କ’ଣ ପାଇଁ ହୁଏ କିଡନିରେ ଷ୍ଟୋନ !, ଜାଣନ୍ତୁ କେଉଁ ଖାଦ୍ୟ ଖାଇଲେ ଷ୍ଟୋନ୍ ହୋଇଥାଏ ?

ସାଧାରଣତଃ ଆମେ କାର୍ଯ୍ୟ ବହୁଳତା ପାଇଁ ଖାଇବାକୁ ସମୟ ପାଉ ନାହୁଁ । ଅନେକ ସମୟରେ ଭୋକ ଲାଗୁଥିଲେ ବି ଆମେ କିଛି ନକାଇ କାମ କରିଚାଲୁ । ତେବେ ଖାଦ୍ୟ ଠିକ୍‌ ସମୟରେ ନ ଖାଉଥିବାରୁ ଲୋକମାନଙ୍କ ପାଚନ ପ୍ରକ୍ରିୟାରେ ସମସ୍ୟା ଦେଖା ଯାଉଥିବା ବେଳେ କିଡନିରେ ଷ୍ଟୋନର ସମସ୍ୟା ମଧ୍ୟ ଦେଖା ଯାଇଥାଏ । ପ୍ରତିଦିନ ଖାଉଥିବା କିଛି ଖାଦ୍ୟରେ ଓକ୍ସାଲେଟ୍‌ ରହିଥାଏ, ଯାହା କ୍ୟାଲ୍‌ସିୟମକୁ ଜମା କରି ଦେବା ସହ ୟୁରିନ୍‌ରେ ଯିବାକୁ ଦେଇ ନଥାଏ । ଯାହାଫଳରେ ଷ୍ଟୋନ୍‌ ତିଆରି କରିଥାଏ । ଆସନ୍ତୁ ଜାଣିବା, ଦୈନନ୍ଦିନ ଜୀବନରେ ଆପଣ ଖାଉଥିବା କେଉଁ ଜିନିଷଗୁଡ଼ିକ ଶରୀରରେ ଷ୍ଟୋନ୍‌ ତିଆରି କରିଥାଏ ।

Image result for kidney stone

୧.ପୋଇ ଏବଂ ଭେଣ୍ଡିରେ ଓକ୍ସାଲେଟ୍‌ ରହିଥାଏ, ଯାହା କ୍ୟାଲ୍‌ସିୟମକୁ ଜମା କରି ଦେବା ସହ ମୂତ୍ରରେ ଯିବାକୁ ଦେଇ ନଥାଏ । ଧିରେ ଧିରେ ଏହି କ୍ୟାଲ୍‌ସିୟମ ଅଂଶ ଶରୀରରେ ଜମା ହୋଇ ପଥରର ରୁପ ଧାରଣ କରିଥାଏ ।
୨.ବହୁତ ଲୋକ ଏମିତି ଅଛନ୍ତି, ଯେଉଁମାନେ ନିଜର ଦିନର ଆରମ୍ଭ ଚା’ରୁ କରିଥାନ୍ତି । କିନ୍ତୁ ପ୍ରତିଦିନ ଏହାକୁ ପିଇବା ଦ୍ୱାରା ଷ୍ଟୋନ ହେବାର ଆଶଙ୍କା ବଢ଼ି ଯାଇଥାଏ । ଯଦି ଆପଣଙ୍କର ଏହି ସମସ୍ୟା ରହିଛି ତେବେ ଚା’ ଆଦୌ ପିଅନ୍ତୁ ନାହିଁ । ଏହା ଦ୍ୱାରା ଷ୍ଟୋନ କମିବା ପରିବର୍ତ୍ତେ ବଢ଼ିଥାଏ ।

Image result for kidney stone

୩.ଟମାଟୋରେ ଅଧିକ ପରିମାଣରେ ଓକ୍ସାଲେଟ୍‌ ରହିଥାଏ । ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଟମାଟୋରେ ଥିବା ମଞ୍ଜି ଠିକ୍‌ ଭାବରେ ହଜମ ନ ହୋଇ ଷ୍ଟୋନରେ ପରିଣତ ହୋଇ ଯାଇଥାଏ ।
୪.ଖାଦ୍ୟ ରାନ୍ଧିବା ଏବଂ ଖାଇବା ସମୟରେ ଲୁଣର ବ୍ୟବହାର କମ୍ କରିବା ଦରକାର । କାରଣ ଏଥିରେ ଥିବା ସୋଡିୟମ ପେଟକୁ ଯାଇ କ୍ୟାଲସିୟମରେ ପରିଣତ ହୋଇ ଯାଇଥାଏ । ଯାହା ଫଳରେ ଷ୍ଟୋନର ସମସ୍ୟା ଦେଖା ଯାଇଥାଏ ।

Image result for kidney stone
୫.କିଡନି ଷ୍ଟୋନରୁ ବଞ୍ଚିବା ପାଇଁ ଚକୋଲେଟ୍‌ ଖାଇବା ତୁରନ୍ତ କମାନ୍ତୁ । ଏଥିରେ ଓକ୍ସାଲେଟ୍‌ର ପରିମାଣ ଅଧିକ ମାତ୍ରାରେ ଥିବାରୁ ଖୁବ୍‌ ଶୀଘ୍ର ଏହା ଷ୍ଟୋନର ରୂପ ନେଇଥାଏ ।

Leave a Reply