‘ଦୁହିତା’ ମଞ୍ଚରେ ପ୍ରସଙ୍ଗ; ମହିଳା ସଫ୍ଟ ଟାର୍ଗେଟ କି ?

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ନନ୍ଦିଘୋଷ ଟିଭି ଓ ଦୈନିକ ଖବର କାଗଜ ସକାଳ ପକ୍ଷରୁ ଆୟୋଜିତ ବିଶେଷ କାର୍ଯ୍ୟକ୍ରମ ‘ଦୁହିତା’ରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ମହିଳା ନିଜ ମତ ରଖିଛନ୍ତି । ‘ଦୁହିତା’ର ଦ୍ବିତୀୟ ଆଲୋଚନା ଚକ୍ର ରହିଥିଲା ‘ମହିଳା ସଫ୍ଟ ଟାର୍ଗେଟ୍ କି ? ଏହି ଆଲୋଚନା ଚକ୍ରରେ ଅତିରିକ୍ତ ପୋଲିସ କମିଶନର ରେଖା ଲୋହାନୀ, ସାମାଜିକ କର୍ମୀ କ୍ରିଷ୍ଣା ମହାନ୍ତି, ଉପ ବନ ସଂରକ୍ଷକ ସମ୍ମିତା ଲେଙ୍କା ଓ ଫିଲ୍ମ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଇପସ୍ଥିତ ଅତିଥି ନିଜ ନିଜର ମତାମତ ରଖିଥିଲେ ।

ଜଣେ ମହିଳା କେବେ ମଧ୍ୟ କମ୍ପ୍ରୋମାଇଜ୍ କରିବା କଥା ନୁହେଁ ବୋଲି କହିଥିଲେ ଉପ ବନ ସଂରକ୍ଷକ ସସ୍ମିତା ଲେଙ୍କା । ସେହିପରି ଅତିରିକ୍ତ ପୋଲିସ କମିଶନର ଲେଖା ଲୋହାନୀ କହିଛନ୍ତି ମହିଳା ନିଜକୁ ଦୁର୍ବଳ ଭାବିବା ଉଚିତ ନୁହେଁ । ନିଜ ପ୍ରତି ଘଟୁଥିବା ଅନ୍ୟାୟ ଏବଂ ଅତ୍ୟାଚାରକୁ ଆଦୌ ବରଖାସ୍ତ କରାଯିବା ଉଚିତ ନୁହେଁ । ଶାଶୁଘରେ ହେଉ ଅବା ଏନେକ କ୍ଷେତ୍ରରେ ଯଦି କେହି ବି ନିର୍ଯାତିତା ହୁଅନ୍ତି, ତେବେ ତାହାର ପ୍ରତିବାଦ କରିବା ଏବଂ ଅଭିଯୋଗ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଲେଖା ଲୋହାନୀ ।

ମହିଳା ମାନସିକ ଭାବେ ପୁରୁଷଠାରୁ ଅଥିକ ଶକ୍ତ ବୋଲି କହିଥିଲେ କ୍ରିଷ୍ଣା ମହାନ୍ତି । ଅନ୍ୟପଟେ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି, ମହିଳାଙ୍କ ପାଇଁ ଲକ୍ଷ୍ମଣରେଖା ଟଣା ଯାଉଛି କି ? ଯେମିତି କୁହାଯାଉଛି ଲଜ୍ଜ୍ୟା ମହିଳାର ଆଭୁଷଣ । ଡିସେଣ୍ଟ ଡ୍ରେସ ପିନ୍ଧିଲେ ମହିଳା ଭଲ ଦେଖାଯାନ୍ତି । ସଂକିର୍ଣ୍ଣ ମାନସିକତା ପାଇଁ ମହିଳାଙ୍କୁ ବଦନାମ କରାଯାଉଛି । ଘରୁ ବାହାର ପର୍ଯ୍ୟନ୍ତ ମହିଳାଙ୍କୁ ଟାର୍ଗେଟ୍ କରାଯାଏ । ମହିଳା ଦୁର୍ବଳ ନୁହନ୍ତି । ସଂକୀର୍ଣ୍ଣ ମାନସିକତାକୁ ବଦଳାଇବାର ସମୟ ଆସିଛି ।

Leave a Reply