ଶ୍ୱଶୁର ତୁଳନାରେ ଶାଶୁ ସହ କାହିଁକି ବୋହୂର ଅଧିକ ଝଗଡ଼ା ହୋଇଥାଏ, ଜାଣନ୍ତୁ କାରଣ…

1 min read

ଶାଶୁ-ଶ୍ୱଶୁରଙ୍କ ସହ ରହୁଥିବା ବୋହୂ ମାନେ ଅନେକ ସମୟରେ ନିଜ ଶାଶୁଙ୍କ ବିଷୟରେ ପଛପଟେ ଅଭିଯୋଗ କରୁଥିବା ଆପଣ ଶୁଣିଥିବେ । ଏହା ସେତେବେଳେ ଘଟେ ଯେତେବେଳେ ସେମାନେ ନିଜ ଶାଶୁଙ୍କ ସହ ପଟନ୍ତିନି । ସେହି କ୍ଷେତ୍ରରେ ସେମାନେ କେବେବି ନିଜ ଶ୍ୱଶୁରଙ୍କ ନାମ ନିଅନ୍ତି ନାହିଁ, ଓଲଟା ସେମାନଙ୍କୁ ପସନ୍ଦ କରୁଥିବା ଦେଖାଯାଏ । ତେବେ ଏହାର କାରଣ କ’ଣ ଯେ ବିବାହ ପରେ କିଛି ମହିଳା ନିଜ ଶାଶୁଘରେ ଶ୍ୱଶୁରଙ୍କ ଅପେକ୍ଷା ଶାଶୁ ସହ ମିଶିବାରେ ତାଙ୍କର ଅଧିକ ସମସ୍ୟା ଥାଏ ?

ଗୃହସ୍ଥିକୁ ନେଇ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପଜେସିଭ୍ ଥାନ୍ତି । ଏହାର କାରଣ ସେ ଘରକୁ ଅତି ସୁନ୍ଦରତା ସହ ନିଜ ହାତରେ ଗଢିଥାନ୍ତି । ଜଣେ ମା ଏବଂ ପତ୍ନୀ ହୋଇ ସେ ସବୁବେଳେ ନିଜ ଘରକୁ ସମ୍ଭାଳନ୍ତି । ଯେତେବେଳେ ବୋହୂ ଆସେ, ଏହା ସ୍ପଷ୍ଟ ଯେ ସେ ତା’ସହ କିଛି ପରିବର୍ତ୍ତନ ଆଣିଥାଏ । ପ୍ରାୟତଃ ଏମିତି ଦେଖାଯାଏ, ଶାଶୁ ଏବଂ ବୋହୂ ଭିନ୍ନ ଉପାୟରେ ଘର ଚଳାଇଥାନ୍ତି ଯାହା ଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥାଏ । ଏହି ଅସନ୍ତୋଷ ପରେ ଝଗଡ଼ାର ରୂପ ନେଇଥାଏ ।

ପୁଅର ଧ୍ୟାନ ନଦେବା

ଏହି କ୍ଷେତ୍ରରେ ଏହା ବୋହୂର ଦୋଷ ନୁହେଁ ବରଂ ପୁଅର ଦୋଷ ଥାଏ । ବିବାହ ପରେ ସ୍ୱାମୀ ନିଜ ପତ୍ନୀଙ୍କ ସହ ଅଧିକ ସମୟ ବିତାଇବାକୁ ଚାହାଁନ୍ତି  କିନ୍ତୁ ମା ବାପାଙ୍କୁ ଅଣଦେଖା କରିବାବି ଏକ ବଡ ଭୁଲ । ଯେଉଁ ପୁଅ ସବୁ ସମୟରେ ନିଜ ମା ପଛେପଛେ ଦୌଡୁଥିଲା ଏବଂ ତାଙ୍କ ସହ ସମୟ ବିତାଉଥିଲା, ହଠାତ ପତ୍ନୀ ଆସିବା ପରେ ସମ୍ପୂର୍ଣ୍ଣ ଧ୍ୟାନ ପତ୍ନୀକୁ ଦେବାଆରମ୍ଭ କଲା, ତେବେ କିଏ ଏହାକୁ ପସନ୍ଦ କରିବ…. ? ଆସକ୍ତ ଏବଂ ପ୍ରେମ ହେତୁ ଶାଶୁ ମାନେ ଏଭଳି ପରିସ୍ଥିତିରେ ନିଜ ପୁଅକୁ ଦାୟୀ କରନ୍ତି ନାହିଁ, କିନ୍ତୁ ଭାବନ୍ତି ଯେ ଏହା ସେମାନଙ୍କ ବୋହୂ ପାଇଁ ହେଉଛି । ଏହି ଭାବନା ତାଙ୍କ ମନ ଭିତରେ ତିକ୍ତତା ଆଣିଥାଏ ।

