ଭଲ ଫିଗର ଅଛି ହୋ, NSD ପାଇଁ ଲାଗ, କିଏ ଏମିତି ଅଜିତଙ୍କୁ କହିଥିଲେ ?

1 min read

ଭୁବନେଶ୍ୱର: ଅଜିତ ଦାସ ଦୁନିଆରୁ ନେଇଛନ୍ତି ମେଲାଣି । ୨୦୨୦ରେ ଓଡ଼ିଆ ସିନେମା ବିଜୟଙ୍କ ପରେ ଆଉ ଜଣେ ବର୍ଷୀୟ ଅଭିନେତାଙ୍କୁ ହରାଇଛି । ଅଜିତ ଓ ବିଜୟଙ୍କ ସଂପର୍କ ବାରିପଦାରୁ ଆରମ୍ଭ ହୁଏ । ସେମାନଙ୍କ ମଧ୍ୟରେ ସଂପର୍କ କେମିତି ସ୍ଥାପିତ ହୋଇଥିଲା ସେ ବାବଦରେ ଗୋଟିଏ ସାକ୍ଷାତକାରରେ ନିଜେ ଅଜିତ କହିଥିଲେ ।

Why Bijay Mohanty Said Ajit Das You Have Good Figure Should Try in NSD
FILE

ଅଜିତଙ୍କ ଅନୁସାରେ ଗ୍ରାଜୁଏସନ ସରିବା ବର୍ଷ ତାଙ୍କର ବିଜୟ ମହାନ୍ତିଙ୍କ ସହ ପ୍ରଥମ ଥର ପାଇଁ ଦେଖା ହୋଇଥିଲା । ବାରିପଦାରେ ଏହି ସାକ୍ଷାତ ହୋଇଥିଲା । ସେତେବେଳେ  ବିଜୟ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ଦ୍ୱିତୀୟ ବର୍ଷ ଛାତ୍ର ଥିଲେ । ଅଜିତ ମଧ୍ୟ କିଛି ନାଟକରେ ଅଭିନୟ କରିସାରିଥିଲେ । ବିଜୟଙ୍କ ଜଣେ ବନ୍ଧୁ ତାଙ୍କୁ ଅଜିତଙ୍କ ସହ ଚିହ୍ନା କରାଇଥିଲେ । ସେହି ସାକ୍ଷାତକାରକୁ ବହୁଦିନ ପରେ ମନେ ପକାଇ ଅଜିତ ଦାସ କହିଥିଲେ ଯେ, ସେତେବେଳେ ବିଜୟ ପୂରା ଦିଲ୍ଲୀ ଲୁକରେ ଥିଲେ ।

Why Bijay Mohanty Said Ajit Das You Have Good Figure Should Try in NSD
FILE

ଲମ୍ବା ବାଳ ସହ ଦିଲ୍ଲୀ ଷ୍ଟାଇଲରେ ବିଜୟ କଥା ହେଉଥିଲେ । ଅଜିତଙ୍କୁ ପ୍ରଥମ ଥର ପାଇଁ ଦେଖି ବିଜୟ କହିଥିଲେ ବଢିଆ ଫିଗର ରଖିଛ ହୋ, ଭଲ ଚେହେରା ଅଛି ଏନଏସଡିରେ ଆବେଦନ କର । ତେବେ ଏନଏସଡି ବାବଦରେ କିଛି ମଧ୍ୟ ଜାଣି ନଥିବା ଅଜିତ୍, ପ୍ରସନ୍ନ ମହାନ୍ତି ଓ ବିଜୟ ମହାନ୍ତିଙ୍କ ସାହାଯ୍ୟରେ ଏନଏସଡିରେ ଆବେଦନ କରିଥିଲେ । ସେଠାରେ ଓମପୁରୀ ତାଙ୍କ ସିନିୟର ଥିଲେ । ଓମ ପୁରୀଙ୍କ ସହ ବିଜୟଙ୍କ ମାଧ୍ୟମରେ ତାଙ୍କର ପରିଚୟ ହୋଇଥିଲା ।

Why Bijay Mohanty Said Ajit Das You Have Good Figure Should Try in NSD
FILE

ଏନଏସଡିର ଶେଷ ସାକ୍ଷାତକାର ପାଇଁ ରିହଲସଲ କରିବାରେ ବିଜୟ ଓ ଓମ ପୁରୀ ତାଙ୍କୁ ସାହାଯ୍ୟ କରିଥିଲେ । ସାକ୍ଷାତକାର ମଧ୍ୟ ଭଲ ହୋଇଥିଲା । ଏହା ଭିତରେ ଅଜିତ ପୁନା ଫିଲ୍ମ ଇନଷ୍ଟିଚ୍ୟୁଟ୍ ପାଇଁ ଆବେଦନ କରିଥିଲେ । ପୁନା ଫିଲ୍ମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ସେ ସିଲେକ୍ଟ ମଧ୍ୟ ହୋଇଥିଲେ କିନ୍ତୁ ତାଙ୍କ ଚେହେରା ଫଟୋଜେନିକ୍ ନଥିବା କହି ରିଜେକ୍ଚ କରାଯାଇଥିଲା । ତେବେ ଏହା ଭିତରେ ସେ ଏନଏସଡି ପାଇଁ ଜାତୀୟ ବୃତ୍ତିରେ ସିଲେକ୍ଟ ହୋଇଥିଲେ ।

ଏଥିସହ ପଢ଼ନ୍ତୁ- ଅଶୁଭ ୨୦୨୦: ବିଜୟଙ୍କ ପରେ ଅଜିତଙ୍କ ପ୍ରସ୍ଥାନ, ଶୋକରେ ଓଲିଉଡ୍

Leave a Reply