ନାବାଳିକା ଗଣଦୁଷ୍କର୍ମ ମାମଲା: କେବେ ଚେତିବ କର୍ତ୍ତୃପକ୍ଷ, ନ୍ୟାୟ ମିଳିବ ତ ?

1 min read

ଭୁବନେଶ୍ୱର: କେବେ ଚିନ୍ତା କରିଛନ୍ତି, ଟିଭି ପରଦାରେ ଖବର ଦେଖି ଦେଖି ୧୩ବର୍ଷର ପୀଡିତା କଣ ଭାବୁଥିବ? ମାଆ ଏତଲା ଦେବା ପରେ ଡାକ୍ତରୀ ମାଇନା ହେଲା । ଅଭିଯୋଗର ସତ୍ୟତା ଜାଣିବାକୁ ଝିଅର ଷ୍ଟେଟମେଣ୍ଟ ରେକର୍ଡ ହେଲା । ପୀଡ଼ିତା ବି କହିଲେ ତାଙ୍କ ସହ ଘଟିଥିବା ସମ୍ପୂର୍ଣ୍ଣ କାହାଣୀ । ହେଲେ ସବୁ ଦେଖି ସବୁ ଶୁଣି ପୋଲିସ୍ ସାଜିଛି ଧୃତରାଷ୍ଟ୍ର ।

ଏପଟେ ନିଜ ଚ୍ୟାନେଲକୁ ବଦନାମରୁ ବଞ୍ଚାଇବାକୁ, ନିଜ କର୍ମଚାରୀଙ୍କୁ ନିର୍ଦ୍ଦୋଷ ସଜାଇବାକୁ ଏବେ କଂପାନୀ କର୍ତ୍ତୃପକ୍ଷ ଆରମ୍ଭ କରି ଦେଇଛନ୍ତି ଆର୍ ପାର୍ ଲଢ଼େଇ । ଏ ହେଉଛି ନ୍ୟାୟ ନାବାଳିକାକୁ ! ଏଠି ଆଇନ ଆଖିରେ ଆଙ୍ଗୁଠି ଗେଞ୍ଜିବାକୁ ପ୍ରୟାସ କରୁଥିବା କମ୍ପାନୀ କଣ ସର୍ବ ଶକ୍ତିମାନ ? ନିଜ ଚ୍ୟାନେଲରେ ବ୍ୟବସ୍ଥା ଓ ପ୍ରଶାସନକୁ ସମାଲୋଚନା କରି ସାଧାରଣକୁ ଭ୍ରମିତ କରିବ ଓ ତଥ୍ୟକୁ ମୋଡ଼ିମକଚି ନୂଆ ନୂଆ ରଙ୍ଗ ଦେବ ।  ଆଉ ସେପଟେ ଦୁଷ୍କର୍ମର ଶୀକାର ହୋଇ ନିରୁପାୟ ନାବାଳିକା ନ୍ୟାୟର ଅପେକ୍ଷାରେ ଲୁହ ଗଡେଇବ ।

ତେଣୁ ପ୍ରଶ୍ନ ଉଠୁଛି- ୧ ନମ୍ବର ଚ୍ୟାନେଲ୍ ପାଇଁ ନାବାଳିକା ଜୀବନ କଣ ମୂଲ୍ୟହୀନ ? ଦୋଷୀକୁ ଦଣ୍ଡ ମିଳୁ ବୋଲି ଚ୍ୟାନେଲର ଏମ୍ଡି ଚିତ୍କାର କରି କହୁଛନ୍ତି । କିନ୍ତୁ ନିଜ କର୍ମଚାରୀଙ୍କୁ ଜେରା କଲେ ଦେହ ସମ୍ଭାଳୁନି । କାହିଁକି ଘଣ୍ଟା ଘଣ୍ଟା ଧରି ଜେରା କରୁଛି ବୋଲି ପଚରା ଯାଉଛି । ଗଣଦୁର୍ଷ୍କମ ମାମଲାରେ ପୋଲିସ ଉଭୟ ମିଡିଆ କର୍ମଚାରୀ ଓ ପୋଲିସ ବିରୋଧରେ ମାମାଲା ରୁଜୁ କରି ତଦନ୍ତ କରୁଛି । ତଦନ୍ତକୁ ଆଗକୁ ବଢାଇବାକୁ ଏତଲାରେ ନାଁ ନଥିବା କର୍ମଚାରୀ ଓ ସାକ୍ଷୀଙ୍କୁ ମଧ୍ୟ ପଚରାଉଚରା କରୁଛି ପୋଲିସ ।

ହେଲେ ଓଟିଭି ଓ ସଂସ୍ଥାର ଏମ୍ଡି ଏତେ ଅଧୈର୍ଯ୍ୟ କାହିଁକି ? କାହାକୁ ନ୍ୟାୟ ପାଇଁ ଯଦି ଜେରା ହେଉଛି, ତେବେ କଣ ଏସବୁକୁ ସ୍ୱାଗତ କରିବା ଭୂଲ ? କେବଳ ସେତିକି ନୁହେଁ ପୀଡିତାଙ୍କ ମାଆଙ୍କୁ ଓଟିଭି ଏମଡି ଫୋନ୍ ଯୋଗେ ବାରମ୍ବାର ଡାକୁଥିଲେ । କାହିଁକି ଡ଼ାକୁଥିଲେ କାହାକୁ ଜଣେଇଲେ କି? ନା’ ଜଣାଇବା ପାଇଁ ସେ ବାଧ୍ୟ ନୁହେଁ । ବ୍ୟବସ୍ଥାକୁ ପ୍ରଶ୍ନ କରୁଥିବା ଲୋକେ ପ୍ରଥମେ ନିଜେ ସଫେଇ ରଖିଲେ କଣ ଅସୁବିଧା ହୋଇ ଯାଉଛି ? କଲ୍ କରିବାର ଉଦ୍ଦେଶ୍ୟ ମହତ ନଥିଲା, ସେଇଥିପାଇଁ ତ  ଏମଡି ମହାଶୟା ମହିଳା କମିଶନରଙ୍କ ପାଖରେ ଉତ୍ତର ରଖିଲେନି ।

ଅନ୍ୟ ପକ୍ଷରେ ନାବାଳିକାଙ୍କୁ ନ୍ୟାୟ ଦେବାକୁ ମହିଳା କମିଶନ୍ ଆଗେଇ ଆସିଛନ୍ତି । ତଦନ୍ତର ଗତି ନେଇ ପୋଲିସକୁ ରିପୋର୍ଟ ମାଗିଛନ୍ତି । ହେଲେ ଓଟିଭି ଏମ୍ଡି କଣ ଆଇନର ଉର୍ଦ୍ଧ୍ୱରେ କି ? ନୋଟିସ ପାଇ ହାଜର୍ ହେଉଛନ୍ତି, ହେଲେ ଶୁଣାଣି ବେଳେ ଛୁ । ଏଠି ଜଣା ପଡୁଛି , ନିଜ ଆଭିଜାତ୍ୟର ତୋଡ୍ ଦେଖାଇ ମହିଳା କମିଶନଙ୍କୁ ବେଖାତିର କରୁଛନ୍ତି । ଏସବୁକୁ ଉପଭୋଗ କରୁଛନ୍ତି ସମସ୍ତେ । ଦେଖାଯାଉ କେବେ ସତ ସାମ୍ନାକୁ ଆସୁଛି, ଦୋଷୀ ଦଣ୍ଡ ପାଉଛି ।

Leave a Reply