ସୁଶାନ୍ତଙ୍କ ଉପରେ କାହିଁକି ରାଗିଥିଲେ ସଲମାନ ଖାନ୍ ? ଜାଣନ୍ତୁ

why salman khan was angry on sushant singh rajput

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏବଂ ଅନେକ ପ୍ରସିଦ୍ଧ ଫିଲ୍ମ ନିର୍ମାତା ଏବଂ କଳାକାରମାନେ ସୁଶାନ୍ତଙ୍କୁ କାମ ଦେଇନଥିବାର ଅଭିଯୋଗ ମଧ୍ୟ ହୋଇଛି । କେବଳ ସେତିକି ନୁହେଁ ବିହାରରେ ମୁଜାଫରପୁରରେ ସଲମାନ, ଏକତା, କରଣ ଜୋହରଙ୍କ ସମେତ ୮ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତେବେ ସଲମାନଙ୍କ ନାଁ ସୁଶାନ୍ତଙ୍କ ଆତ୍ମହତ୍ୟା ସହ କିଭଳି ଜଡିତ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ସୂଚନାଯୋଗ୍ୟ ଯେ, ସଲମାନ ସୁଶାନ୍ତଙ୍କ ଉପରେ ରାଗିଥିଲେ । ତେବେ ସଲମାନ ସୁଶାନ୍ତଙ୍କ ଉପରେ କ୍ରୋଧିତ ହେବାର କାରଣ କ’ଣ ଥିଲା ତାହା ଅଧିକାଂଶ ଲୋକେ ଜାଣିନାହାଁନ୍ତି । ରିପୋର୍ଟ ଅନୁସାରେ ସୁଶାନ୍ତଙ୍କୁ ନେଇ ସଲମାନ ଅସନ୍ତୋଷ ଥିଲେ । ସୁରଜ ପାଞ୍ଚୋଲିଙ୍କୁ ନେଇ ସଲମାନ ସୁଶାନ୍ତ ଉପରେ ରାଗିଥିଲେ।

ସଲମାନ ଖାନ ଏକ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଥିଲେ ଯେଉଁଥିରେ ସେ ସୁଶାନ୍ତ ସିଂଙ୍କୁ ମୁଖ୍ୟ ଭୂମିକା ପାଇଁ ବାଛିଥିଲେ । ଫିଲ୍ମର ସ୍କ୍ରିପ୍ଟ ମଧ୍ୟ ଶେଷ ହୋଇସାରିଥିଲା। ସଲମାନଙ୍କ ଅନୁସାରେ, ସୁଶାନ୍ତ ଏହି ଚଳଚ୍ଚିତ୍ର ପାଇଁ ପରଫେକ୍ଟ ପସନ୍ଦ ଥିଲେ । କିନ୍ତୁ ଫିଲ୍ମ ଆରମ୍ଭ ହେବା ପୂର୍ବରୁ ବନ୍ଦ ହୋଇଯାଇଥିଲା  । ତେବେ ରାଜପୁତଙ୍କ ଉପରେ ଅସନ୍ତୋଷ ଥିବାରୁ ସଲମାନ ଫିଲ୍ମ ବନ୍ଦ କରିଦେଇଥିଲେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ, ମୁମ୍ବାଇର ଏକ ପବ୍‌ରେ ପାର୍ଟି ସମୟରେ ସୁରଜ ପଞ୍ଚୋଲି ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ମଧ୍ୟରେ ଝଗଡା ହୋଇଥିଲା।

ତେବେ ଏହି ଖବର ସଲମାନଙ୍କ ପାଖରେ ପହଞ୍ଚିବା ପରେ ସେ ତୁରନ୍ତ ସୁଶାନ୍ତଙ୍କୁ ଫୋନ୍ କରିଥିଲେ । ସେଦିନ ସୁଶାନ୍ତ ସୁରଜଙ୍କୁ ଦାୟୀ ବୋଲି କହିଥିଲେ । ସେଥିପାଇଁ ସଲମାନ ସୁଶାନ୍ତଙ୍କ ଫିଲ୍ମ ବାହାର କରିଦେଇଥିବା ଶୁଣିବାକୁ ମିଳିଥିଲା । କାରଣ ସଲମାନ ଖାନ ସୁରଜ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି । ସୁରଜଙ୍କ ପାଇଁ ସଲମାନଙ୍କ ଭଲ ପାଇବା ବିଷୟରେ ପୂରା ବଲିଉଡ ଜାଣିଛି । ସୁରଜଙ୍କୁ ବଲିଉଡରେ ସଲାମନ ହିଁ ଲଞ୍ଚ କରିଥିଲେ । କେବଳ ସେତିକି ନୁହେଁ ନିକଟରେ ସୁରଜଙ୍କ ଫିଲ୍ମ ସାଟେଲାଇଟ୍ ଶଙ୍କରକୁ ସଲମାନ ନିଜ ଦବଙ୍ଗ ଟିମ୍ ସହ ପ୍ରମୋଟ କରୁଥିବାର ନଜର ଆସିଥିଲେ ।

ସୁଶାନ୍ତଙ୍କ ମୃତ୍ୟୁ ପରେ ଜିଆ ଖାନଙ୍କ ମାଆ କହିଛନ୍ତି ଯେ, ସଲମାନ ସୁରଜଙ୍କୁ ସବୁ ପ୍ରକାର ସାହାଯ୍ୟ କରି ତାଙ୍କ ଝିଅ କେସରୁ ବଞ୍ଚାଇଥିଲେ । ତେବେ ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସଲମାନ ସୁଶାନ୍ତଙ୍କ ଉପରେ ରାଗି ତାଙ୍କୁ ଫିଲ୍ମରୁ କାଢିଥିବେ ବୋଲି । କିନ୍ତୁ କିଛି ଦିନ ପୂର୍ବରୁ ସୁରଜ ସୁଶାନ୍ତଙ୍କ ସହ କୌଣସି ଝଗଡା ହେବା ନେଇ ଅସ୍ୱୀକାର କରିଥିଲେ । ଏହା ସହ ସୁରଜ କହିଥିଲେ ଯେ, “ମୁଁ ସୁଶାନ୍ତଙ୍କ ସମ୍ମାନ କରେ”। ସୁଶାନ୍ତଙ୍କ ମୃତ୍ୟୁ ପରେ ସୁରଜ ତାଙ୍କର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ତେବେ ଏହି ତଥ୍ୟର କେତେ ସତ୍ୟତା ରହିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ହେଲେ ସଲମାନଙ୍କ ବିରୋଧରେ ପ୍ରଶଂସକ ସୋସିଆଲ ମିଡିଆରେ ସେମାନଙ୍କ କ୍ରୋଧ ପ୍ରକାଶ କରୁଛନ୍ତି ।

Leave a Reply