ପାକିସ୍ତାନକୁ ନାକେଦମ କରିଥିବା ବଲୁଚିସ୍ତାନ୍ ଆର୍ମି କିଏ ? ଯିଏ କରାଚି ଷ୍ଟକ୍ ଏକ୍ସଚେଞ୍ଜ ଉପରେ କରିଛି ଆକ୍ରମଣ..

ପାକିସ୍ତାନ୍ ଷ୍ଟକ୍ ଏକ୍ସଚେଂଜ୍ ଉପରେ ନିକଟରେ ବଡ ଧରଣର ଆକ୍ରମଣ ହୋଇଛି । ଆକ୍ରମଣର ଉତ୍ତରଦାୟିତ୍ୱ ନେଇଛି ବଲୁଚିସ୍ତାନ୍ ଲିବରେସନ୍ ଆର୍ମି । ତେବେ ଏହି ବଲୁଚିସ୍ତାନ୍ ଆର୍ମିର ପରିଚୟ କ’ଣ ? କାହିଁକି ଏହା ୫୦ ବର୍ଷ ଧରି ପାକ୍ ସେନା ବିରୋଧରେ ହତିଆର ଉଠାଇଛି ?

ପାକିସ୍ତାନ ଷ୍ଟକ୍ ଏକ୍ସଚେଂଜ୍ ଉପରେ ଆକ୍ରମଣ ପାଇଁ ବଲୁଚିସ୍ତାନ୍ ଲିରବରେସନ୍ ଆର୍ମିକୁ ଦାୟୀ କରାଯାଉଛି । ପାକିସ୍ତାନୀ ମିଡିଆ ସ୍ପଷ୍ଟ ଭାବେ ଆକ୍ରମଣ ପଛରେ ବଲୁଚ୍ ଆର୍ମି ଅଛି ବୋଲି ଦାବି କରୁଛନ୍ତି । ଯଦିଓ ଆକ୍ରମଣକାରୀଙ୍କୁ ପାକ୍ ସେନା ଗୁଳି କରି ମାରିଛି ତଥାପି ଏହି ଆକ୍ରମଣରେ ମୋଟ ୧୦ ଜଣ ପ୍ରାଣ ହରାଇଛନ୍ତି । ବଲୁଚିସ୍ତାନ୍ ଲିବରେସନ୍ ଆର୍ମିର ନାମ ଗତ କେଇ ବର୍ଷ ହେଲା ଏକ ଚରମପନ୍ଥୀ ସଂଗଠନ ଭାବେ ଆସୁଛି । ଆମେରିକା ମଧ୍ୟ ଏହାକୁ ଆତଙ୍କବାଦୀ ସଂଗଠନ ତାଲିକାରେ ସାମିଲ କରିଛି ।Baluch rebels in Baluchistan

କେତେ ପୁରୁଣା ଏହି ସଂଗଠନ ?

ଏହି ସଂଗଠନର ଇତିହାସ ୫୦ ବର୍ଷ ପୁରୁଣା । ଜୁଲଫକିର ଅଲ୍ଲି ଭୁଟ୍ଟୋ ପ୍ରଧାନମନ୍ତ୍ରୀ ଥିବା ବେଳେ ଏହି ସଂଗଠନ ପାକ୍ ସେନା ବିରୋଧରେ ଅସ୍ତ୍ର ଉଠାଇଥିଲା ।

ଜିଆ ଉଲ୍ ହକଙ୍କ ସମୟରେ ସଂଗଠନ ଧିମା ପଡିଥିଲା

ଜୁଲଫକିରଙ୍କୁ ଫାଶୀ ଦେଇ ଜିଆ ଉଲ୍ ହକ୍ ପାକିସ୍ତାନ ରାଷ୍ଟ୍ରପତି ହୋଇଥିଲେ । ଏହି ସମୟରେ ବଲୁଚିସ୍ତାନକୁ ସ୍ୱାଧୀନ କରିବା ପାଇଁ ଆନ୍ଦୋଳନ କରୁଥିବା ନେତାଙ୍କ ସହ ସେନା ସରକାରର ଆଲୋଚନା ହୋଇଥିଲା । ଫଳରେ ବଲୁଚ୍ ଚରମପନ୍ଥୀ ସେମାନଙ୍କ କାର୍ଯ୍ୟକଳାପ ବନ୍ଦ କରିଥିଲେ ।Pak army in action in Baluchistan

