ହେଲିକପ୍ଟରରୁ ଓହ୍ଲାଇ ପ୍ରଧାନମନ୍ତ୍ରୀ ମୋଦି ଯୋଗୀଙ୍କୁ କ’ଣ ପାଇଁ କହିଥିଲେ ‘ଆପଣ ଆଜି ବହୁତ ଖୁସୀ ଥିବେ’

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିରର ଭୂମିପୂଜା ସରିଯାଇଛି । ଯାହାକୁ ନେଇ ଦେଶବ୍ୟାପୀ ଖୁସୀର ଲହରି ।  ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭୂମିପୂଜା ହୋଇଥିଲା । ଏମିତିରେ ରାମ ମନ୍ଦିର ନିର୍ମାଣ ଓ ଆନ୍ଦୋଳନ ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବ୍ୟକ୍ତିଗତ ସଂପର୍କ ରହିଛି । ସେ ଯେଉଁ  ଗୋରଖନାଥ ପୀଠର ମହନ୍ତ,ସେହି ମଠର ରାମ ମନ୍ଦିର ଆନ୍ଦୋଳନରେ ଯୋଗଦାନ ରହିଛି । ଏହି କାରଣରୁ ଅଯୋଧ୍ୟାରେ ପହଂଚି ମୋଦି ଗୋରଖନାଥ ପୀଠକୁ ମନେ ପକାଇଥିଲେ ।

ରାମ ଜନ୍ମଭୂମି ଶିଳାନ୍ୟାସ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ସାକେତ ମହାବିଦ୍ୟାଳୟ ପଡିଆରେ ଓହ୍ଲାଇଥିଲା । ସେଠାରେ ତାଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ । ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ,ଆପଣ ଆଜି ବହୁତ ଖୁସୀ ଥିବେ କାରଣ ଆପଣଙ୍କ ଗୁରୁଜନ ରାମ ମନ୍ଦିର ନିର୍ମାଣ ପାଇଁ ବହୁତ ସଂଘର୍ଷ କରିଥିଲେ । ଆପଣଙ୍କୁ ବହୁତ ବହୁତ ଶୁଭେଛା ।

୧୯୩୪ ମସିହାରୁ ଗୋରଖପୀଠ ଆରମ୍ଭ କରିଥିଲା ସଂଘର୍ଷ

gorakhnath pith mahant
ଦିଗବିଜୟ ନାଥ, ଅବୈଦନାଥ ଓ ଯୋଗୀ ଆଦିତ୍ୟନାଥ

ରାମ ମନ୍ଦିରକୁ ନେଇ ଗୋରଖପୀଠର ସଂଘର୍ଷରେ ସାମିଲ ଥିଲେ ମଠର ତିନି ପୀଢି । ୧୯୩୪ ମସିହାରେ ଗୋରଖ ପୀଠ ନେତୃତ୍ୱରେ ଆରମ୍ଭ ହୋଇଥିଲା ଆନ୍ଦୋଳନ ।  ଯେତେବେଳେ ବାବ୍ରି ମସଜିଦରେ ରାମଲାଲାଙ୍କ ମୁର୍ତ୍ତିର ଅବିର୍ଭାବ ହେଲା ସେତେବେଳେ ଗୋରଖ ପୀଠର ତତ୍କାଳୀନ ମହନ୍ତ ଦିଗବିଜୟ ନାଥ ଉପସ୍ଥିତ ଥିଲେ । ରାମ ମନ୍ଦିର ତାଲା ଖୋଲିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗୁରୁ ଅବୈଦନାଥ ଉପସ୍ଥିତ ଥିଲେ । ତାଙ୍କୁ ଗୋରଖପୁରରୁ ଆଣିବାକୁ ସେତେବେଳର କଂଗ୍ରେସ ସରକାର ସ୍ୱତନ୍ତ୍ର ବିମାନ ପଠାଇଥିଲା । ତାଙ୍କରି ସମ୍ମୁଖରେ ରାମ ଜନ୍ମଭୂମିର ତାଲା ଖୋଲା ଯାଇଥିଲା । ଆଉ ଏବେ ଯେତେବେଳେ ମନ୍ଦିର ପାଇଁ ଭୂମିପୂଜା ହୋଇଛି ସେତେବେଳେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଅଛନ୍ତି ଯୋଗୀ ଆଦିତ୍ୟନାଥ ।

Leave a Reply