ମହାଭାରତ ଯୁଦ୍ଧ ବେଳେ କ’ଣପାଇଁ ପ୍ରତିଦିନ ବାଦମ ଖାଉଥିଲେ ଭଗବାନ ଶ୍ରୀକୃଷ୍ଣ ? ଜାଣନ୍ତୁ

ମହାଭାରତ ଯୁଦ୍ଧ ଶେଷ ହେବାର ବହୁ ବର୍ଷ ବିତିଯାଇଥିଲେ ସୁଦ୍ଧା ସେତେବେଳେର କିଛି ଘଟଣା ଏବେ ବି ରହସ୍ୟ ହୋଇରହିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଜିଜ୍ଞାସା ରହିଛି । ୧୮ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ବହୁ ଯୋଦ୍ଧା ଧର୍ମ ଅଧର୍ମ ନାଁରେ ଭାଗ ନେଇଥିଲେ । ଭଗବାନ ଶ୍ରୀକୃଷ୍ଣ ଏହି ମହାଯୁଦ୍ଧରେ ଏଭଳି ଅନେକ ଲୀଳା ରଚିଛନ୍ତି ଯାହା ଆଜି ବି ରହସ୍ୟ ହୋଇରହିଯାଇଛି ।

ସେମିତି ହିଁ ଏକ ଲୀଳା ହେଉଛି ଯୁଦ୍ଧ ଦିନମାନଙ୍କରେ ପ୍ରତିଦିନ ସକାଳେ ବାଦାମ୍‌ ଖାଇବା । ଏହି ରହସ୍ୟକୁ କେବଳ ଜଣେ ହିଁ ବ୍ୟକ୍ତି ଜଣାଥିଲେ ସେ ହେଉଛନ୍ତି ଉଡୁପି ରାଜା । ତେବେ ଆସନ୍ତୁ ଜାଣିବା କ’ଣ ରହିଥିଲା ଏହାର କାରଣ ।

ପ୍ରଚଳିତ କଥା ଅନୁସାରେ ଯେତେବେଳେ ମହାଭାରତ ଯୁଦ୍ଧର ଘୋଷଣା ହୋଇଥିଲା ସେତେବେଳେ ସମସ୍ତ ରାଜ୍ୟର ରାଜା ନିଜ ଇଚ୍ଛା ଅନୁଯାୟୀ କୌରବ ଏବଂ ପାଣ୍ଡବଙ୍କ ପକ୍ଷରେ ଯୋଗ ଦେଇଥିଲେ । କିନ୍ତୁ ଏମାନଙ୍କ ମଧ୍ୟରେ ଜଣେ ରାଜା ଥିଲେ ଯିଏ କୌଣସି ପକ୍ଷରେ ସାମିଲ ହୋଇନଥିଲେ, ସେ ହେଉଛନ୍ତି ଉଡୁପି ରାଜା ।

କିନ୍ତୁ ଯୁଦ୍ଧରେ ସାମିଲ ହୋଇଥିବା ଯୋଦ୍ଧାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତିର ଦାୟିତ୍ୱ ନେଇଥିଲେ ଉଡୁପି । କିନ୍ତୁ ପ୍ରତିଦିନ ସେ କେତେ ଜଣଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବେ ସେ ନେଇ ଦ୍ୱନ୍ଦ୍ୱରେ ରହୁଥିଲେ  । କାହିଁକି ନା ପ୍ରତିଦିନ କେହି ନା କେହି ଯୋଦ୍ଧା ଶହୀଦ ହେଉଥିଲେ । ଯଦି ଖାଦ୍ୟ କମ୍‌ ହେଲା ଯୋଦ୍ଧା ଭୋକରେ ରହିବେ ଓ ଖାଦ୍ୟ ଅଧିକ ହେଲେ ମା’ ଅନ୍ନପୂର୍ଣ୍ଣାଙ୍କ ଅପମାନ ହେବ । ଶ୍ରୀକୃଷ୍ଣ ଉଡ଼ୁପିଙ୍କ ସମସ୍ୟାକୁ ବୁଝିଥିଲେ ଏବଂ ଏହାର ସମାଧାନ ବାହାର କରିଥିଲେ । ସେ କହିଥିଲେ ମୁଁ ଯେଉଁଦିନ ଯେତେଟି ବାଦାମ ଖାଇବି ସେତେ ହଜାର ସୈନିକଙ୍କ ମୃତ୍ୟୁ ହେବ । ଭଗବାନ ଶ୍ରୀକୃଷ୍ଣଙ୍କ ଏହି ରହସ୍ୟ ଉଡୁପି ରାଜାଙ୍କ ବ୍ୟତିତ ଅନ୍ୟ କେହି ଜାଣିନଥିଲେ ।

 

Leave a Reply