବା ସହ ସିବିଆଇ କ୍ରାଇମ୍ ସିନ୍ ରିକ୍ରିଏଟ୍ କରିବ ।  ସୁଶାନ୍ତଙ୍କ ମୃତ୍ୟୁ ସମୟରେ ଯେଉଁମାନେ ସେହି ଫ୍ଲାଟରେ ଥିଲେ ସେମାନଙ୍କ ବୟାନ ସିବିଆଇ ରେକର୍ଡ କରିବ । ରିୟା ଚକ୍ରବର୍ତ୍ତି,ତାଙ୍କ ଭାଇ ଶୌଭିକ୍,ପିତା ଇନ୍ଦ୍ରଜିତ୍ ଓ ଅନ୍ୟମାନଙ୍କୁ ଜେରା ପାଇଁ ସିବିଆଇ ସମନ୍ ଜାରି କରିବ । ଜେରା ପରେ ହିଁ ସିବିଆଇ କାହାକୁ ଗିରଫ କରିବାର ଆବଶ୍ୟକତା ରହିଛି କି ନାହିଁ ତାହାର ନିଷ୍ପତ୍ତି ନେବ ।

ସୂଚନାଯୋଗ୍ୟ ଯେ, ଏହି କେସରେ ସିବିଆଇ ତଦନ୍ତ ପାଇଁ ପ୍ରଥମେ ନିଜ ରିୟା ଦାବି କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୟାଗ୍ କରି ରିୟା ସିବିଆଇ ତଦନ୍ତ ପାଇଁ ଟ୍ୱିଟ୍ କରିଥିଲେ ।  ତେବେ ମାମଲା ଭିତରକୁ ବିହାର ପୋଲିସ ଏଣ୍ଟ୍ରି ମାରିବା ପରେ ରିୟା ସିବିଆଇ ତଦନ୍ତଙ୍କୁ ବିରୋଧ କରିବା ଆରମ୍ଭ କଲେ । ବିହାର ସରକାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିବା ପରେ ଓ କେନ୍ଦ୍ର ସରକାର ସୁପାରିସକୁ ସ୍ୱୀକାର କରିବା ପରେ ରିୟା ତଦନ୍ତ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ।

ନିଜ ଅପିଲରେ ରିୟା ପାଟନାରେ ଦାଏର ମାମଲାକୁ ମୁମ୍ବାଇ ସ୍ଥାନାନ୍ତରିତ କରିବା ପାଇଁ ଅନୁରୋଧ କରିଥିଲେ । ତେବେ ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ନାମଂଜୁର କରି ଦେଇଛନ୍ତି । ଏବେ ମାମଲା ପାଟନାରେ ହିଁ ଚାଲିବ । ସୂଚନାଯୋଗ୍ୟ ଯେ, ସୁଶାନ୍ତଙ୍କ ପିତା ପାଟନାରେ ରିୟା.ତାଙ୍କ ପିତା ଓ ଭାଇଙ୍କ ବିରୋଧରେ ମାମଲା ଦାଏର କରିଥିଲେ । ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ରିୟାଙ୍କୁ ଘଣ୍ଟାଘଣ୍ଟା ଧରି ଜେରା କରିସାରିଲାଣି ।

 

Leave a Reply