ଗୁଜରାଟ ହାଇକୋର୍ଟ କ’ଣ ପାଇଁ କହିଲେ ପୁରୀ ରଥଯାତ୍ରା ସହ ଅହମ୍ମଦାବାଦ ରଥଯାତ୍ରାକୁ ତୁଳନା କରନାହିଁ ?

why Gujrat Highcourt Denied Permission For Ahamadabad Rath Yatra.

ଅହମ୍ମଦାବାଦ: ପୁରୀରେ ତିନିରଥ ଶ୍ରୀଗୁଣ୍ଡିଚାରେ ଲାଗି ସାରିଛି । ଅନେକ ଆଶା ଆଶଙ୍କା ଭିତରେ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । କୋଭିଡ୍ ମହାମାରୀ ଭିତରେ ରଥଯାତ୍ରା ଆୟୋଜନକୁ ନେଇ ଚିତ୍ର ସଫା ନଥିଲା । ଜୁନ୍ ୧୮ ତାରିଖ ଦିନ ସୁପ୍ରିମକୋର୍ଟଙ୍କ ରାୟ ମଧ୍ୟ ସବୁ ଆଶା ଉପରେ ପାଣି ଢାଳି ଦେଇଥିଲା । କିନ୍ତୁ ଜଗନ୍ନାଥଙ୍କ ରଥ ବାହାରିବାର ଗୋଟିଏ ଦିନ ପୂର୍ବରୁ ଚମତ୍କାର ହୁଏ । ସୁପ୍ରିମକୋର୍ଟ ରଥଯାତ୍ରା ପାଇଁ ସସର୍ତ୍ତ ଅନୁମତି ଦିଅନ୍ତି । ପୁରୀ ରଥଯାତ୍ରା ସପକ୍ଷରେ ଏହି ରାୟ ପୂର୍ବ ଭାରତରେ ସୀମିତ ରୁହେନା । ପଶ୍ଚିମ ଭାରତରେ ଅହମ୍ମଦାବାଦର ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ଆଶା ଉଜ୍ଜିବୀତ ହୁଏ ।

ଦିନରେ ଆସିଥିଲା ପୁରୀ ସପକ୍ଷରେ ରାୟ । ରାତିରେ ଗୁଜୁରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୁଅନ୍ତି ସେଠାକାର ସରକାର । ପୁରୀରେ ରଥଯାତ୍ରା ଆୟୋଜନ ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି  । ଆମକୁ ମଧ୍ୟ ରଥଯାତ୍ରା କରିବାକୁ ଅନୁମତି ଦିଅନ୍ତୁ । ୧୪୩ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ରଥଯାତ୍ରା ସହ ଲୋକଙ୍କ ଧର୍ମୀୟ ଭାବନା ଯୋଡି ହୋଇ ରହିଛି । ତେଣୁ ହାଇକୋର୍ଟ ଲୋକଙ୍କ ଧର୍ମୀୟ ଭାବନା ପ୍ରତି ସଦୟ ହୁଅନ୍ତୁ  । ଏହା ଥିଲା ଗୁଜୁରାଟ ସରକାରଙ୍କ ଆବେଦନର ମୁଖ୍ୟ ବିନ୍ଦୁ ।

gujarat highcourt

ରାତି ୧୧.୩୦ । ଗୁଜରାଟ ସରକାର ହାଇକୋର୍ଟରେ ରାତି ଅଧିଆ ପହଂଚନ୍ତି ।

ରାତି ୧୨.୪୫  । ହାଇକୋର୍ଟ ମାମଲାର ଶୁଣାଣି ପାଇଁ ରାଜି ହୁଅନ୍ତି ।

ଗୁଜରାଟ ସରକାର ତାଙ୍କ ପକ୍ଷ ହାଇକୋର୍ଟ ବେଂଚ୍ ସମ୍ମୁଖରେ ରଖନ୍ତି । ହାଇକୋର୍ଟ ମୁଖ୍ୟ ବିଚାରପତି ବିକ୍ରମ ନାଥ ଓ ଜଷ୍ଟିସ ଜେ ବି ପରଡିୱାଲାଙ୍କ ଖଣ୍ଡପୀଠ ସରକାରଙ୍କ ଆବେଦନର ଶୁଣାଣି ଆରମ୍ଭ କରନ୍ତି । ଗୁଜରାଟ ସରକାର ପୁରୀ ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟର ଉଦାହରଣ ଦିଅନ୍ତି ।

Gujrat High Court

ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଥିବାରୁ ଅହମ୍ମଦାବାଦରେ ମଧ୍ୟ ରଥଯାତ୍ରା ପାଇଁ ଅନୁମତି ମିଳୁ ବୋଲି ଗୁଜରାଟ ସରକାରଙ୍କ ଓକିଲ ଯୁକ୍ତି କରନ୍ତି । କିନ୍ତୁ ମୁଖ୍ୟବିଚାରପତି ସରକାରୀ ଓକିଲଙ୍କ ଯୁକ୍ତିକୁ ଗ୍ରହଣ କରନ୍ତି ନାହିଁ । ମୁଖ୍ୟ ବିଚାରପତି କୁହନ୍ତି ଯେ, ସୁପ୍ରିମକୋର୍ଟଙ୍କ ଆଦେଶକୁ ଆମେ ମାନିବାକୁ ମନା କରୁନାହୁଁ କିନ୍ତୁ ଅହମ୍ମଦାବାଦରେ କରୋନା ସ୍ଥିତିକୁ ପୁରୀ କିମ୍ବା ଓଡ଼ିଶା ସହ ତୁଳନା କରାଯାଇ ନପାରେ । ତେଣୁ ରଥଯାତ୍ରା ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ । Gujrat High Court ଏମିତି କହି ଗୁଜରାଟ ହାଇକୋର୍ଟଙ୍କ ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଲେ । ସେତେବଳେ ରାତି ୨ଟା ବାଜିଥିଲା ।

ରଥଯାତ୍ରା ଆୟୋଜନ ପାଇଁ ଗୁଜୁରାଟ ସରକାର ରାତି ୧୧ଟାରୁ ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ ତାହା ରାତି ୨ଟାରେ ବିଫଳତାର ସହ ସରିଥିଲା । ଏଠି ଉଲ୍ଲେଖନୀୟ ଯେ,ରାତି ୨ଟାରେ ହାଇକୋର୍ଟଙ୍କ ରାୟ ଆସିବା ସମୟରେ ଏନଆଇସି ଫେଲ୍ୟୁର କାରଣରୁ ଅନଲାଇନରେ ଅଦାଲତଙ୍କ ଆଦେଶ ଜାରି ହୋଇ ପାରିନଥିଲା । ତେଣୁ ଏହାକୁ ହ୍ୱାଟସଆପ୍ ଜରିଆରେ ସବୁ ପକ୍ଷକୁ ପ୍ରେରଣ କରାଯାଇଥିଲା

ଏହି ରାୟରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, କରୋନା ନିୟନ୍ତ୍ରଣ କରିବାରେ ଓଡ଼ିଶା ଅନ୍ୟ ରାଜ୍ୟଙ୍କ ତୁଳନାରେ ଅଧିକ ସଫଳ ହୋଇଛି । ଅହମ୍ମଦାବାଦ ଓ ଗୁଜରାଟକୁ ଓଡ଼ିଶା ସହ ସେଠାକାର ହାଇକୋର୍ଟଙ୍କ ତୁଳନାରୁ ଏହା ଜଣା ପଡୁଛି ।.

Leave a Reply