ପୂର୍ବର ତିଆରି ହୋଇଥିବା ଇମେଜ୍

‘ଶାଶୁଠୁ ସମ୍ଭାଳିକି ଥିବୁ’ ‘ପ୍ରଥମରୁ ବୋହୂକୁ ବେଶୀ ସ୍ୱାଧୀନତା ଦେବନି’ ବିବାହ ପୂର୍ବରୁ ଏମିତି ଅନେକ କଥା ସେମାନଙ୍କ ଆଖପାଖରେ ଥିବା ମହିଳାମାନେ ପରାମର୍ଶ ଦେଇଥାନ୍ତି । ଏଭଳି ପରାମର୍ଶ ଖୋଲା ଚିନ୍ତାଧାରା ରଖୁଥିବା ମହିଳା ମନରେ ମଧ୍ୟ ନକାରାତ୍ମକ ଚିନ୍ତାଧାରା ପଶେଇ ଦେଇଥାଏ | ସେ ଜିନିଷଗୁଡ଼ିକୁ ସେହି ଭାବରେ ଦେଖିବା ଆରମ୍ଭ କରେ | ଏହି ପରିସ୍ଥିତିରେ, ଶାଶୁ ଏବଂ ବୋହୂ ମଧ୍ୟରେ ସମ୍ପର୍କ କଦାପି ସ୍ୱାଭାବିକ ହୋଇପାରେନାହିଁ |

ଶ୍ୱଶୁରଙ୍କ ସହିତ ଏହି ସମସ୍ୟା କାହିଁକି ହୁଏନାହିଁ ?

ମହିଳାଙ୍କ ଅପେକ୍ଷା ପୁରୁଷଙ୍କର ପରିବାର ପ୍ରତି କମ୍ ଭାବପ୍ରବଣତା ଥାଏ, ଯାହା ଦ୍ୱାରା ସେମାନେ ଅନୁଭବ କରି ପାରନ୍ତି ନାହିଁ ଯେ ତାଙ୍କର ଏହି ଗୁଣ ମହିଳାଙ୍କୁ କେତେ କଷ୍ଟ ଦେଉଛି । ଦ୍ୱିତୀୟ କାରଣଟି ହେଉଛି ଯେ ପୁରୁଷମାନେ ସାଧାରଣତଃ ମହିଳାଙ୍କ ଝଗଡା ଠାରୁ ଦୂରତା ରଖିବାକୁ ପସନ୍ଦ କରନ୍ତି  । ଯଦି ଏଭଳି ପରିସ୍ଥିତିରେ ସେ କେବେ ପଶିଯା’ନ୍ତି, ତେବେ ସେମାନେ ଶାନ୍ତ ରହିବାକୁ କିମ୍ବା ଛାଡିବାକୁ ପସନ୍ଦ କରନ୍ତି | ଏହି କାରଣରୁ ତାଙ୍କୁ ସ୍ତ୍ରୀର ଅଭିମାନ ସହିବାକୁ ପଡିଥାଏ । ଅନ୍ୟପକ୍ଷରେ  କିଛି ନ କହିବା କାରଣରୁ ସେମାନଙ୍କ ପ୍ରତି ସ୍ତ୍ରୀମାନେ ଏକ ଭଲ ଚିନ୍ତାଧାରା ରଖନ୍ତି  । ସେଥିପାଇଁ  ଶାଶୁଙ୍କ ସହ ଝଗଡା ହେବା ପରେ ମଧ୍ୟ ସେମାନେ ତାଙ୍କ ସ୍ୱାମୀଙ୍କ ଯତ୍ନ ନିଅନ୍ତି ।

Leave a Reply