ମୁଶାରଫଙ୍କ ଅମଳରେ ପୁଣି ବିଦ୍ରୋହ

ପୂର୍ବତନ ସାମରିକ ଶାସକ ପରଭେଜ୍ ମୁଶରଫଙ୍କ ଅମଳରେ ବଲୁଚିସ୍ତାନ୍ ହାଇକୋର୍ଟ ବିଚାରପତି ଜଷ୍ଟିସ ନବାଜ ମିରିଙ୍କ ହତ୍ୟା ଅଭିଯୋଗରେ ବଲୁଚ୍ ନେତା ନବାବ ଖୈର ବଖ୍ସଙ୍କୁ ଗିରଫ କରାଯାଇଥିଲା । ଏହାପରେ ୨୦୦୦ ମସିହାରୁ ବଲୁଚିସ୍ତାନର ବିଭିନ୍ନ ଅଂଚଳରେ ହିଂସାତ୍ମକ ଆନ୍ଦୋଳନ ହୋଇଥିଲା । ସୁରକ୍ଷାବଳଙ୍କ ଉପରେ ଆକ୍ରମଣ ମଧ୍ୟ ହୋଇଥିଲା

Terror attack in Baluchistan
ବଲୁଚିସ୍ତାନରେ ପାକିସ୍ତାନୀ ସୁରକ୍ଷାବଳ

ଅଧିକାଂଶ ଆକ୍ରମଣର ଉତ୍ତରଦାୟୀତ୍ୱ ବଲୁଚ୍ ଲିବରେସନ୍ ଆର୍ମି ନେଇଥିଲା । ୨୦୦୬ରେ ପାକିସ୍ତାନ ସରକାର ଏହାକୁ ଆତଙ୍କବାଦୀ ସଂଗଠନ ସୂଚିରେ ସାମିଲ କରିଥିଲା । ନବାବଜାଦା ବାଲାଚ୍ ମିରଙ୍କୁ ଏହାର ମୁଖ୍ୟ ଘୋଷଣା କରିଥିଲା  ।୨୦୦୭ରେ ବାଲାଚ୍ ମିରଙ୍କ ମୃତ୍ୟୁ ଖବର ଆସିଥିଲା । ଆଫଗାନିସ୍ତାନ ସୀମାରେ ପାକ୍ ସେନା ତାଙ୍କ ହତ୍ୟା କରିଛି ବୋଲି ବଲୁଚ୍ ଆର୍ମି ଅଭିଯୋଗ କରିଥିଲା ।

ଏବେ ଏହାର ମୁଖ୍ୟ କିଏ ?

ବାଲାଚଙ୍କ ଭାଇ  ହିରବୟାର ଏବେ ବଲୁଚ୍ ଆର୍ମିର ସୁପ୍ରିମୋ । ସେ ବ୍ରିଟେନରେ ରୁହନ୍ତି । ଏହି ସଂଗଠନ ପାକିସ୍ତାନୀ ସେନା ଉପରେ ଆତ୍ମଘାତୀ ଆକ୍ରମଣ କରିଥାଏ । ତେବେ ଅନ୍ୟ ଏକ ରିପୋର୍ଟ ଅନୁସାରେ ହିରବୟାର ନୁହେଁ ବଶିର ଜେବ୍ ଏହି ସଂଗଠନର ନେତୃତ୍ୱ ନେଉଛନ୍ତି ।

