ବରବାଦ ଖାତାରେ ଥିଲା ଅଜିତଙ୍କ ନାଁ, କେମିତି ଓ କାହିଁକି ସେହି ଖାତାକୁ ଉଠିଥିଲା ତାଙ୍କ ନାମ ? ଜାଣନ୍ତୁ

1 min read
Why Ollywood Actor Ajit Das Father Write His Name in Barabad Khata

ଭୁବନେଶ୍ୱର: ଓଡ଼ିଆ ସିନେମାର ଷ୍ଟାଇଲିସ୍ ଅଭିନେତା ଅଜିତ ଦାସ ଦୁନିଆକୁ ସବୁଦିନ ପାଇଁ କହିଛନ୍ତି ଅଲବିଦା । ସେ ଏମିତି ଜଣେ ଅଭିନେତା ଥିଲେ ଯାହାଙ୍କ ଅଭିନୟରେ ଅଯଥା ନାଟକୀୟତା ନଥିଲା । ତାଙ୍କ ଜନ୍ମ ଏମିତି ଗୋଟିଏ ପରିବାରରେ ହୋଇଥିଲା ଯେଉଁ ପରିବାରର ଧମନୀରେ ବୋହୁଥିଲା ଅଭିନୟର ରକ୍ତ । କିନ୍ତୁ ଅଭିନେତା ହେବା ପାଇଁ ତାଙ୍କ ଇଛା ବିରୋଧରେ ଛିଡ଼ା ହୋଇଥିଲେ ବାପା । ଅଜିତଙ୍କ ଜନ୍ମ ମୟୂରଭଞ୍ଜର କରଂଜିଆର ଏକ ଛୋଟ ଗାଁରେ ହୋଇଥିଲା । ବାପା ଥିଲେ ଓକିଲ । ବଡବାପାଙ୍କର ଥିଲା ଗୋଟିଏ ଯାତ୍ରା ପାର୍ଟି । ମୟୂରଭଞ୍ଜ ଓ ଆଖ ପାଖ ଜିଲ୍ଲାକୁ ତାଙ୍କ ପାର୍ଟି ଯାଉଥିଲା ।

Why Bijay Mohanty Said Ajit Das You Have Good Figure Should Try in NSD
FILE

୧୯୪୦ ଦଶକର ଅନ୍ତିମ ଭାଗ ବେଳକୁ ତାଙ୍କ ବଡ଼ବାପାଙ୍କ ଯାତ୍ରା ପାର୍ଟି ନାଁ କରି ସାରିଥିଲା । ଅଜିତଙ୍କ ବାପା ମଧ୍ୟ ଅଭିନୟ କରୁଥିଲେ । ଅଜିତ ପିଲାବେଳୁ ନାଟକ ପ୍ରତି ଢଳିଥିଲେ । ଅଜିତ ପିଲା ଦିନ କଥା ମନେ ପକାଇ ଥରେ କହିଥିଲେ ଯେ, ଦି’ପହରରେ ସମସ୍ତେ ଶୋଇଯିବା ପରେ ମୁଁ ଆଖଡ଼ା ଘରେ ଥିବା ଟ୍ରଙ୍କ୍ ଖୋଲୁଥିଲି । ସେଥିରେ ଥିବା ରାଜା ପୋଷାକ ପିନ୍ଧୁଥିଲେ, ମୁକୁଟ ଲଗାଇ ଖଣ୍ଡା ଧରି ନିଜକୁ ଦର୍ପଣରେ ଦେଖୁଥିଲେ । ଅଜିତଙ୍କ ଅନୁସାରେ ତାଙ୍କ ଅଜାଣତରେ ତାଙ୍କ ଭିତରେ ଅଭିନୟ ପାଇଁ ଆଗ୍ରହ ସୃଷ୍ଟି ହୋଇ ସାରିଥିଲା । ନବମ ଶ୍ରେଣୀରେ ପଢିବା ବେଳେ ସେ ସ୍କୁଲ ଡ୍ରାମା ‘ଝରା ବଉଳ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

Why Bijay Mohanty Said Ajit Das You Have Good Figure Should Try in NSD
FILE

ତେବେ ଅଜିତଙ୍କ ପିତା ତାଙ୍କର ଅଭିନୟ କରିବାକୁ ନାପସନ୍ଦ କରୁଥିଲେ । ଅଭିନୟକୁ ପେଷା ଭାବେ ଗ୍ରହଣ କରିବାକୁ ତାଙ୍କ ନିଷ୍ପତ୍ତିକୁ ପିତା ବିରୋଧ କରୁଥିଲେ । ଏନଏସଡିରେ ସିଲେକ୍ଟ ହେବା ପରେ ସେ ଘରକୁ ଫେରିଥିଲେ । କିନ୍ତୁ ପିତା ତାଙ୍କର ଏନଏସଡିରେ ପଢିବାକୁ ବିରୋଧ କରିଥିଲେ । ଅଜିତଙ୍କ ଜଣେ ଭିଣୋଇ ଯିଏକି ସେତେବେଳେ ଓଡ଼ିଶା ପୋଲିସରେ ଡିଆଇଜି ଥିଲେ, ସେ ତାଙ୍କୁ ପୋଲିସ ଚାକିରି ଦେବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ । କିନ୍ତୁ ଅଜିତ ଥିଲେ ନିଜ ଜିଦରେ ଅଟଳ । ସେ ଏନଏସଡିକୁ ବାଛିଥିଲେ ।

ବରବାଦ ଖାତାର କାହାଣୀ

ଅଜିତଙ୍କ ଅନୁସାରେ ତାଙ୍କ ପିତାଙ୍କ ପାଖରେ ଗୋଟିଏ ଖାତା ଥିଲା । ଯାହାକୁ ସେ ବରବାଦ ଖାତା ବୋଲି କହୁଥିଲେ । ଏହି ଖାତାରେ ସେ ସେହି ସବୁ ତାଲିକା ରଖୁଥିଲେ ଯାହା ସେ ହରାଇଥିଲେ । ଏନଏସଡି ଓ ଅଭିନୟକୁ ବାଛିବା ପରେ ଅଜିତଙ୍କ ବାପା ସେହି ବରବାଦ ଖାତାରେ ଅଜିତଙ୍କ ନାମ ଲେଖିଥିଲେ । ଏହାର କିଛି ବର୍ଷ ପରେ ଅଜିତ ମାଡ୍ରାସରେ ଗୋଟିଏ ଫିଲ୍ମ ସୁଟିଂ କରିବା ପରେ ପାରିଶ୍ରମିକ ବାବଦରେ ୫ ହଜାର ଟଙ୍କା ପାଇଥିଲେ । ୧୯୭୦ ଦଶକରେ ୫ ହଜାର ଟଙ୍କା ବେଶ୍ ବଡ଼ ରକମ ଥିଲା । ଅଜିତ ସେହି ଟଙ୍କାକୁ ନିଜ ବାପାଙ୍କୁ ଦେଇଥିଲେ । ଏତେ ଟଙ୍କା ଦେଖି ବାପାଙ୍କର ବିଶ୍ୱାସ ହୋଇନଥିଲା । ଅଜିତ ଟଙ୍କା ଦେବା ପରେ ବାପାଙ୍କୁ ‘ବରବାଦ ଖାତା’ରୁ ନିଜ ନାମ କାଟିବାକୁ କହିଥିଲେ । ବାପା ହସି ହସି ଖାତାରେ ଅଜିତଙ୍କ ନାମ ପାଖରେ ସେ ଭୂଲ ଥିଲେ ବୋଲି ଲେଖିଥିଲେ ।

Leave a Reply