Baluchistan Army activist
ବଲୁଚ୍ ବିଦ୍ରୋହୀଙ୍କ ଗୁପ୍ତ ଆଡ୍ଡା

ପାକିସ୍ତାନ ଗଠନର ବର୍ଷକ ପର୍ଯ୍ୟନ୍ତ ବଲୁଚିସ୍ତାନ ସ୍ୱାଧିନ ଥିଲା !
୧୯୪୭ ଅଗଷ୍ଟ ୧୪ରେ ପାକିସ୍ତାନ ଭାରତଠାରୁ ଅଲଗା ହୋଇଥିଲା । ତେବେ ୧୯୪୮ ପର୍ଯ୍ୟନ୍ତ ବଲୁଚିସ୍ତାନ୍ ସ୍ୱତନ୍ତ୍ର ରାଷ୍ଟ୍ର ଥିଲା । ବଲୁଚିସ୍ତାନ ପାକିସ୍ତାନରେ ମିଶିବାକୁ ମନା କରିଦେଇଥିଲା । କଲାତର ଖାନ୍ ପାକିସ୍ତାନରେ ମିଶିବାକୁ ମନା କରିଥିଲେ । ତେବେ ୧୯୪୮ ମସିହାରେ ମହମ୍ମଦ ଅଲ୍ଲି ଜିନ୍ନାଙ୍କ ଆଦେଶରେ ପାକ୍ ସେନା ବଲୁଚିସ୍ତାନକୁ କବଜାକୁ ନେଇଥିଲା । ୧୯୭୦ ମସିହାରେ ହୋଇଥିବା ବିଦ୍ରୋହ ବେଳେ ପାକ୍ ସେନା ଆକାଶମାର୍ଗରୁ ବଲୁଚିସ୍ତାନ ଉପରେ ବୋମାମାଡ କରିଥିଲା ।

ପାକିସ୍ତାନ ଭୂଭାଗର ୪୬ ପ୍ରତିଶତ !
ବଲୁଚିସ୍ତାନ ପାକିସ୍ତାନ ଭୂଭାଗର ୪୬ ପ୍ରତିଶତ । କିନ୍ତୁ ପାକିସ୍ତାନ ଜନସଂଖ୍ୟାର  ମାତ୍ର ୬ ପ୍ରତିଶତ ହେଉଛନ୍ତି ବଲୁଚି । ବଲୁଚିସ୍ତାନରେ ପ୍ରଚୁର ଖଣିଜ ସମ୍ପଦ ଓ ଗ୍ୟାସ ରହିଛି । ବଲୁଚଙ୍କ ଅଭିଯୋଗ ଯେ,ପାକିସ୍ତାନୀ ପଂଜାବୀ ବଲୁଚିସ୍ତାନର ଖଣିଜ ଲୁଟ୍ କରୁଛନ୍ତି । ଚୀନକୁ ସେଠାରେ ବିଭିନ୍ନ ପ୍ରୋଜେକ୍ଟ ପାଇଁ ପାକିସ୍ତାନ ଅନୁମତି ଦେଇଛି । ଯାହାକୁ ବିରୋଧ କରି ମଝିରେ ମଝିରେ ବଲୁଚ୍ ବିଦ୍ରୋହୀ ଚୀନ୍ ପ୍ରୋଜେକ୍ଟ ଉପରେ ଆକ୍ରମଣ କରୁଛନ୍ତି ।

ମୋଦି ବଲୁଚିସ୍ତାନ୍ କଥା ଉଠାଇଛନ୍ତି

ପାକିସ୍ତାନକୁ କାଶ୍ମୀର ପ୍ରସଙ୍ଗରେ ଚେକ୍ ମେଟ୍ କରିବାକୁ ୨୦୧୫ରେ ମୋଦି ବଲୁଚିସ୍ତାନ ପ୍ରସଙ୍ଗ ଉଠାଇଥିଲେ । ବଲୁଚିସ୍ତାନ୍ ନେତା ସ୍ୱାଧିନତା ପାଇଁ ଭାରତର ସହଯୋଗ ଚାହାନ୍ତି । କୁହାଯାଏ ଯେ, ୧୯୮୦ ଦଶକରେ ଇନ୍ଦିରା ଗାନ୍ଧୀ ବଲୁଚିସ୍ତାନ ବିଦ୍ରୋହୀଙ୍କୁ ଖୋଲା ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ ପରବର୍ତ୍ତି କାଳରେ ଓହରି ଯାଇଥିଲେ । ସେତେବେଳେ ଭାରତରେ ବଲୁଚ୍ ବିଦ୍ରୋହୀଙ୍କୁ ଟ୍ରେନିଂ ଦିଆଯାଉଥିଲା ବୋଲି କୁହାଯାଏ ।

Leave a Reply